ନୂଆଦିଲ୍ଲୀ: ମାର୍ଚ୍ଚ ୯ ତାରିଖ ମଙ୍ଗଳବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ତ୍ରିଭେନ୍ଦ୍ର ସିଂହ ରାୱତ। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  କିଏ ହେବେ ତାକୁ ନେଇ କଳ୍ପାନଜଳ୍ପନା ଲାଗି ରହିଛି।     


COMMERCIAL BREAK
SCROLL TO CONTINUE READING

ଗାଦି ଛାଡିବା ପରେ ପ୍ରତିକ୍ରିୟା ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ କହିଛନ୍ତି ଦଳ ପକ୍ଷରୁ ସାମଗ୍ରିକ ଭାବେ ଏପରି ନିଷ୍ପତ୍ତି ନିଆଯାଇଛି। ଏବେ ମୁଁ ଛାଡି ଥିବା ଦାୟିତ୍ୱ ଅନ୍ୟ କାହାକୁ ପ୍ରଦାନ କରିବା ଆବଶ୍ୟକ। ମୁଁ କେବେ ଭାବିନଥିଲି ଏହ ପଦରେ କାମ କରିବା ଲାଗି ସୁଯୋଗ ମିଳିବ। ଏହା କେବଳ ବିଜେପିରେ ସମ୍ଭବ। ଦଳରେ ଯେଉଁ ନିଷ୍ପତ୍ତି ନିଯାଇଥାଏ ତାହା ସାମୂହିକ ଭାବେ ବିଚାର ବିମର୍ଶ କରିବା ପରେ ନିଆଯାଇଥାଏ।  


Also Read: ଗାଦି ଛାଡିପାରନ୍ତି Uttrakhand CM, ସମର୍ଥନରେ ବାହାରିଲେ ଦଳୀୟ ବିଧାୟକ


ଆସନ୍ତାକାଲି ସକାଳ ୧୦ଟା ବେଳେ  ରାଜଧାନୀ ଡେରାଡୁନସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେଉଛି। ରାଜ୍ୟର ଆଗାମୀ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ଆଗୁଆ ଶୁଭକାମନା ଜଣାଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ରାୱତ।      


ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡରେ ବିଧାୟକ ଧନ ସିଂହ ରାୱତ, ରାଜ୍ୟସଭା ସାଂସଦ ଅନିଲ ବଲୁନି, ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ ଅଜୟ ଭଟ୍ଟ, ସତପାଲ ମହାରାଜ ପ୍ରମୁଖ ସାମିଲ ଅଛନ୍ତି। ଆଜକୁ ୨୧ ବର୍ଷ ପୂର୍ବେ ଅର୍ଥାତ ୨୦୦୦ ମସିହାରେ ଗଠିତ ହୋଇଥିବା ଉତ୍ତରାଖଣ୍ଡ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ନିଜର ୫ ବର୍ଷିଆ କାର୍ଯ୍ୟକାଳ ପୂରଣ କରି ପାରିନାହାଁନ୍ତି। କେବଳ ବରିଷ୍ଠ କଂଗ୍ରେସ ନେତା ନାରାୟଣ ଦତ୍ତ ତିୱାରୀ ମୁଖ୍ୟମନ୍ତ୍ରୀ ଭାବେ ନିଜର ୫ ବର୍ଷର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୂରଣ କରିଛନ୍ତି।   \


Also Read: 'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'  


ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ବିରୁଦ୍ଧରେ ଦଳର ଅସନ୍ତୁଷ୍ଟ ବିଧାୟକ ଏକାଠି ହୋଇଥିଲେ। ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନଙ୍କୁ ମନାଇବାରେ ବିଫଳ ହୋଇଥିଲେ। ଏହା ପରେ ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ।


ସେବେଠାରୁ କେନ୍ଦ୍ରୀୟ ନେତୃତ୍ୱ ବିକଳ୍ପ ଉପରେ ବିଚାର କରୁଥିଲେ। ଏବେ ଦଳୀୟ ନେତୃତ୍ୱ ସାମ୍ନାରେ ଚିନ୍ତା ଉତ୍ତରାଖଣ୍ଡର ଜାତି ସମୀକରଣ ତଥା ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମୁକାବିଲା କିପରି କରାଯିବ। ଦଳର ନେତୃତ୍ୱ ଅନୁଭବ କରିଛନ୍ତି ଯଦି ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରାନଯାଏ ତାହେଲେ ଆସନ୍ତା ବର୍ଷ ଏକ ବଡ଼ କ୍ଷତି ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ତ୍ରିବେନ୍ଦ୍ର ସିଂ ରାୱତଙ୍କ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି।