ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ
Advertisement
Article Detail0/zeeodisha/odisha834616

ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଲାଗି ୧ ଲକ୍ଷ କ୍ୟାଫ୍ ଅର୍ଥାତ ଅର୍ଦ୍ଧ ସାମରିକ ବଳ ମୁତୟନ ହେବ। 

ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

କୋଲକାତା: ନିର୍ବାଚନ ସମୟରେ ରାଜ୍ୟର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଘଟଣାକୁ ନେଇ ସନ୍ଦେହ ଘେରକୁ ଚାଲିଯିବା ସହ ବିବାଦୀୟ ହୋଇପଡିଥିବା ପଶ୍ଚିମବଙ୍ଗ ପୋଲିସକୁ ପୁଣି ଲାଗିଛି ଏକ ଝଟକା। ଆଗାମୀ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ-କ୍ୟାଫ୍ (Central Armed Police Force-CAPF) ନିୟୋଜିତ ହେବେ। 

ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଲାଗି ୧ ଲକ୍ଷ କ୍ୟାଫ୍ ଅର୍ଥାତ ଅର୍ଦ୍ଧ ସାମରିକ ବଳ (Paramilitary Force) ମୁତୟନ ହେବ। ପୂର୍ବରୁ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ଲାଗି ୭୫-୮୦ ହଜାର କ୍ୟାଫ୍ ନିୟୋଜିତ ହୋଇଥିଲେ।

ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୃଙ୍ଖଳା ରକ୍ଷା କରିବା ଲାଗି ରାଜ୍ୟ ପୋଲିସ ପରିବର୍ତ୍ତେ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ଯୋଜନା କରୁଛନ୍ତି ନିର୍ବାଚନ କମିଶନ। ଆଉ ଏଥିଲାଗି ଗୃହ ମନ୍ତ୍ରଣାଳୟ ସହ ଚାଲିଛି ଆଲୋଚନା। ସୁରୁଖୁରୁ ନିର୍ବାଚନ ପରିଚାଳନା କରିବାକୁ ୧ ହଜାର କମ୍ପାନୀ ଅର୍ଦ୍ଧ ସାମରିକ ବଳର ସହାୟତା ନେବାକୁ ଲକ୍ଷ୍ୟ ରଖିଛି ନିର୍ବାଚନ ଆୟୋଗ। ଏହି କାର୍ଯ୍ୟରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ-ସିଆରପିଏଫ (Central Reserve Police Force-CRPF)। 

Also Read: 'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'
 

ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଏବଂ ପୋଲିସର ସନ୍ଦେହଜନକ ଭୂମିକାକୁ ନେଇ ସତର୍କ ଅଛନ୍ତି ନିର୍ବାଚନ। ଏହାକୁ ଦୃଷ୍ଟିରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସହାୟତା ନେବାକୁ ଲକ୍ଷ୍ୟ ରଖାଯାଇଛି। ଗତ ଲୋକସଭା ନିର୍ବାଚନରେ କେବଳ ପଶ୍ଚିମବଙ୍ଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୭୫୦ କମ୍ପାନୀ ଅର୍ଦ୍ଧ ସାମରିକ ବଳ ନିୟୋଜିତ ହୋଇଥିଲା।      

ଚଳିତ ବର୍ଷ ପଶ୍ଚିମବଙ୍ଗ ସମେତ ତାମିଲନାଡୁ, ଆସାମ, କେରଳ, ପୁଦୁଚେରୀ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ପଶ୍ଚିମବଙ୍ଗ-ଆସାମ ବିଧାନସଭା ନିର୍ବାଚନରେ ସାମ୍ଭାବ୍ୟ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ନେଇ ନିର୍ବାଚନ ଆୟୋଗ ଜାନୁଆରୀ ୨୬ ତାରିଖରେ ଗୃହମନ୍ତ୍ରଣାଳୟ ସହ ଆଲୋଚନା କରିବେ।  

Also Read: 'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'

 

ପଶ୍ଚିମବଙ୍ଗର ସମସ୍ତ ଭୋଟ ବୁଥରେ ଶତ ପ୍ରତିଶତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ନେଇ ଯୋଜନା କରିଛନ୍ତି ନିର୍ବାଚନ ଆୟୋଗ। କାରଣ ବିଗତ କିଛି ବର୍ଷ ଧରି ଏହି ରାଜ୍ୟରେ ହୋଇଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି।