ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ମମତାଙ୍କୁ ଭେଟିଲେ ତେଜସ୍ୱୀ
ଆରଜେଡିର ପ୍ରଥମ ଲକ୍ଷ୍ୟ ହେଉଛି ବିଜେପି ରଥକୁ ପଶ୍ଚିମବଙ୍ଗ ନିର୍ବାଚନରେ ଅଟକାଇବା।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ସୋମବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକା ପଶ୍ଚିମବଙ୍ଗ ସଚ୍ଚିବାଳୟ ଠାରେ ହୋଇଛି।
ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଲାଗିଥିବା ଝଟକା ପରେ ଏବେ ଦେଶର ଅନ୍ୟ ରାଜ୍ୟକରେ ସାଙ୍ଗଠନିକ ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି ଆରଜେଡି। ଆଉ ଏହିକ୍ରମରେ ଦଳୀୟ ନେତା ତେଜସ୍ୱୀ ଯାଦବ ଆସାମ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ସମାନ ବିଚାରଧାରା ରଖୁଥିବା ଦଳଙ୍କ ସହ ମିଶି ନିର୍ବାଚନ ଲଢିବାକୁ ଯୋଜନା କରିଛି ଆରଜେଡି।
Also Read: West Bengal Election 2021: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ TMC
ଏହି ସାକ୍ଷତକାର ପରେ ତେଜସ୍ୱୀ ଯାଦବ କହିଛନ୍ତି ଆରଜେଡିର ପ୍ରଥମ ଲକ୍ଷ୍ୟ ହେଉଛି ବିଜେପି ରଥକୁ ପଶ୍ଚିମବଙ୍ଗ ନିର୍ବାଚନରେ ଅଟକାଇବା। ତଥାପି ଟିଏମସି ସହ ମେଣ୍ଟ ଗଠନ କରିବାକୁ ନେଇ କୌଣସି ଜବାବ ଦେଇନାହାଁନ୍ତି ସେ। ଆଗାମୀ ନିର୍ବାଚନ ଆଦର୍ଶ ଏବଂ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଏକ ଯୁଦ୍ଧ ହେବ। ଆମ ଦଳ ଟିଏମସିକୁ ପୂର୍ଣ୍ଣ ସମର୍ଥନ ଦେବ। ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରେ ରହୁଥିବା ବିହାର ସମ୍ପ୍ରଦାୟର ଲୋକ ଟିଏମସିକୁ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସେ।
Also Read: ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!
ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବା ପୂର୍ବରୁ ତେଜସ୍ୱୀ ଯାଦବ ଆସାମ ଗସ୍ତ କରିଥିଲେ। ଏହି ଅବସରରେ ସେ ଆସାମ କଂଗ୍ରେସ ମୁଖ୍ୟ ରିପୁନ ବୋରା ଏବଂ ଏଆଇୟୁଡିଏଫ ମୁଖ୍ୟ ବଦ୍ରୁଦ୍ଦିନ ଆଜମଲଙ୍କ ସହ ସାକ୍ଷାତ କରିଥିଲେ। ଏହି ରାଜ୍ୟରେ କଂଗ୍ରେସ ନେତୃତ୍ୱାଧିନ ମେଣ୍ଟରେ ସାମିଲ ହୋଇ ବିଜେପିକୁ ଟକ୍କର ଦେବା ଲାଗି ଯୋଜନା କରିଛି ଆରଜେଡି। ଦଳ ଏଠାରେ ୬ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି।
Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'
ଆସାମ ଗସ୍ତ ସମୟରେ ତେଜସ୍ୱୀ ଯାଦବ କହିଥିଲେ କଂଗ୍ରେସ-ଏଆଇୟୁଡିଏଫ ବ୍ୟତୀତ ଆସାମର ଅନ୍ୟ ଛୋଟ ଦଳଙ୍କ ସହ ଯୋଗାଯୋଗ କରିଛୁ। କଂଗ୍ରେସ ହେଉଛିଆମର ସ୍ୱାଭାବିକ ସହଯୋଗୀ। ଆମେ ବିହାରରେ ଏକାଠି ରହିଛୁ। ଆମେ ସେହି ଲୋକଙ୍କ ସହ ରହିବୁ ଯିଏ ସମ୍ବିଧାନ ଉପରେ ବିଶ୍ୱାସ ରଖନ୍ତି। ଆମେ ସେଠାରୁ ନିର୍ବାଚନ ଲଢିବୁ ଯେଉଁଠି ଆରଜେଡି ବାଜିମାତ କରିବାର ସମ୍ଭାବନା ରହିଛି।