ମୂଷା କାମୁଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମନ୍ତ୍ରୀ; ସାପ ଭାବି ଦେବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା
Advertisement

ମୂଷା କାମୁଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମନ୍ତ୍ରୀ; ସାପ ଭାବି ଦେବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ତାଙ୍କୁ ସାପ କାମୁଡି ଥିବା ସନ୍ଦେହ କରିବାରୁ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା।

ମୂଷା କାମୁଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମନ୍ତ୍ରୀ; ସାପ ଭାବି ଦେବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

Mice bitten tO UP Minister:ମୂଷା କାମୁଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଉତ୍ତର ପ୍ରଦେଶ ଯୁବ ବ୍ୟାପାର ମନ୍ତ୍ରୀ ଗିରୀଶ ଚନ୍ଦ୍ର ଯାଦବ। ରାଜ୍ୟର ବାନ୍ଦା ଜିଲ୍ଲାକୁ ୨ ଦନିଆ ଗସ୍ତରେ ଆସିଥିବା  ସମୟରେ ଗତ ରବିବାର ରାତିରେ ଘଟିଥିଲା ଏହି ଘଟଣା। ସୋମବାର ଏହି ଖବର ପ୍ରଦାନ କରିଛନ୍ତି ଅଧିକାରୀ।    

ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ତାଙ୍କୁ ସାପ କାମୁଡି ଥିବା ସନ୍ଦେହ କରିବାରୁ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା। ମାତ୍ର ତାଙ୍କୁ ମୂଷା କାମୁଡିଥିବାର ଜଣାପଡ଼ିବା ପରେ ଡାକ୍ତରଖାନାରେ ତାଙ୍କର ପଟ୍ଟି କରାଯାଇ ଡିସଚାର୍ଜ  କରାଯାଇଥିଲା। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଗିରୀଶ ଚନ୍ଦ୍ର ଯାଦବ କହିଛନ୍ତି ବାନ୍ଦା ଜିଲ୍ଲା ଡାକ ବଙ୍ଗଳାରେ ଥିବା ବେଳେ ତାଙ୍କୁ ଏକ ଜୀବ କାମୁଡି଼ ଦେଇଥିଲେ। ମାତ୍ର କେଉଁ ଜୀବ କାମୁଡ଼ି ଥିଲା ତାହା ଜଣାପଡି ନଥିବା ବେଳେ ଯେଉଁ ସ୍ଥାନରେ କାମୁଡ଼ା ଦାଗ ଥିଲା ସେଠାରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଶୋଇଥିବା ଅବସ୍ଥାରେ ଏକ ମୂଷା ମନ୍ତ୍ରୀଙ୍କ ଡାହାଣ ହାତ ଆଙ୍ଗୁଠିକୁ କାମୁଡି ଦେଇଥିଲା।  

Also Read: ୩୦ ଦିନରେ ୪୦ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ବୁଲଡ଼ୋଜର ବାବା

ଅନ୍ୟପଟେ ବାନ୍ଦା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସଏନ ମିଶ୍ରା କହିଛନ୍ତି ୨ ଦିନିଆ ଜିଲ୍ଲା ଗସ୍ତରେ ଆସି ରବିବାର ମୱଇ ବାଇପାସ ସ୍ଥିତ ସର୍କିଟ ହାଉସ ଠାରେ ରାତ୍ରୀଯାପନ କରିଥିଲେ ମନ୍ତ୍ରୀ। ଡାକ ବଙ୍ଗଳା ପାଖରେ ଜଙ୍ଗଲ ଥିବାରୁ ତାଙ୍କୁ ସାପ କାମୁଡି ଥିବା ନେଇ ସନ୍ଦେହ କରିଥିଲେ ମନ୍ତ୍ରୀ। ଏହାକୁ ନେଇ ମନ୍ତ୍ରୀ ଭୟଭୀତ ହୋଇଉଠିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରେ ଲାଗିଥିଲା। ଏହା ପରେ ମନ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୋଇଥିବା ଯାଞ୍ଚରୁ ଜଣାପଡିଥିଲା ଯେ ମନ୍ତ୍ରୀଙ୍କୁ ସାପ ନୁହେଁ ବରଂ ଏକ ମୂଷା କାମୁଡି଼ ଦେଇଛି। ମୂଷା କାମୁଡି଼ ଥିବା ଜଣାପଡ଼ିବା ପରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଚିକିତ୍ସିତ ହେବା ପରେ ମନ୍ତ୍ରୀ ସୋମବାର ସକାଳେ ରାଜଧାନୀ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଉଛି। ମୂଷା କାମୁଡିବା ପରେ ମନ୍ତ୍ରୀ ନିଜ ଡ୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କ ଡାକ୍ତରଖାନାରେ ପହଞ୍ଚିଥିଲେ। ରକ୍ତଚାପ ବଢିଯିବା କାରଣରୁ ତାଙ୍କୁ ୩ ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ହୋଇଥିଲା ସେତେବେଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

Also Read: ଉତ୍ତରାଖଣ୍ଡ ପରେ ପରେ ଏଠାରେ ଲାଗୁ ହୋଇାପରେ ସମାନ ନାଗରିକ ସଂହିତା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ୨ ଦିନିଆ ବାନ୍ଦା ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରୀ ଗିରୀଶ ଚନ୍ଦ୍ର ଯାଦବ। ଏହି ଗସ୍ତ ଅବସରର ସେ  ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାା କିପରି ରୂପାୟନ ହେଉଛି ତାହାର ସ୍ଥିତି ସମୀକ୍ଷା କରିବାକୁ ଆସିଥିଲେ ମନ୍ତ୍ରୀ। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଜାରି କରିଥିଲେ ଯେ ରାଜ୍ୟର କୌଣସି ସ୍ଥାନକୁ ଗସ୍ତ ସମୟରେ ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ହୋଟେଲ ବଦଳରେ  ସରକାରୀ ଅତିଥି ଗୃହ କିମ୍ବା ସର୍କିଟ ହାଉସ ଠାରେ ଅବସ୍ଥାନ କରିବେ।