'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'
Advertisement
Article Detail0/zeeodisha/odisha862604

'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'

ଯଦି କାହାକୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସେ ପ୍ରୟାସ କରୁଥାନ୍ତି ତାହେଲେ ପ୍ରଥମେ ସେ ଏହାକୁ ରାଜସ୍ଥାନରେ କାର୍ଯ୍ୟକାରୀ କରିଦେଖାନ୍ତୁ। 

'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'

ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାବଦରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରଖିଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା।  ଏନେଇ ସେ କହିଛନ୍ତି ବହୁତ ଦିନ ପରେ ପୂର୍ତତନ କଂଗ୍ରେସ ଅଧ୍ୟକ୍ଷଙ୍କ ଜ୍ଞାନ ଉଦୟ ହୋଇଛି। 

ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗରେ ଜବାବ ଦେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଏବେ ବୁଝା ପଡିଗଲାଣି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିନା ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ସ୍ଥିତି ଶୂନ୍ୟ ସହ ସମାନ। ଯଦି କାହାକୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସେ ପ୍ରୟାସ କରୁଥାନ୍ତି ତାହେଲେ ପ୍ରଥମେ ସେ ଏହାକୁ ରାଜସ୍ଥାନରେ କାର୍ଯ୍ୟକାରୀ କରିଦେଖାନ୍ତୁ। ସେଠାରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହୋଲତଙ୍କୁ ହଟାଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତୁ।   

Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

 

ରାହୁଲ ଗାନ୍ଧୀ କଟାକ୍ଷ କରି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ଯେଉଁ ନେତା ଗତ ୨ ବର୍ଷ ମଧ୍ୟରେ ନିଜ ଦଳର ଅଧ୍ୟକ୍ଷ ଚୟନ କରିପାରିଲେ ନାହିଁ, ସେ ମୁଖ୍ୟମନ୍ତ୍ରୀ ବାଛିବା କଥା କହୁଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହାୟତାରେ କଂଗ୍ରେସ ୨୦୧୮ ରାଜ୍ୟ ବିଧାନସଭା ନିର୍ବାଚନ ଲଢିଥିଲା। ହେଲେ ତାଙ୍କ ବଦଳରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲେ। ବହୁତ ବଡ ବଡ ଘୋଷଣା କରି କହିଥିଲେ ନିର୍ବାଚନୀ ଇସ୍ତାହାର ଯଦି ପୂରଣ  କରାନଯାଏ ତାହେଲେ ମୁଖ୍ୟମନ୍ତ୍ରୀ ବଦଲାଇ ଦିଆଯିବ। ସେମାନେ ଏହି କାର୍ଯ୍ୟ କରିନଥିଲେ, ଆମେ ତାହାକୁ କାର୍ଯ୍ୟକାରୀ କରିଦେଲୁ। 

Also Read: ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ମହିଳା ସମ୍ମିଳନୀରେ ଦଳର ବରିଷ୍ଠ କମଲନାଥ ଦଳୀୟ ନେତ୍ରୀ ଅଳକା ଲାମ୍ବାଙ୍କ ଉପରେ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ ମିଶ୍ରା କହିଛନ୍ତି  ମହିଳା ଦିବସରେ ଏପରି ବୟାନବାଜି କରିବା ତାଙ୍କୁ କାହିଁକି ଭୁଲ ଲାଗୁ ନାହିଁ। ଦଳକୁ ବୁଢା କରିବା ପରେ ନିଜକୁ ଯୁବକ ଭାବେ ଦର୍ଶାଇବାକୁ ପଛଘୁଞ୍ଚା ଦେଉନାହାଁନ୍ତି କଂଗ୍ରେସ ନେତା। 

Also Read: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ;'ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ, କମଲନାଥ ହେଉଛନ୍ତି ଦ୍ୱିତୀୟ ଧନୀ'

 

ଅଳକା ଲାମ୍ବାଙ୍କ ଉପରେପ୍ରତିକ୍ରିୟା ରଖି କମଲନାଥ କହିଥିଲେ ସେ ଯେତେବେଳେ ୧୮ ବର୍ଷର ହୋଇଥିଲେ ମୁ ତାଙ୍କୁ ଜାଣିଥିଲି। ସମୟକୁ କେହି ରୋକିପାରିବି ନାହିଁ, ଆଜି ତାଙ୍କର ଆଉ ମୋର ବୟସ ବଢିଯାଇଛି। ହେଲେ ଏହା ଭାବ ନାହିଁ ଯେ ଯୌବନ ଚାଲିଯାଇଛି, କାରଣ ଆଜି ମଧ୍ୟ ମୁ ଯୁବକ ରହିଛି।  

ମାର୍ଚ୍ଚ ୮ ତାରିଖ ସୋମବାର ଦିଲ୍ଲୀ ଠାରେ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ ରାହୁଲ ଗାନ୍ଧୀ କହିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ନିର୍ଣ୍ଣାୟକ ଭୂମିକାରେ ଥିଲେ। ହେଲେ ବିଜେପିକୁ ଯିବା ପରେ ସେ ପଛରେ ପଡିଯାଇଛନ୍ତି। ମୁଁ ତାଙ୍କ ଉଦ୍ଦେଶ୍ୟରେ କହିଥିଲି ଧୈର୍ଯ୍ୟ ରଖନ୍ତୁ ଆପଣ ଦିନେ ମୁଖ୍ୟମନ୍ତ୍ରୀ ହେବେ। ହେଲେ ସେ ବିଜେପିରେ ରହିଥିବା କେବେହେଲେ ମୁଖ୍ୟମନ୍ତ୍ରୀ  ହୋଇପାରିବେ ନାହିଁ। ମୁଁ ଲେଖି କରି ଦେଉଛି ଯଦି ସେ ଏହି ପଦ ପାଇବାକୁ ଚାହୁଁଥାନ୍ତି ତାହେଲେ  ତାଙ୍କୁ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ।