ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍
Advertisement
Article Detail0/zeeodisha/odisha1258945

ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍

Yati Narsinghanand Saraswati: ଶ୍ରୀ ପଞ୍ଚଦଶାନମ୍ ଜୁନା ଅଖାଡ଼ାର ମହାମଣ୍ଡଲେଶ୍ୱର ଯତି ନରସିଂହାନନ୍ଦ (Yati Narsinghanand Saraswati) ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ।  ବର୍ତ୍ତମାନ ସେ ଜାତିର ପିତା ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କୁ ନେଇ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ ଗାନ୍ଧୀଜୀଙ୍କୁ ହଜାର ହଜାର

ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: Yati Narsinghanand Saraswati: ଶ୍ରୀ ପଞ୍ଚଦଶାନମ୍ ଜୁନା ଅଖାଡ଼ାର ମହାମଣ୍ଡଲେଶ୍ୱର ଯତି ନରସିଂହାନନ୍ଦ (Yati Narsinghanand Saraswati) ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ।  ବର୍ତ୍ତମାନ ସେ ଜାତିର ପିତା ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କୁ ନେଇ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ ଗାନ୍ଧୀଜୀଙ୍କୁ ହଜାର ହଜାର ହିନ୍ଦୁଙ୍କର ହତ୍ୟାକାରୀ ବୋଲି କହିଛନ୍ତି ଓ ଅନେକ ଅପମାନଜନକ ଶବ୍ଦ କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଗାଜିଆବାଦ ମୁସୁରୀ ପୋଲିସ ଷ୍ଟେସନରେ ଯତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ନିକଟ ଅତୀତରେ ଯତି ନରସିଂହାନନ୍ଦ ସରସ୍ୱତୀ ନିଜର ଉତ୍ତେଜନାମୂଳକ ତଥା ଆପତ୍ତିଜନକ ବୟାନ ପାଇଁ ଚର୍ଚ୍ଚାରେ ଥିଲେ । ନିକଟରେ ତାଙ୍କୁ ଜେଲକୁ ମଧ୍ୟ ଯିବାକୁ ପଡ଼ିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଜାଣି ମସୁରି ପୋଲିସ ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ପାଇଁ ଯତି ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି । ମସୁରୀ ପୋଲିସ ଅନୁଯାୟୀ, ଦୁଇ ମିନିଟ୍ ୨୦ ସେକେଣ୍ଡର ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି । ଏଥିରେ ଦାସନା ଦେବୀ ମନ୍ଦିରର ମହନ୍ତ ଓ ଶ୍ରୀ ପଞ୍ଚଦଶନାମ୍ ଜୁନା ଆଖାଡ଼ାର ମହାମଣ୍ଡଲେଶ୍ୱର ଯତି ନରସିଂହାନନ୍ଦ ଗିରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

ଏହି ଭିଡିଓରେ ସେ ମହାତ୍ମା ଗାନ୍ଧୀଙ୍କୁ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ ବୋଲି କୁହାଯାଇଛି । ଯତି ନରସିଂହାନନ୍ଦ ଭିଡିଓରେ କହିଛନ୍ତି ଯେ, ସେ ସାରା ଭାରତରେ ପ୍ରଚାର କରିବାକୁ ଯାଉଛନ୍ତି । ମହାତ୍ମା ଗାନ୍ଧୀ ଯୋଗୁଁ ଶହେ କୋଟି ହିନ୍ଦୁଙ୍କ ପାଖରେ ଏକ ଇଞ୍ଚ ଜମି ମଧ୍ୟ ନାହିଁ ଓ ତାଙ୍କ ଯୋଗୁଁ ଆଜି ମଧ୍ୟ ଆମର ସାଧୁ, ସନ୍ଥ ଏବଂ ମହାତ୍ମାମାନଙ୍କୁ ଜେଲ ଯିବାକୁ ପଡ଼ୁଛି ।

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!

ଏହା ବି ପଢ଼ନ୍ତୁ:-ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା

ଏହା ବି ପଢ଼ନ୍ତୁ:-ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ

ମସୁରୀ ପୋଲିସ ଷ୍ଟେସନରେ କାର୍ଯ୍ୟରତ ହୋଇଥିବା ସବ୍-ଇନ୍ସପେକ୍ଟର ଡକ୍ଟର ରାମସେବକଙ୍କ ରୁଜୁ କରାଯାଇଥିବା ରିପୋର୍ଟରେ ଅନ୍ୟ ଆପତ୍ତିଜନକ ମନ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଏହା ସହିତ ତାଙ୍କୁ ବ୍ରିଟିଶ ଓ ଅନ୍ୟ ସମ୍ପ୍ରଦାୟର ଦଲାଲ ଭାବରେ ବର୍ଣ୍ଣନା କରାଯାଇଛି । ନରସିଂହାନନ୍ଦ ଗିରିଙ୍କ ଏହି ବୟାନ ଯୋଗୁଁ ସମାଜରେ ଶାନ୍ତି ଓ ଆଇନ ଶୃଙ୍ଖଳାକୁ ଭଙ୍ଗ କରିବାର ସମ୍ଭାବନାକୁ ପ୍ରକାଶ କରି ସବ୍-ଇନ୍ସପେକ୍ଟର ଏହି ମାମଲା ରୁଜୁ ପାଇଁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏସପି ଗ୍ରାମୀଣ ଡକ୍ଟର ଇରାଜ ରାଜ କହିଛନ୍ତି ଯେ ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ମାମଲା ରୁଜୁ କରି ଯତି ନରସିଂହାନନ୍ଦ ଗିରିଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।