CM Yogi thanks to PM Modi: କେନ୍ଦ୍ର ସରକାର ଉତ୍ତର ପ୍ରଦେଶର ୧୩ ଜିଲ୍ଲାରେ ବସବାସ କରୁଥିବା ଗୋଣ୍ଡ ଜାତିର ଲୋକଙ୍କୁ ଅନୁସୂଚିତ ଜାତି ତାଲିକାରୁ ହଟାଇ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଗୋଣ୍ଡ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ।ଏହା ଦ୍ୱାରା ଉତ୍ତର ପ୍ରଦେଶରେ ବସବାସ କରୁଥିବା ପ୍ରାୟ ୫ ଲକ୍ଷ ଗୋଣ୍ଡ ସମୁଦାୟର ଲୋକଙ୍କୁ ଫାଇଦା ମିଳିବ। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଗୋଣ୍ଡ ସମ୍ପ୍ରଦାୟର ବିକାଶରେ ସହାୟକ ହେବ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାର (Govt of India) ଉତ୍ତର ପ୍ରଦେଶର (Uttar Pradesh) ୧୩ ଜିଲ୍ଲାରେ ବସବାସ କରୁଥିବା ଗୋଣ୍ଡ ଜାତିର (Gond Community) ଲୋକଙ୍କୁ ଅନୁସୂଚିତ ଜନଜାତି (Scheduled Tribe) ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହା ମଧ୍ୟରେ ଗୋଣ୍ଡ ଜାତିର ୫ ଉପଜାତି ଧୁରିଆ, ନାୟକ, ଓଝା, ପଠାରୀ ଏବଂ ରାଜଗୋଣ୍ଡ ସାମିଲ ଅଛନ୍ତି। କେନ୍ଦ୍ରରେ  ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (PM Modi) କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ ଗୋଣ୍ଡ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୂକ୍ତ କରିବା ସେମାନଙ୍କର ବିକାଶ ପାଇଁ ପଥ ପରିଷ୍କାର ହୋଇଯିବ।


ଏନେଇ ଟ୍ୱିଟ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ରାଜ୍ୟର ୧୩ ଜିଲ୍ଲାରେ ବସବାସ କରୁଥିବା ଗୋଣ୍ଡ ଜାତି ଏବଂ ଏହାର ୫ ଉପଜାତିକୁ ଅନୁସୂଚିତ ଜାତି (Scheduled Caste) ତାଲିକାରୁ ହଟାଇ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୂକ୍ତ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ସାମାଜିକ ନ୍ୟାୟ (Social Justice) ପାଇଁ ପ୍ରତିଶୃତିବଦ୍ଧ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ଏହି କଲ୍ୟାଣମୂଳକ ନିଷ୍ପତ୍ତି ଗୋଣ୍ଡ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ପଥ ପରିଷ୍କାର କରିବ। ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଦୀର୍ଘ ଦିନ ଧରି ଗୋଣ୍ଡ ସମ୍ପ୍ରଦାୟର ଲୋକେ ସେମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଆସୁଥିଲେ।


Also Read: UP CM Yogi Adityanath: କାମ ଦେଲାନି ମଦାନୀ-ଓୱେସୀଙ୍କ ଧମକ, ଆରମ୍ଭ ହୋଇଗଲା ମଦ୍ରାସା ସର୍ଭେ


ପୂର୍ବରୁ ରାଜ୍ୟରେ ପଛୁଆ ବର୍ଗ (Other Backward Class) ତାଲିକାରେ ସାମିଲ ଥିବା ୧୭ ଜାତିକୁ ଅନୁସୂଚିତ ଜାତି ବର୍ଗରେ ସାମିଲ  କରାଇବା ଲାଗି ପୁଣିଥରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବାକୁ ଯୋଜନା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଏନେଇ କୁହାଯାଉଛି ଏ ସମ୍ପର୍କରେ ଏକ ସଂଶୋଧିତ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଏହି ପ୍ରସ୍ତାବରେ ତ୍ରୁଟି ରହିଥିବା ଦର୍ଶାଇ ଉତ୍ତର ପ୍ରଦେଶ ସରକାରଙ୍କ ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ପରିସ୍ଥିତିରେ ସରକାର ସେହି ଅସଙ୍ଗତିକୁ ହଟାଇବା ଆରମ୍ଭ କରି ଦେଇଛନ୍ତି। ଯେଉଁ କାରଣରୁ ଏହାକୁ ହାଇକୋର୍ଟରେ ଖାରଜ କରିଦିଆଯାଇଛି। ବର୍ତ୍ତମାନ ସମ୍ବିଧାନ ଅନୁଯାୟୀ ଏହି ଜାତିକୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ପଠାଯିବ। ଏହି ଜାତି ହେଉଛନ୍ତି ଧୀବର, ପ୍ରଜାପତି, କୁମ୍ଭାର, କହାର, କଶ୍ୟପ, ମତ୍ସ୍ୟଜୀବୀ, ରୈକୱାର, ବାଥମ୍, ଭର, ରାଜଭାର, ତୁରୈହା, ମଞ୍ଜି, ବିନ୍ଦ, ନିଷାଦ, କେଉଟ ଏବଂ ମଲ୍ଲାହା।