'ନାଁ ବୁଆ ନାଁ ବବୁଆ ଉତ୍ତର ପ୍ରଦେଶ ଚାହୁଁଛି କେବଳ ଭଗୱା'
Trending Photos
ଲକ୍ଷ୍ନୌ: ଆଗାମୀ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ବିଜେପି। ଏହି କ୍ରମରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ରାଲିରେ ଯୋଗ ଦେଇ ଜନ ସମର୍ଥନ ଜୁଟାଇବା ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧି ପକ୍ଷକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଜେପି ନେତା।
ଆଗାମୀ ବିଧାସନଭା ନିର୍ବାଚନ ଲାଗି ଶନିବାର ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବୁଥ ଅଧ୍ୟକ୍ଷ ସମ୍ମେଳନକୁ ସମ୍ବୋଧିତ କରିବା ଅବସରରେ ଦଳର ବରିଷ୍ଠ ନେତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବବୁଆ ଅର୍ଥାତ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଏବଂ ବୁଆ ଅର୍ଥାତ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି 'ନାଁ ବୁଆ ନାଁ ବବୁଆ ଉତ୍ତର ପ୍ରଦେଶ ଚାହୁଁଛି ଭଗୱା'।
Also Read: UP Poll 2022: ରେକର୍ଡ କରିବାରେ ସର୍ବଗ୍ରେ ଅଛନ୍ତି BJP ବିଧାୟକ
ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଭାଇରାଲ ହେବା ଉପରେ ମତ ରଖି ବିଜେପି ନେତା ସିଂହ କହିଛନ୍ତି ରାଜନୈତିକ ମୈଦାନରେ ମୁଖ୍ୟମନ୍ତ୍ରୀ ଯୋଗୀ, ଜୋରରେ ବ୍ୟାଟିଂ କରନ୍ତୁ। ମଜବୁତର ସହ ଖେଳନ୍ତୁ। ନା ଆପଣଙ୍କ କେହି ରିଟାୟର୍ଡ ହର୍ଟ କରିପାରିବ ନା ଆପଣ ହିଟ୍ ୱିକେଟ୍ ହେବେ।
Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରି ରାଜନାଥ ସିଂହ କହିଥିଲେ ଗତ ସାଢେ ୪ ବର୍ଷର ୧୫ ହଜାର କିମିରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ବର୍ତ୍ତମାନ ଆଧୁନିକ ଏକ୍ସପ୍ରେସ ୱେ ରାଜ୍ୟର ପ୍ରତ୍ୟେକ କୋଣ ସହିତ ସଂଯୁକ୍ତ ହୋଇଛି। ଭାରତୀୟ ସେନାର ଯୁଦ୍ଧ ବିମାନ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଭଳି ଅତ୍ୟାଧୁନିକ ରାସ୍ତାରେ ଅବତରଣ କରୁଛି। ଏହା ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କୋରୋନା କାଳରେ ଦେଶର ୮୦ କୋଟି ଗରିବ ପରିବାରକୁ ମାଗଣା ରାସନ ସାମଗ୍ରୀ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ଏହି ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Also Read: UP Politics: ଶେଷ ଗଡ଼ରେ ଫାଟ, ଦଳ ଛାଡି ବିଜେପି ହାତ ଧରିଲେ କଂଗ୍ରେସ ବିଧାୟିକା ଅଦିତି ସିଂହ
କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ଦୁର୍ନୀତି ରୋକିବା ପାଇଁ ଉଦ୍ୟମ ଆବଶ୍ୟକ। ଯାହା କଂଗ୍ରେସ କେବେ ହେଲେ କରିନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହୁଥିଲେ ଯଦି ଦିଲ୍ଲୀରୁ ୧୦୦ ପଇସା ପଠାଯାଉଛି ତାହେଲେ ସେଥିରୁ କିନ୍ତୁ ଅଧିକାଂଶ ଭାଗ ଦୁର୍ନୀତିରେ ଚଢିଯାଉଛି। ବର୍ତ୍ତମାନ ଦିଲ୍ଲୀରୁ ଶହେ ପଇସା ପଠାଯାଉଛି ଏବେ ସବୁ ପଇସା ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚୁଛି। ବର୍ତ୍ତମାନର ଭାରତଦୁର୍ବଳ ଭାରତ ନୁହେଁ। ବିଶ୍ୱ ଦରବାରରେ ଏହାର ପ୍ରତିଷ୍ଠା ବୃଦ୍ଧି ପାଇଛି। ଆମେ କାହାକୁ ଥଟ୍ଟା କରୁନାହୁଁ, କିନ୍ତୁ ଯଦି କେହି ଆମକୁ ଥଟ୍ଟା କରେ ତାହେଲେ ଆମ ଛାଡିବୁ ନାହିଁ।