ନୂଆଦିଲ୍ଲୀ: Vice Presidential Election Jagdeep Dhankhar: ଭାରତୀୟ ଜନତା ପାର୍ଟି (BJP) ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ (NDA Vice Presidential Nominee) ଘୋଷଣା କରିଛି । ଜଗଦୀପ ଧନଖର ରାଜସ୍ଥାନର ବାସିନ୍ଦା ଓ ଜଣେ କୃଷକ ପରିବାରରୁ ଆସନ୍ତି । ତାଙ୍କ ନାମ ଘୋଷଣା କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ତାଙ୍କୁ ଜଣେ କୃଷକ ପୁଅ ବୋଲି ସମ୍ବୋଧନ କରିଛନ୍ତି । ତେବେ କ'ଣ ବିଜେପିର ନଜର ୨୦୨୩ରେ ରାଜସ୍ଥାନରେ ଓ ୨୦୨୪ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି କି?


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର କିଠାନା ଗାଁର ଏକ କୃଷକ ପରିବାରରେ ଜନ୍ମିତ ଜଗଦୀପ ଧନକର କୃଷକଙ୍କ ମଧ୍ୟରେ ବହୁତ ପ୍ରଭାବ ରହିଛି ଓ ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲ ତଥା ରାଜନେତା ଭାବରେ କାର୍ଯ୍ୟ କରିଛନ୍ତି । ହରିୟାଣାର କୃଷକ ନେତା ଭାବରେ ଜଣାଶୁଣା ଚୌଧୁରୀ ଦେବୀ ଲାଲ (Chaudhary Devi Lal) ଙ୍କ ସହ ଧନଖର ନିକଟତର ରହିଥିଲେ ଓ ତାଙ୍କ ସମୟର ଅଧିକାଂଶ ଜାଟ ନେତାଙ୍କ ପରି ଧନଖର ମୂଳତଃ ଦେବୀ ଲାଲଙ୍କ ସହ ଜଡିତ ଥିଲେ । ଧନଖର ସେତେବେଳେ ଜଣେ ଯୁବ ଆଇନଜୀବୀ, ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ଦେବିଲାଲ ତାଙ୍କୁ କଂଗ୍ରେସର ଗଢ଼ ରହିଥିବା ଝୁଞ୍ଜୁନୁ ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିରୋଧୀ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଥିଲେ ଓ ଧନଖର ଜିତିଥିଲେ ।


ଭିପି ସିଂ (VP Singh) ଙ୍କ ଯୁଗରେ ଧନଖର ଜନତା ଦଳରେ ଥିଲେ । ବିଶେଷ କଥା ହେଉଛି ସେ ବିଜେପି କିମ୍ବା ଆରଏସଏସର ମୂଳ ବିଚାରଧାରାରୁ ଆସନ୍ତି ନାହିଁ, ବରଂ କୃଷକ ରାଜନୀତିରୁ ଆସିଛନ୍ତି । ସେ ସାମ୍ୱିଧାନିକ ପଦରେ ରହି ନିରବ ଭାବରେ ରହିବା ନେତା ନୁହନ୍ତି, ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରୁଥିବା ନେତା ଭାବେ ଜଣାଶୁଣା ।


୧୯୮୯ରେ ଧନଖର ବିଜେପି ସମର୍ଥନରେ ଜନତା ଦଳ ଟିକେଟରେ ଝୁଞ୍ଜୁରୁ ଲୋକସଭା ନିର୍ବାଚନରେ ​​ଜିତି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ଜନତା ଦଳ ବିଭାଜନ ପରେ ସେ ଦେବ ଗୌଡାଙ୍କ କ୍ୟାମ୍ପକୁ ମିଶିଥିଲେ ଓ ଜନତା ଦଳରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ସେ କଂଗ୍ରେସ ଟିକେଟରେ ଅଜମେରରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରିଥିଲେ । ପରେ ୨୦୦୩ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ଜଗଦୀପ ଧନଖର ମଧ୍ୟ ରାଜସ୍ଥାନର କିଶାନଗଡରୁ ଜଣେ ବିଧାୟକ ରହିଛନ୍ତି । ଜାଟ ସମ୍ପ୍ରଦାୟକୁ OBC ମାନ୍ୟତା ପାଇବା ପାଇଁ ସେ ଜାଟ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 


ଏହା ବି ପଢ଼ନ୍ତୁ:-ପୁଣି ଏକାଠି ହେବେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ!


ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?


