ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!
Advertisement

ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!

ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜନୈତିକ ଅପେକ୍ଷା ଧାର୍ମିକ କାରଣକୁ ନେଇ ଅଧିକ ଚର୍ଚ୍ଚିତ ହୋଇଉଠିଛି। 

ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏନେଇ ଫେବୃଆରୀ ୨୬ ତାରିଖ ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇସାରିଛି ତାରିଖ ଘୋଷଣା। ହେଲେ ଏଥର ଅନୁଷ୍ଠିତ ହେଉଥିବା ନିର୍ବାଚନ ରାଜନୈତିକ ଅପେକ୍ଷା ଧାର୍ମିକ କାରଣକୁ ନେଇ ଅଧିକ ଚର୍ଚ୍ଚିତ ହୋଇଉଠିଛି। 

ଧର୍ମ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଆଭିମୁଖ୍ୟକୁ ନେଇ ଏଥରର ନିର୍ବାଚନ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଉଠିଛି।  

'ଜୟ ଶ୍ରୀରାମ' (Jay Shree Ram) ନାରା ଲଗାଇବାକୁ ନେଇ ଅନେକ ସମୟରେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି (West Bengal Politics)। ଏହାକୁ ନେଇ ଅନେକ ସମୟରେ ମୁହାଁମୁହିଁ ହୋଇଉଠିଛନ୍ତି ଶାସକ ଟିଏମସି ଆଉ ବିରୋଧି ବିଜେପି (BJP)।  

Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର

'ଜୟ ଶ୍ରୀରାମ' ନାରା ଦେବା ପ୍ରସଙ୍ଗରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭାର୍ଗୀୟ ଏବଂ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ। 

Also Read: 'ଜୟ ଶ୍ରୀରାମ' ନାରା ଲଗାଇବା ପଡିଲା ମହଙ୍ଗା; ଶେଷରେ...

ଏ ପ୍ରସଙ୍ଗରେ ଟିଏମସି ସୁପ୍ରିମୋ ଟାର୍ଗେଟ କରି କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଥିଲେ 'ଜୟ ଶ୍ରୀରାମ' ଜୟଘୋଷ କ'ଣ ପଶ୍ଚିମବଙ୍ଗ ପରିବର୍ତ୍ତେ ପାକିସ୍ତାନରେ ଲଗାଯିବ। ସେ ଯେଉଁଆଡେ ଗଲେ ମଧ୍ୟ ତାଙ୍କୁ ଏହି ଜୟଘୋଷର ଗୁଞ୍ଜନ ଶୁଣିବାକୁ ପଡିବ। ସେହିପରି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କହିଥିଲେ ଏହି ନାରା ଶୁଣି ଗାଦିଚ୍ୟୁତ ହେବ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାର। ଅନ୍ୟପଟେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ କହିଥିଲେ ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତା ବାନାର୍ଜୀଙ୍କ ଆଗରେ 'ଜୟ ଶ୍ରୀରାମ' କହିବା ସମାନ।

 

 

Also Read: 'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'

କିଛି ଦିନ ପୂର୍ବେ 'ଜୟ ଶ୍ରୀରାମ' ନାରା ଲଗାଇବା କାରଣରୁ କିଛି ଲୋକଙ୍କୁ ଉଠାଇ ନେଇଥିଲା ପଶ୍ଚିମବଙ୍ଗ ପୋଲିସ। ଅନ୍ୟପଟେ ଏ ମାମଲାରେ ବିଜେପିକୁ ଜବାବ ଦେବାକୁ ନେଇ ନିଜେ ଟିଏମସି ସୁପ୍ରିମୋ ନାରା ଦେଇଥିଲେ 'ହରେକୃଷ୍ଣ ହରେରାମ, ବିଦାୟ ହୋ ବିଜେପି-ବାମ।  

