ରାଜ୍ୟରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ଭାଙ୍ଗିଛି ବିଗତ ୩୭ ବର୍ଷର ରେକର୍ଡ।
Trending Photos
ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ଏହି ରାଜ୍ୟରେ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗି ଦଳ। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।
ବିଗତ ୨୦୧୭ ପରେ ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ମୋଟ ୪୦୩ ସିଟ୍ ବିଶିଷ୍ଟ ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୦୩ ବିଧାୟକ। ଖବର ଲେଖାସରିବା ପର୍ଯ୍ୟନ୍ତ ବିଜେପି ୨୪୦ ଆସନ ହାତେଇଥିବା ବେଳେ ୧୬ ଆସନରେ ଆଗୁଆ ଅଛି।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲା କେତେ ଆସନ?
କେତେ ଆସନରେ କେଉଁ ଦଳ ରହିଛି ଆଗୁଆ