Mamata Banerjee Babul Supriyo: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୩ ତାରିଖ ବୁଧବାର କ୍ୟାବିନେଟ ପରିବର୍ତ୍ତନ କରିଛନ୍ତି। ସେ ବିଜେପି ଛାଡି ଟିଏମସି ହାତ ଧରିଥିବା ବାବୁଲ ବାବୁଲ ସୁପ୍ରିଓଙ୍କୁ ସମେତ ୯ ଜଣ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି। ବାବୁଲ ସୁପ୍ରିଓଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ୍, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୁସେନ୍ ଏବଂ ସତ୍ୟଜିତ୍ ବର୍ମନଙ୍କୁ ରାଜ୍ୟପାଳଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ଆଦିବାସୀ ନେତା ବିରବାହା ହାଂସଦା ଏବଂ ବିପ୍ଲବ ରୟ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଭାବେ ଶପଥ ଗ୍ରହଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ତାଙ୍କ ମନ୍ତ୍ରୀମଣ୍ଡଳରେ ଏପରି ଏକ ସମୟରେ ଫେରବଦଳ କରିଛନ୍ତି ଯେତେବେଳେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ (Partha Chatterjee) ଗିରଫ କରିଥିଲା। ଏହି ଘଟଣାରେ ଟିଏମସି ସରକାରକୁ (TMC Govt) ବିରୋଧିଙ୍କ ସମାଲୋଚନା ସାମ୍ନା କରିବାକୁ ପଡ଼ିଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷାମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ପାର୍ଥ ଚାଟାର୍ଜୀ ଶିଳ୍ପ, ବାଣିଜ୍ୟ ଏବଂ ସଂସଦୀୟ ବ୍ୟାପାର, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିଲେ।


ଟିଏମସି ସୁପ୍ରିମୋ ମମତା ବାନାର୍ଜୀ (TMC Supremo Mamata Banerjee) ସୋମବାର ଦଳୀୟ ସଙ୍ଗଠନରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ବୁଧବାର କ୍ୟାବିନେଟ ପରିବର୍ତ୍ତନ କରିବା ନେଇ ଘୋଷଣା କରିଥିଲେ। ଏହା ପରେ ସେ କହିଥିଲେ ଯେ ନୂତନ ମନ୍ତ୍ରୀମଣ୍ଡଳରେ ୪-୫ ନୂଆ ଚେହେରାଙ୍କୁ ଅନ୍ତର୍ଭୂକ୍ତ କରାଯିବ। ସମାନ ସଂଖ୍ୟକ ମନ୍ତ୍ରୀ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ। କେତେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ କରାଯିବାର ରହିଛି।  


ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ବାବୁଲ ସୁପ୍ରିଓ। ତାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ସେ ବିଜେପି ବିରୋଧରେ କରିଥିବା ବିଦ୍ରୋହ ଲାଗି ମିଳିଥିବା ଉପହାର ଭାବେ ଦେଖାଯାଉଛି। ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସହଯୋଗୀ ପାର୍ଥ ଚାଟାର୍ଜୀ ଗିରଫ ହେବାର କିଛି ଦିନ ପରେ ବୁଧବାର ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ।


Also Read: West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି