West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF
Advertisement

West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ରାଜନୈତିକ ହିଂସାକାଣ୍ଡ ମାମଲାରେ ପଶ୍ଚିମବଙ୍ଗ ପୋଲିସର ସନ୍ଦେହଜନକ ଭୂମିକାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି।

West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମତଦାନ ଆରମ୍ଭ ହେବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସତର୍କ ହୋଇଉଠିଛନ୍ତି ନିର୍ବାଚନ ଆୟୋଗ। ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରିଥାଏ ଏହି ରାଜ୍ୟ।  

ବିଗତ କିଛି ବର୍ଷ ଧରି ପଶ୍ଚିମବଙ୍ଗ ମାଟିରେ ରାଜନୈତିକ ହିଂସାକାଣ୍ଡ (Political Violence) ବଢିଚାଲିଛି। ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏ ମାମଲାରେ ରାଜ୍ୟ ପୋଲିସର (West Bengal Police) ସନ୍ଦେହଜନକ ଭୂମିକାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ସହ ମୁହାଁମୁହିଁ ହୋଇଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେପି (BJP)। 

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ     

ଆଗକୁ ନିର୍ବାଚନ ରହିଥିବାରୁ ସ୍ୱାଭାବିକ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-କ୍ୟାଫ୍ (Central Armed Police Forces-CAPF) ଅର୍ଥାତ ଅର୍ଦ୍ଧ ସାମରିକ ବଳ (Paramilitary Force) ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ-ଇସି (Election Commission)। ଏହି କ୍ରମରେ ୨ କମ୍ପାନୀ କ୍ୟାଫ୍ ବାହିନୀ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛନ୍ତି। 

ଏନେଇ ବିଭାଗୀୟ ଅଧିକାରୀ କହିବା ଅନୁସାରେ ରେଳ ଯୋଗେ ୨ କମ୍ପାନୀ କ୍ୟାଫ୍ ପଶ୍ଚିମବଙ୍ଗ ଦୁର୍ଗାପୁର, ହାୱଡାସ୍ଥିତ ଡାନକୁନି ଠାରେ ୫ କମ୍ପାନୀ ଏବଂ ଚିତପୁର ଠାରେ ୪ କମ୍ପାନୀ ଅର୍ଦ୍ଧ ସାମରିକ ବଳ ପହଞ୍ଚିଛି। ନିର୍ବାଚନ ଦାୟିତ୍ୱରେ ନିୟୋଜିତ ହୋଇଥିବା ଜଣେ ଅଧିକାରୀଙ୍କ କହିବା ଅନୁସାରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା କ୍ୟାଫ୍ ବାହିନୀକୁ ପଶ୍ଚିମବଙ୍ଗ ପଠାଯାଇଛି। ସେମାନଙ୍କୁ ସ୍ୱାଗତ କରିବା ଲାଗି କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ-ସିଆରପିଏଫ (Central Industrial Security Force-CRPF) ଯବାନ ଏବଂ ପଶ୍ଚିମବଙ୍ଗ ପୋଲିସ ଉପସ୍ଥିତ ରହିବେ।     

Also Read: 'ଜୟ ଶ୍ରୀରାମ' ନାରା ଲଗାଇବା ପଡିଲା ମହଙ୍ଗା; ଶେଷରେ...

ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଫେବୃଆରୀ ୨୫ ତାରିଖ ଶନିବାର ସୁଦ୍ଧା ପଶ୍ଚିମବଙ୍ଗରେ ୧୨୫ କମ୍ପାନୀ କ୍ୟାଫ୍ ଯବାନଙ୍କୁ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଆଗାମୀ ଦିନରେ ସିଆରପିଏଫ ୬୦ କମ୍ପାନୀ ବ୍ୟତୀତ, ୩୦ କମ୍ପାନୀ ସଶସ୍ତ୍ର ସୀମା ବଳ-ଏସଏସବି (Sashastra Seema Bal-SSB), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ-ସିଆଇଏସଏଫ (Central Industrial Security Force-CISF) ଏବଂ ଇଣ୍ଡୋ-ତିବ୍ଦେତାନ ବର୍ଡର ପୋଲିସ-ଆଇଟିବିପି (Indo-Tibetan Border Police-ITBP) ୫-୫ କମ୍ପାନୀ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି। 

Also Read: କୋଲକାତାରେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଉପରେ ଆକ୍ରମଣ

ସୁରକ୍ଷା ଦାୟିତ୍ୱରେ କ୍ୟାଫ୍ ଯବାନ ନିୟୋଜିତ ହେବା ପରେ ସାଧାରଣ ମତଦାତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିବ। ସେମାନ ଧାର୍ଯ୍ୟ  ହୋଇଥିବା ଅଞ୍ଚଳକୁ ରାତ୍ରୀ ସମୟରେ ଗସ୍ତ କରିବେ। ରାଜଧାନୀ କୋଲକାତା ଠାରେ ୩ ଏସଏସବି ବାଟାଲିଅନ ଏବଂ ହାୱାଡା ପୋଲିସ ଥାନା ଅଞ୍ଚଳରେ ୫ ଏବଂ ଗ୍ରାମୀଣ କ୍ଷେତ୍ରରେ ୩ କମ୍ପାନୀ ସିଆରପିଏଫ ବାହିନୀ ମୁତୟନ ହେବ। ପୁରୁଲିଆ-ଝାରଗ୍ରାମ (Purulia-Jhargram) ଅଞ୍ଚଳରେ ସର୍ବାଧିକ ୯ କମ୍ପାନୀ ସିଆରପିଏଫ ବାହିନୀ ମୁତୟନ ହେବ। ସୁରକ୍ଷା ଦାୟିତ୍ୱ ନେବା ପରେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତି ବାବଦରେ ପ୍ରତି ଦିନ ନିର୍ବାଚନ ଆୟୋଗକୁ ରାତି ୮ଟା ସମୟରେ ରିପୋର୍ଟ ପ୍ରଦାନ କରିବ କ୍ୟାଫ୍ ବାହିନୀ।