BJP targets TMC: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର। ଗୁରୁବାର ଏନେଇ ସେ ରାଜଧାନୀ କୋଲକାତାସ୍ଥିତ ଏକ ଅଦାଲତରେ ଏକ ପିଟିସନ ଦାଖଲ କରିଛନ୍ତି। ଯେଉଁଥିରେ  ବିଜେପି ଅଧ୍ୟକ୍ଷ ଟିଏମସି ସାଂସଦଙ୍କ ବିରୋଧରେ ଦାଏର  କରିବା ପାଇଁ କୋର୍ଟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛଛନ୍ତି।   


COMMERCIAL BREAK
SCROLL TO CONTINUE READING

ଗତ ସେପ୍ଟମ୍ବର ୧୩ ତାରିଖରେ ପଶ୍ଚିମବଙ୍ଗ ବିଜେପି (West Bengal Unit) ପକ୍ଷରୁ ରାଜ୍ୟରେ ଆୟୋଜିତ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଥିଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ (TMC MP Abhishek Banerjee)। ଏନେଇ ସେ କହିଥିଲେ ଯେ ଯଦି ହିଂସାକାଣ୍ଡ ସମୟରେ ମୁଁ ପୋଲିସ ଜାଗାରେ ରହିଥାନ୍ତି ତାହେଲେ ପୋଲିସ ଗାଡିରେ ନିଆଁ ଲାଗିବା ପରେ ମୁଁ ବଦମାସ ଅର୍ଥାତ ହିଂସାକାଣ୍ଡ ଘଟଣାରେ ଜଡ଼ିତ ରହିଥିବା ଲୋକ ମୁଣ୍ଡକୁ ଗୁଳି ମାରି ଦେଇଥାନ୍ତି। ଏଭଳି ବୟାନ ଦେବା ଅଭିଯୋଗରେ ଟିଏମସି ସାଂସଦଙ୍କ ବିରୋଧରେ ଦାଏର କରିବାକୁ ଅଦାଲତରେ ଆବେଦନ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର (West Bengal BJP President Sukanta Mazumdar)।


ଏନେଇ ପ୍ରତିକ୍ରିୟା ରଖି ତାଙ୍କ ଓକିଲ ପାର୍ଥ ଘୋଷ କହିଛନ୍ତି କୋଲକାତା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ (Kolkata Metropolitan Magistrate Court) ଠାରେ ଏକ ପିଟିସନ ଦାଖଲ କରିଛନ୍ତି ସୁକାନ୍ତ ମଜୁମଦାର। ଯେଉଁଥିରେ ସେ ଅଭିଯୋଗ କରି କହିଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ, ଲୋକଙ୍କ ଉପରକୁ ଗୁଳି ଚାଳନା କରିବା ପାଇଁ ପୋଲିସ କୁ ଉତ୍ସାହିତ କରୁଛନ୍ତି। ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ଟିଏମସି ନେତାଙ୍କ ବିରୋଧରେ ଅଭିଯୋଗ ପଞ୍ଜୀକରଣ କରିବାକୁ ପୋଲିସ ମନା କରିଦେଇଛି।


Also Read: TMC MP Abhishek Banerjee: 'ପୋଲିସ ଜାଗାରେ ମୁଁ ଥିଲେ ମୁଣ୍ଡକୁ ଗୁଳି ମାରି ଦେଇଥାନ୍ତି'


ଗତ ସେପ୍ଟମ୍ବର ୧୪ ତାରିଖରେ ଜଣେ ଆହତ ପୋଲିସ ଅଧିକାରୀଙ୍କୁ ଭେଟିଥିଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ। ଏହି ଅବସରରେ ସେ କହିଥିଲେ ଯେ ଯଦି ମୁଁ ବିକ୍ଷୋଭ ପ୍ରଦର୍ଶନ ବେଳେ ହୋଇଥିବା ହିଂସାକାଣ୍ଡ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ରହିଥାନ୍ତି, ତାହେଲେ ମୁଁ ହିଂସାରେ ଜଡ଼ିତ ଲୋକଙ୍କ ମୁଣ୍ଡରେ ଗୁଳି ମାରି ଦେଇଥାନ୍ତି। ସେପ୍ଟେମ୍ବର ୧୩ ତାରିଖରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ପୋଲିସ କର୍ମଚାରୀଙ୍କୁ ମାଡ ମରା ଯାଇଥିଲା। ସେହି ଦିନ ପୋଲିସ ଗାଡିରେ ନିଆଁ ଲଗାଇ ଦେବା ଆକ୍ରମଣ କରିବା ଘଟଣାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। 


ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ନବାତ୍ର ଅଭିଯାନରେ ବିଜେପି ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି। ବିଜେପି ସମର୍ଥକ ଶାନ୍ତ ମହାନଗରକୁ ଅଶାନ୍ତି କରି ହିଂସାକାଣ୍ଡ ଭିଆଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର (West Bengal TMC Govt) ଜୋର ଦେଇ କହିଛନ୍ତି ଯେ ବିଜେପି କର୍ମକର୍ତ୍ତା ହିଂସ୍ର ହୋଇ ଉଠିଥିବା ବେଳେ ପୋଲିସ ସଂକ୍ଷମତା ରକ୍ଷା କରିଥିଲା।


ଦଳ ପକ୍ଷରୁ ଆୟୋଜିତ 'ନବାତ୍ର ଚଲୋ' ଅଭିଯାନ ସମୟରେ ଦଳୀୟ କର୍ମକର୍ତ୍ତା ଏବଂ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଯାଞ୍ଚ କରିବା ଲାଗି ଏକ କମିଟି ଗଠନ କରିଥିଲା ପଶ୍ଚିମବଙ୍ଗ ବିଜେପି। ଦଳ ପକ୍ଷରୁ ଗଠିତ ହୋଇଥିବା କମିଟି ଅଭିଯୋଗ କରିଛି ଟିଏମସି ସରକାରଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗ ପୋଲିସ (West Bengal Police) ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସିବିଆଇ ଏବଂ ଜାତୀୟ ମାନବ ଅଧିକାର ଆୟୋଗ ତଦନ୍ତ କରିବାକୁ ଦାବି କରିଛି ଦଳ।