ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭାରେ କେଉଁ ଦଳକୁ କେତେ ଆସନ ମିଳିବ ସେ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଗଲାଣି ଆକଳନ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଦଳ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବ। ବିରୋଧିଙ୍କ ପରାଜୟ ସୁନିଶ୍ଚିତ। ବିଜେପି ସରକାର ବହୁତ ଭଲ କାମ କରିଛି। ଲୋକଙ୍କ ସମର୍ଥନ ଦଳକୁ ମିଳିବ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ। ଦଳ ରାଜ୍ୟରେ ୩ ଶହରୁ ଉର୍ଦ୍ଧ୍ୱ ଆସନ ଜିତିବ। ରାଷ୍ଟ୍ରବାଦ, ବିକାଶ, ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରଭୃତି ପ୍ରସଙ୍ଗରେ ଦଳ ନିର୍ବାଚନ ଲଢିବ। ଜାତିବାଦ, ବଂଶବାଦ, ପରିବାରବାଦ ନୁହେଁ ରାଜ୍ୟ ରାଜନୀତିରେ କେବଳ ରାଷ୍ଟ୍ରବାଦ ଚଳିବ।


Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?


୨୦୨୨ ବିଧାନସଭା ନିର୍ବାଚନ ପାଇଁ ୬ଟି ଦଳୀୟ ଯାତ୍ରା ବାହାରିବ। ରାଜଧାନୀ ଲକ୍ଷ୍ନୌ ଠାରେ ଏକ ବିଶାଳ ଦଳୀୟ ସମାବେଶ ଅନୁଷ୍ଠିତ ହେବ। ରାଜ୍ୟରେ ପୁଣି ଥରେ ବିଜେପି  ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିବ। 


Also Read: 'ନାଁ ବୁଆ ନାଁ ବବୁଆ ଉତ୍ତର ପ୍ରଦେଶ ଚାହୁଁଛି କେବଳ ଭଗୱା'


ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ସମାଜବାଦୀ ପାର୍ଟି ଏବଂ ଏହାର ଅଧ୍ୟକ୍ଷ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ବିଜେପି ସଭାପତି କହିଛନ୍ତି ତାଙ୍କ ସରକାର ଅମଳରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିଲା।  ସେମାନେ ପାକିସ୍ତାନର ପ୍ରତିଷ୍ଠାକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନାଁ ନେଉଛନ୍ତି। ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠନ ହେବ ନାହିଁ। 


Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?


ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ବିଧାନସଭା ନିର୍ବାଚନ ଲଢିବା ଉପରେ ଦଳୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଦଳ ଯାହା ନିଷ୍ପତ୍ତି ନେବ ତାହା ସମସ୍ତଙ୍କ ପାଇଁ ମାନ୍ୟ। ଟିକେଟ ବଣ୍ଟନ କାର୍ଯ୍ୟ ସଂସଦୀୟ ବୋର୍ଡ କରିବ। ଦଳକୁ ଏକ ବଡ଼ ବିଜୟ ମିଳିବ। ପ୍ରତ୍ୟେକ ପରିସ୍ଥିତିରେ ନିର୍ବାଚନ ପାଇଁ ବିଜେପି ସଙ୍ଗଠନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।