UP Minister Dinesh Khatik: ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି ଉତ୍ତର ପ୍ରଦେଶ ଜଳ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଦୀନେଶ ଖଟୀକ। ଇସ୍ତଫା ଦେବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ପତ୍ର ଲେଖିଛନ୍ତି ସେ। ଏନେଇ କୁହାଯାଉଛି ଯେ  ବିଗତ କିଛି ଦିନ ହେବ ସେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ରହିଥିଲେ। ଅଧିକାରୀ ତାଙ୍କ କଥା ଶୁଣୁନାହାଁନ୍ତି ବୋଲି ସେ ଲେଖିଥିବା ପତ୍ରରେ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଖଟୀକଙ୍କ ଇସ୍ତଫା ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।


COMMERCIAL BREAK
SCROLL TO CONTINUE READING

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ପତ୍ରରେ ଉତ୍ତର ପ୍ରଦେଶ ଜଳ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଦୀନେଶ ଖଟୀକ ଅଭିଯୋଗ କରିଛନ୍ତି ଯେ ସେ ଦଳିତ ହୋଇଥିବାରୁ ତାଙ୍କ ତାଙ୍କ ବିଭାଗରେ ଶୁଣାଯାଉ ନାହିଁ କିମ୍ବା ତାଙ୍କୁ କୌଣସି ବୈଠକ ବାବଦରେ ଅବଗତ କରାଯାଉ ନାହିଁ। ସେ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ଅଧିକାର ଭାବେ ତାଙ୍କୁ କେବଳ ଗୋଟିଏ ଗାଡ଼ି ଦିଆଯାଇଛି। ବଦଳି ମାମଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଯେତେବେଳେ ସେ ଏ ବାବଦରେ ଅଧିକାରୀଙ୍କ ଠାରୁ ସୂଚନା ମାଗିଥିଲେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।


ଜଳସେଚନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଅଭିଯୋଗ ଆଣି ଦୀନେଶ ଖଟୀକ କହିଛନ୍ତି ଯେ ପୁରା କଥା ନ ଶୁଣି ସେ ତାଙ୍କ ଫୋନ କାଟି ଦେଇଛନ୍ତି। ନମାମୀ ଗଙ୍ଗ ଯୋଜନାରେ ଦୁର୍ନୀତି ହୋଇଥିବା ମନ୍ତ୍ରୀ କହିଛନ୍ତି। ବିଭାଗୀୟ ଅଧିକାରୀ ମନମାନି କରୁଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ। 


ଏହା ମଧ୍ୟରେ ଜଳ ଶକ୍ତି ବିଭାଗ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଏକ ବିଭାଗୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ପ୍ରତି ଦିନ ତାଙ୍କ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦୀନେଶ ଖଟୀକଙ୍କ ସହ କଥାବାର୍ତ୍ତା କରିଥାନ୍ତି। ତାଙ୍କ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦୀନେଶ ଖଟୀକ ଅସନ୍ତୁଷ୍ଟ ନାହାଁନ୍ତି। ସହଯୋଗୀ ମନ୍ତ୍ରୀ ଖଟୀକଙ୍କ ଇସ୍ତଫା ବାବଦରେ କୌଣସି ଖବର ନଥିବା ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି।


Also Read: ମୂଷା କାମୁଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମନ୍ତ୍ରୀ; ସାପ ଭାବି ଦେବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା