UP Lok Sabha by Election 2022: ଆସନ୍ତା ଜୁନ ୨୩ ତାରିଖରେ ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ଼  ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି ବିଏସପି। ଏନେଇ ଦଳର ଅଧ୍ୟକ୍ଷ ମାୟାବତୀ କହିଛନ୍ତି ବହୁଜନ ସମାଜ ପାର୍ଟି ଆଜମଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ଦେବ। ମାତ୍ର ଦଳ ରାମପୁର ଲୋକସଭା ଆସନରେ ପ୍ରାର୍ଥୀ ଛିଡ଼ା କରିବ ନାହିଁ। 


COMMERCIAL BREAK
SCROLL TO CONTINUE READING

ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ଉତ୍ତର ପ୍ରଦେଶ ଶାଖା (BSP Uttar Pradesh Unit) ପକ୍ଷରୁ ୨ ଦିନିଆ ଜିଲ୍ଲା ତଥା ମଣ୍ଡଳସ୍ତରୀୟ ସମୀକ୍ଷା ବୈଠକ ପରେ ଦଳର ମୁଖ୍ୟ ମାୟାବତୀ (BSP Supremo Mayawati) ରବିବାର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଏସପି (BSP) ହେଉଛି ସୀମିତ ସମ୍ବଳ ବିଶିଷ୍ଟ ଏକ ଦଳ। ଯାହା ଧନବାନ ବିକ୍ଷକ୍ଷଙ୍କ ସହ ଲଢୁଛି। ଏହାକୁ ନଜରରେ ରଖି ପ୍ରଦର୍ଶନୀବାଦୀ ତଥା ଅତ୍ୟଧିକ ଖର୍ଚ୍ଚ ବିଶିଷ୍ଟ ବୈଠକରୁ ଦୂରରେ ରହି ଛୋଟ କ୍ୟାଡର ବୈଠକ ଆଧାରରେ ଦଳ ଏବଂ ଏହାର ସମର୍ଥନ ଆଧାରକୁ ମଜବୁତ କରିବାକୁ ପ୍ରୟାସ କରୁଛି।


ଦଳୀୟ କ୍ୟାଡ଼ର ବୈଠକରେ ଆସନ୍ତା ଜୁନ ୨୩ ତାରିଖରେ ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି ବିଏସପି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦଳ ଆଜମଗଡ଼ ଲୋକସଭା ଆସନରେ (Azamgarh Lok Sabha) ନିର୍ବାଚନ ଲଢିବ। ମାତ୍ର ଦଳ ରାମପୁର ଲୋକସଭା ଆସନରେ (Rampur Lok Sabha) ପ୍ରାର୍ଥୀ ଛିଡ଼ା କରିବ ନାହିଁ। ରାମପୁର ଆସନରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି ଦଳ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାମପୁର ଆସନରେ ପ୍ରାର୍ଥୀ ଦେବ ବିଏସପି।  


Also Read: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ


ଏହି ବୈଠକ ପରେ ବିଏସପି ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଉତ୍ତର ପ୍ରଦେଶ (Uttar Pradesh) ଭଳି ରାଜ୍ୟରେ ଗରିବ, ଦଳିତ, ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ବିରୋଧି ନୀତି ଆପଣାଇ ଥିବା ବିଜେପି-କଂଗ୍ରେସ (BJP-Congress) ଭଳି ଦଳ ସହ ମୁକାବିଲା କରିବାକୁ ବହୁଜନ ସମାଜ ପାର୍ଟି ସକ୍ଷମ। ରାଜନୈତିକ ବାସ୍ତବତାକୁ ଦୃଷ୍ଟିରେ ରଖି ଏହି ଜନସଚେତନତା ସହିତ ବିଏସପି ଉତ୍ତର ପ୍ରଦେଶ ଶାଖା ଆୟୋଜିତ ହୋଇଥିବା ୨ ଦିନିଆ ଜିଲ୍ଲା ତଥା ମଣ୍ଡଳ ସ୍ତରୀୟ ବୈଠକ ରବିବାର ଶେଷ ହୋଇଛି।


 ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ମୈନପୁରୀ ଜିଲ୍ଲାର (Mainipuri Dist) କରହଲ ବିଧାନସଭା ଆସନରୁ (Karhal Assembly Constituency) ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଆଜମଗଡ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ବରିଷ୍ଠ ସମାଜବାଦୀ ପାର୍ଟି ନେତା (Samajwadi Party Leader) ଆଜମ ଖାନ (Azam Khan) ରାମପୁର ବିଧାନସଭା ଆସନରୁ (Rampur Assembly Constituency) ନିର୍ବାଚିତ ହେବା ରାମପୁର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ୨ ଲୋକସଭା ଆସନରେ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।