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

ନିର୍ବାଚନ ପୂର୍ବରୁ 'ଜୟ ଶ୍ରୀରାମ' ନାରା ଶୁଣି ଚିହିଁକି ଉଠୁଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶରଣାପନ୍ନ ହୋଇଛନ୍ତି। ଫେବୃଆରୀ ୨୬ ତାରିଖ ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥଙ୍କ ଦଇତାପତି ସେବକଙ୍କ ସହାୟତାରେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଛନ୍ତି ମମତା। ତେବେ ଏ ପୂଜାର୍ଚ୍ଚନା ଶ୍ରୀରାମଙ୍କୁ ବିରୋଧ କରି ଉପୁଜିଯିବା ଆତ୍ମଗ୍ଲାନିରୁ ମୁକୁଳିବା ପାଇଁ ଏକ ପ୍ରଚେଷ୍ଟା ନାଁ ରିଷ୍ଟ ଖଣ୍ଡନ ପାଇଁ ମହାପ୍ରଭୁଙ୍କ ଶରଣାପନ୍ନ ହେବାକୁ ଏକ ପ୍ରୟାସ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଦଳୀୟ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାର ଲାଗି ତୁଙ୍ଗ ବିଜେପି ନେତାଙ୍କ ଲଗାତାର ପଶ୍ଚିମବଙ୍ଗ ଗସ୍ତ, ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ନେତାଙ୍କ ଦଳ ତ୍ୟାଗ ଏବଂ କୋଇଲା ଦୁର୍ନୀତିରେ ଆତ୍ମୀୟ ସ୍ୱଜନଙ୍କ ବାସଗୃହ ଓ ଅଫିସ ଉପରେ ସିବିଆଇ ଚଢାଉ, ମମତା ବାନାର୍ଜୀଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ଚିନ୍ତାମୟ କରିଦେଇଛି।  ତେଣୁ ଦୁଃଖ ଓ ନୈରାଶ୍ୟର ଏହି  ଅନ୍ଧାକାର ଭିତରେ ଦିଦି ମହାପ୍ରଭୁଙ୍କ କୃପାବାରି ସାଉଁଟିବାକୁ ଚେଷ୍ଟା କରିଛନ୍ତି, ଏଥିରେ ସନ୍ଦେହ ନାହିଁ।    

 

ଅନ୍ୟ ଏକ ଧାର୍ମିକ କାରଣକୁ ନେଇ ସରଗରମ ରହିଛି ପଶ୍ଚିମବଙ୍ଗ ରାଜନୀତି। ତାହା ହେଉଛି ଏଥରର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ଅସାଦୁଦ୍ଦିନ ଓୱେସୀଙ୍କ (Assaddudin Owaisi) ନେତୃତ୍ୱାଧିନ ଏଆଇଏମଆଇଏମ (AIMIM)। ଯିଏକି ଗତବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରି ଆଶ୍ଚର୍ଯ୍ୟଜନକ ଭାବେ ୫ ଆସନ ଅକ୍ତିଆର କରିଥିଲେ।

ଏବେ ଏଆଇଏମଆଇଏମ ଦଳର ପଶ୍ଚିମବଙ୍ଗ ପ୍ରବେଶ ଶାସକ ଟିଏମସି ପାଇଁ ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅନ୍ୟପଟେ, କଂଗ୍ରେସ-ବାମପନ୍ଥୀ ମେଣ୍ଟ ମଧ୍ୟ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ଲାଗି  ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହା ପଛରେ ମୂଳ କାରଣ ହେଉଛି ରାଜ୍ୟରେ ବସବାସ କରୁଥିବା ୩୦ ପ୍ରତିଶତ ମୁସଲିମ ଭୋଟ ବ୍ୟାଙ୍କ। କାରଣ ଯାହା ଏବେ ବିଜେପି ବିରୋଧି ଦଳ ଭାବେ ପରିଚିତ କଂଗ୍ରେସ, ବାମପନ୍ଥୀ, ଏଆଇଏମଆଇଏମ ଭଳି ଦଳ ମଧ୍ୟରେ ବିଭାଜିତ ହୋଇପାରେ। ପଶ୍ଚିମବଙ୍ଗରେ ବସବାସ କରୁଥିବା ବଙ୍ଗୀୟ ମୁସଲିମ ସମ୍ପ୍ରଦାୟ  ରାଜ୍ୟ ବିଧାନସଭା ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। 

Also Read: West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା

ଏହି ସମ୍ପ୍ରଦାୟ ଦ୍ୱାରା ହେବାକୁ ଥିବା କ୍ଷତି ଶାସକ ଟିଏମସିକୁ ଭାରୀ ପଡିପାରେ। ଏହାକୁ ନଜରରେ ରଖି ରାଜ୍ୟର ସଂଖ୍ୟାଗରିଷ୍ଠ ହିନ୍ଦୁ ଭୋଟ ବ୍ୟାଙ୍କକୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ଶାସକ ଦଳ ମସୁଧା କରୁଥାଇପାରେ। ଦେଖିବାକୁ ବାକି ରହିଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କିଏ କରୁଛି ବାଜିମାତ।