ପୁଣି ଏକାଠି ହେବେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ!
Advertisement

ପୁଣି ଏକାଠି ହେବେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ!

Maharashtra Politics: ଆପଣଙ୍କୁ କହି ରଖୁଛୁ ଯେ, ଇସ୍ତଫା ଦେବା ପୂର୍ବରୁ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକମାନଙ୍କୁ ଅନେକ ଥର କଥା ହେବା ଓ ମନାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବିଦ୍ରୋହୀମାନେ ଏନସିପି ଓ କଂଗ୍ରେସ ସହ ସରକାର ଗଠନ ନକରିବାକୁ ଜିଦ୍ ଧରିଥିଲେ । 

ପୁଣି ଏକାଠି ହେବେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ!

ମୁମ୍ୱାଇ: Maharashtra Politics: ବିଗତ ଦିନରେ ଏକନାଥ ସିନ୍ଦେ (Eknath Shinde) ଙ୍କ ସମେତ ୪୦ ଶିବସେନା ବିଧାୟକ (Shiv Sena Rebel MLA) ଓ ୧୦ ଜଣ ସ୍ୱାଧୀନ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ (Maharashtra CM) ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏହାସହ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ୀ ସରକାର (Maha Vikas Aghadi Govt) ର ପତନ ଘଟିଥିଲା । ଯାହା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ଲୋକମାନେ କ୍ୟାବିନେଟ୍ ବିସ୍ତାରକୁ ଅପେକ୍ଷା କରିଛନ୍ତି ।

ଏହା ପରେ ଉଦ୍ଧବ ଠାକରେଙ୍କ ରାଜନୈତିକ ଭବିଷ୍ୟତ ଓ ଶିବସେନାର ପ୍ରକୃତ ମାଲିକ କିଏ? ଏପରି ପ୍ରଶ୍ନ ଉଠିବାରେ ଲାଗିଛି । ଏହାସହ ପ୍ରଶ୍ନ ଉଠୁଛି କ'ଣ ଉଦ୍ଧବ ପୁଣି ଥରେ ବିଜେପି ସହ ହାତ ମିଶାଇବେ? ଆଜିକାଲି ମହାରାଷ୍ଟ୍ରରେ ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି । ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଶିବସେନା ନେତା ଦୀପାଲି ସୟଦ (Deepali Syed) ଙ୍କ ଟ୍ୱିଟ୍ ପରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ରାଜ୍ୟରେ ଆଗାମୀ ଦିନରେ ନୂଆ ଓ ବଡ଼ ରାଜନୈତିକ ଘଟଣାକ୍ରମ ଘଟିବାକୁ ଯାଉଛି ।

ଦୀପାଲି ସୟଦ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ, "ଏହା ଶୁଣି ଭଲ ଲାଗୁଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ମାନିତ ଉଦ୍ଧବ ସାହେବ ଓ ସମ୍ମାନିତ ଶିନ୍ଦ ସାହେବ ଶିବ ସୈନିକଙ୍କ ଭାବନା ଉପରେ ଚର୍ଚ୍ଚା କରିବା ପାଇଁ ପ୍ରଥମ ଥର ସାକ୍ଷାତ କରିବେ । ଏଥିରୁ ସ୍ପଷ୍ଟ ଯେ ସିନ୍ଦେ ସାହେବ ଶିବ ସୈନିକଙ୍କ ଦୁଃଖ ବୁଝିପାରୁଥିଲେ ଓ ଉଦ୍ଧବ ସାହେବ ପରିବାରର ମୁଖିଆ ଭୂମିକା ବଡ଼ ହୃଦୟ ସହ ନିର୍ବାହ କରିଥିଲେ । ଏଥିରେ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଥିବାରୁ ବିଜେପି ନେତାମାନଙ୍କୁ ଧନ୍ୟବାଦ । ଏକ ହଟସ୍ପୋଟ ଅପେକ୍ଷା କରୁଥିବ ।"

ଦୀପାଲି ସୟଦଙ୍କ ଏହି ଟ୍ୱିଟ ପରେ ଚର୍ଚ୍ଚାର ବଜାର ଗରମ ହୋଇଯାଇଛି । ଯାହା ପରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପି ସହ ଯିବାକୁ ପ୍ରସ୍ତୁତ ଅଛନ୍ତି କି? ଦିପାଲୀ ସୟଦ ଉଲ୍ଲେଖ କରିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବୈଠକ ବ୍ୟବସ୍ଥା କରିବାରେ ବିଜେପି ମଧ୍ୟ ସାହାଯ୍ୟ କରିଛି ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

ଏହା ବି ପଢ଼ନ୍ତୁ:-ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍

ଗୋଟିଏ ଦିନ ପୂର୍ବରୁ ଦୀପାଲି ସୟଦ ଆଉ ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ କହିଥିଲେ ଯେ, ମାନ୍ୟବର ଆଦିତ୍ୟ ସାହେବ ଶୀଘ୍ର କ୍ୟାବିନେଟକୁ ଆସିବା ଉଚିତ୍ । ୫୦ ଶିବସେନା ବିଧାୟକ ମାତୋଶ୍ରୀରେ ଦେଖାଯିବା ଉଚିତ୍ । ସମ୍ମାନିତ ଉଦ୍ଧବ ସାହେବ ଓ ସମ୍ମାନିତ ସିନ୍ଦ ସାହେବ ଏକଜୁଟ ହେବା ଉଚିତ୍ । ଶିବସେନା ଏକ ଦଳ ନୁହେଁ ବରଂ ହିନ୍ଦୁତ୍ୱର ଏକ ଗଡ଼ ।

ଆପଣଙ୍କୁ କହି ରଖୁଛୁ ଯେ, ଇସ୍ତଫା ଦେବା ପୂର୍ବରୁ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକମାନଙ୍କୁ ଅନେକ ଥର କଥା ହେବା ଓ ମନାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବିଦ୍ରୋହୀମାନେ ଏନସିପି ଓ କଂଗ୍ରେସ ସହ ସରକାର ଗଠନ ନକରିବାକୁ ଜିଦ୍ ଧରିଥିଲେ । ସେମାନେ କହିଥିଲେ ଯେ ଶିବସେନାର ବିଜେପି ସହ ସ୍ୱାଭାବିକ ମେଣ୍ଟ ରହିଛି ।