ଏହା ବି ପଢ଼ନ୍ତୁ:-ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍


 


ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ରାଜସ୍ଥାନରେ ଓ ୨୦୨୪ରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦୁଇ ରାଜ୍ୟ ମଧ୍ୟରୁ ରାଜସ୍ଥାନ ବର୍ତ୍ତମାନ କଂଗ୍ରେସ ଦ୍ୱାରା ଶାସିତ ଓ ଅଶୋକ ଗେହଲୋଟ୍ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସେପଟେ ହରିୟାଣାରେ ବିଜେପିର ମେଣ୍ଟ ସରକାର ଚାଲିଛି ଓ ଏହି ସରକାରରେ  ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଗାମୀ ନିର୍ବାଚନରେ ​​ମଧ୍ୟ ବିଜେପି ଏଠାରେ ବିଜୟ ନିଶ୍ଚିତ କରିବାକୁ ଚାହୁଁଛି । ରାଜସ୍ଥାନ ବିଧାନସଭା ଆସନ ବିଷୟରେ କହିବାକୁ ଗଲେ ଏଠାରେ ୨୦୦ଟି ଆସନ ଅଛି । ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୨୦୨୩ରେ ଶେଷ ହେବାକୁ ଯାଉଛି । ଅର୍ଥାତ୍ ଡିସେମ୍ବର ୨୦୨୩ ପୂର୍ବରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ।


ବିଜେପି ଏଥର ରାଜସ୍ଥାନରେ ଜିତିବା ପାଇଁ କୌଣସି ପ୍ରକାରର ରିକ୍ସ ନେବାକୁ ଚାହୁଁନାହିଁ ଓ ଦଳ ଜିତିବା ପାଇଁ ନିଜର ପୁରା ଶକ୍ତି ଲଗାଇ ଦେବ । ଏହି ନିର୍ବାଚନରେ ​​କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି । ଗତ ଦୁଇ ଦଶନ୍ଧି ଧରି ରାଜସ୍ଥାନରେ ବିଜେପିର ଦବଦବା ଥିଲା ଓ ବସୁନ୍ଧରା ରାଜେଙ୍କ କଥା ଚାଲୁଥିଲା । କିନ୍ତୁ ବର୍ତ୍ତମାନ ମନେ କରାଯାଉଛି ଯେ ଦଳ ରାଜସ୍ଥାନରେ ନୂତନ ନେତୃତ୍ୱ ଖୋଜୁଛି । ୨୦୨୩ରେ ବିଜେପି ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି ।


ସେଥିପାଇଁ ଧନଖର ବିଜେପିର ପସନ୍ଦ ପାଲଟିଛି । ଧନଖର ରାଜସ୍ଥାନର ଜଣେ କୃଷକ ପରିବାରରୁ ଓ ଜାଟ ସମ୍ପ୍ରଦାୟରୁ ଆସନ୍ତି । ମୋଦି ସରକାରଙ୍କ ବିରୋଧରେ କୃଷକ ଆନ୍ଦୋଳନରେ ଜାଟ କୃଷକମାନେ ମଧ୍ୟ ବହୁ ସଂଖ୍ୟାରେ ସାମିଲ ଥିଲେ । ରାଜସ୍ଥାନରେ ବହୁ ସଂଖ୍ୟକ ଜାଟ ଭୋଟର ଓ କୃଷକ ଅଛନ୍ତି । ଅନେକ ନିର୍ବାଚନମଣ୍ଡଳୀରେ ଜାଟ୍ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ସେପଟେ ଧନଖରଙ୍କ ପ୍ରାର୍ଥୀ ଘୋଷଣା କରିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ 'କିସାନ ପୁତ୍ର' ବୋଲି ସମ୍ବୋଧନ କରିଥିଲେ ।


ଧନଖରଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରିବା ପଛରେ ବିଜେପିର ଉଦ୍ଦେଶ୍ୟ ହେଉଛି ରାଜସ୍ଥାନ ନିର୍ବାଚନରେ ​​ଜିତିବା ଓ ଚାଷୀ ଆନ୍ଦୋଳନକୁ ନେଇ କୃଷକଙ୍କ ଅସନ୍ତୋଷକୁ ଦୂର କରିବା । ଯଦି କୃଷକ ବିଲ୍ ସମ୍ବନ୍ଧରେ ସ୍ୱର ଉଠିବ ତ ଏପରି ସ୍ୱର ଚାଷୀଙ୍କ ସହ କଥା ହୋଇପାରିବେ । ଧନଖର ଜଣେ କୃଷକ ନେତା ଓ ରାଜସ୍ଥାନ ଏବଂ ହରିୟାଣାର ଲୋକଙ୍କ ଉପରେ ତାଙ୍କର ଏକ ବିଶେଷ ଆଭିମୁଖ୍ୟ ରହିଛି, ବୋଧହୁଏ ସେଥିପାଇଁ ବିଜେପି ଏହି ବଡ଼ ଗୋଟି ଚାଳିଛି ।