ରାଜ୍ୟପାଳଙ୍କ ସହ ସକ୍ଷାତ କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
Trending Photos
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଗାଦି ଛାଡିପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ ସିଂହ ରାୱତ। ଏହା ପୂର୍ବରୁ ସେ ରାଜ୍ୟପାଳ ବେବି ରାଣୀମୌର୍ଯ୍ୟଙ୍କୁ ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗବତଙ୍କ ଉପସ୍ଥିତିରେ ମଙ୍ଗଳବାର ଅପରାହ୍ନରେ ସାକ୍ଷାତ କରିବେ।
ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଥିବା ଏହି ରାଜନୈତିକ ଅଚଳାବସ୍ଥା ବାବଦରେ ଅବଗତ ଅଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ। ରାଜ୍ୟପାଳଙ୍କ ସହ ସକ୍ଷାତ କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ରାଜ୍ୟର ନୂଆ ମୁ୍ଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଖୁବ ଶୀଘ୍ର ବିଧାୟକ ଦଳ ବୈଠକ ଆୟୋଜିତ ହୋଇପାରେ।
Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ
ସୋମବାର ନୂଆଦିଲ୍ଲୀ ଠାରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଭେଟିବା ପରେ ମଙ୍ଗଳବାର ରାଜଧାନୀ ଡେରାଡୁନ ଠାରେ ପହଞ୍ଚିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଏପିରିକି ତାଙ୍କ ସମର୍ଥନରେ ନାରାବାଜି କରାଯାଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡରେ ଦଳର ରାଜ୍ୟସଭା ଅନିଲ ବଲୁନି, ନୈନିତାଲ ସାଂସଦ ଅଜୟ ଭଟ୍ଟ, କ୍ୟାବିନେଟ ମନ୍ତ୍ରୀ ଧନ ସିଂହ ରାୱତ ଏବଂ ସତପାଲ ମହାରାଜ ପ୍ରମୁଖ ସାମିଲ ଅଛନ୍ତି।
Also Read: 'ହମ ଫିଲ୍ମ କଳାକାର, ପିକଚର ଅଭି ବାକି'
देहरादून में हमारी पार्टी के राष्ट्रीय उपाध्यक्ष एवं छत्तीसगढ़ के पूर्व मुख्यमंत्री @drramansingh जी और प्रदेश प्रभारी @dushyanttgautam जी से मुलाक़ात की। इस अवसर पर दोनों पदाधिकारियों का पार्टी विधायकों से भी परिचय कराया। pic.twitter.com/f767Hm440T
— Trivendra Singh Rawat (@tsrawatbjp) March 6, 2021
ରାଜ୍ୟରେ ସୃଷ୍ଟି ହୋଇଥିବା ଏହି ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ତଥା ଦଳର ପ୍ରବକ୍ତା ମୁନ୍ନା ସିଂହ ଚୌହ୍ୱାନ କହିଛନ୍ତି ରାଜ୍ୟର ସମସ୍ତ ୫୭ ବିଧାୟକଙ୍କ ସମର୍ଥନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ ସିଂହ ରାୱତଙ୍କ ପଛରେ ରହିଛି।
Also Read: West Bengal Election 2021: ରାଜନେତାଙ୍କ ପରେ BJP ହାତ ଧରିବେ ସେଲିବ୍ରିଟି
The chief minister will hold a press conference at around 3 pm today and tell everyone his next course of action. All 57 BJP MLAs stands with the chief minister: Uttarakhand BJP MLA Munna Singh Chauhan https://t.co/qNVIOKqb0F
— ANI (@ANI) March 9, 2021