ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ତାରିଖ ପାଖେଇ ଆସୁଥିବାରୁ ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ସୁରକ୍ଷାରେ ଦାୟିତ୍ୱରେ ନିୟୋଜିତ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ରହିବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ-କ୍ୟାଫ୍ (Central Armed Police Forces-CAPF)। ଏନେଇ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ-ଇସି (Election Commission-EC)। କାରଣ ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ରାଜନୈତିକ ହିଂସାକାଣ୍ଡ (Political Violence) ବୃଦ୍ଧି ପାଇଛି। ଏ ମାମଲାରେ ସନ୍ଦେହଜନକ ଭୂମିକାକୁ ନେଇ ବିବାଦ ଘେରରେ ରହିଛି  ପଶ୍ଚିମବଙ୍ଗ ପୋଲିସ (West Bengal Police)।    


Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF


ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି କରିବା ଲାଗି ଫେବୃଆରୀ ୨୫ ତାରିଖ ଗୁରୁବାର ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ଡେପୁଟି ନିର୍ବାଚନ କମିଶନର (Deputy Election Commission) ତଥା ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ ସୁଦୀପ ଜୈନା। ଏହି ଗସ୍ତ ସମୟରେ ସେ ଜିଲ୍ଲା ପ୍ରଶାସନ, ପୋଲିସ ଅଧିକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାହାର ଯାଞ୍ଚ କରିବେ।     


Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ


 


ନିର୍ବାଚନ କମିଶନ ଜିଲ୍ଲା ପ୍ରଶାସନକୁ ନିର୍ବାଚନ ପ୍ରସ୍ତୁତି ସହ ଜଡିତ ପ୍ରସ୍ତୁତି ଉପସ୍ଥାପନା ପ୍ରସ୍ତୁତ କରିବାକୁ କହିଛନ୍ତି। ନିକଟରେ ବିଭିନ୍ନ ବିଭାଗକୁ ସ୍ଥାନାନ୍ତରିତ ହୋଇଥିବା ଅଧିକାରୀଙ୍କ ସହ ସାକ୍ଷାତ କରିବେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ। ନିର୍ବାଚନ ଆୟୋଗ ଅଧିକାରୀ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ବାହିନୀ ମୁତୟନ ସମ୍ପର୍କରେ ରିପୋର୍ଟ ଦେବେ। ପଶ୍ଚିମବଙ୍ଗ ଗସ୍ତ ଶେଷ ହେବା ପରେ ଡେପୁଟି ନିର୍ବାଚନ କମିଶନର ତାଙ୍କ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ।
 
ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ପାଇଁ ନିର୍ବାଚନ ଆୟୋଗ ଏକ ୩ ଜଣିଆ କମିଟି ଗଠନ କରିପାରନ୍ତି। ଯେଉଁଥିରେ ସିଇଓ, ଏଡିଜେ (ଆଇନ ଶୃଙ୍ଖଳା) ଏବଂ କେନ୍ଦ୍ରୀୟ ବଳ ରାଜ୍ୟ ସଂଯୋଜକ ରହିପାରନ୍ତି। ଆଗାମୀ ନିର୍ବାଚନ ପାଇଁ ସୀମା ସୁରକ୍ଷା ବଳ-ବିଏସଏଫ (Border Security Force-BSF) ୩ଟି କମ୍ପାନୀ ଶୀଘ୍ର ନିୟୋଜିତ ହୋଇପାରନ୍ତି। ହୋଟେଲରେ ବରିଷ୍ଠ କ୍ୟାଫ୍ ଅଧିକାରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଯବାନ ଶିକ୍ଷାନୁଷ୍ଠାନ ପରିସରରେ ରହିବେ।