ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ କଟାକ୍ଷ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ।
Trending Photos
ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) ଲାଗି ଏବେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଅନ୍ୟପଟେ ବିରୋଧି ପକ୍ଷଙ୍କୁ ଟାର୍ଗେଟ କରିବାକୁ ଯାଇ ବିବାଦୀୟ ଠାରୁ ଆରମ୍ଭ କରି ଅନେକ ଚାଞ୍ଚଲ୍ୟକର ବୟାନବାଜି କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ନେତା। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) ଙ୍କୁ କଟାକ୍ଷ କରିଛନ୍ତି ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janshakti Party) ମୁଖ୍ୟ ଚିରାଗ ପାଶ୍ୱାନ (Chirag Paswan)।
ଏନେଇ ମତ ରଖି ଚିରାଗ କହିଛନ୍ତି, "ନୀତିଶଙ୍କୁ ଭୋଟ ଦେବାର ଅର୍ଥ ହେଉଛି ମହାମେଣ୍ଟକୁ ମଜବୁତ କରିବା। ସେ ପୁଣି ଥରେ ରାଜ୍ୟରେ ଆରଜେଡି ସହ ମିଶି ପୁଣି ଥରେ ସରକାର ଗଠନ କରିପାରନ୍ତି। ନିର୍ବାଚନ ପରେ ନୀତିଶ ବିଜେପି ହାତ ଛାଡି ମହାଗଠବନ୍ଧନରେ ସାମିଲ ହେବାକୁ ଯାଉଛନ୍ତି। "
ଚିରାଗଙ୍କ ପକ୍ଷରୁ ଦଳୀୟ ସୁପ୍ରିମୋ ନୀତିଶ କୁମାରଙ୍କ ଉଦ୍ଦେଶ୍ୟରେ ଏପରି ବୟାନ ଆସିବା ପରେ ଜନତା ଦଳ ୟୁନାଇଟେଡ-ଜେଡିୟୁ (Janata Dal United) ପକ୍ଷରୁ କୁହାଯାଉଛି ଆରଜେଡିର ବି ଟିମ୍ ଭାବେ ଏଲଜେପି କାମ କରୁଛି।
आदरणीय @NitishKumar जी को दिया गया एक भी वोट ना सिर्फ़ बिहार को कमजोर और बर्बाद करेगा बल्कि आर॰जे॰डी॰ व महागठबंधन को मज़बूत करेगा।चुनाव के परिणामों के बाद भाजपा को छोड़ आर॰जे॰डी॰ के साथ जाने की तैयारी कर चुके है साहब।आर॰जे॰डी॰ के आशीर्वाद से पहले भी सरकार बना चुके है।#असम्भवनीतीश
— युवा बिहारी चिराग पासवान (@iChiragPaswan) October 28, 2020
ଚିରାଗ ପାଶ୍ୱାନ ନୀତୀଶ କୁମାରଙ୍କୁ ଟ୍ୱିଟ କରି ଆକ୍ରମଣ କରିଛନ୍ତି। ଏନେଇ ସେ ଲେଖିଛନ୍ତି, "ତାଙ୍କୁ ଦିଆଯାଇଥିବା ଗୋଟିଏ ଭୋଟ୍ କେବଳ ବିହାରକୁ ଦୁର୍ବଳ କରି ନଷ୍ଟ କରିବ ନାହିଁ ବରଂ ଆରଜେଡି ଏବଂ ମହାମେଣ୍ଟକୁ ମଜବୁତ କରିବ। ନିର୍ବାଚନର ଫଳାଫଳ ପରେ ସେ ବିଜେପି ଛାଡି ଆରଜେଡି ସହ ଯିବାକୁ ପ୍ରସ୍ତୁତ ହୋଇଛନ୍ତି। ଆରଜେଡିର ଆଶୀର୍ବାଦ ପୂର୍ବରୁ ମଧ୍ୟ ସେମାନେ ଏକ ସରକାର ଗଠନ କରିଛନ୍ତି। "
ଏହା ସହିତ ସେ କହିଛନ୍ତି, " ବିହାର ପ୍ରଥମ ୧୫ ବର୍ଷରେ କୁଖ୍ୟାତ ଥିଲା, ଦ୍ୱିତୀୟ ୧୫ ବର୍ଷରେ ଅବସ୍ଥା ଖରାପ ହୋଇଯାଇଛି। ବର୍ତ୍ତମାନ ଆପଣଙ୍କର ଆଶୀର୍ବାଦ ସହିତ ନୀତୀଶ ମୁକ୍ତ ସରକାର ଗଠନ କର ଏବଂ ବିହାରକୁ ପ୍ରଥମ ବିହାରୀ ପ୍ରଥମେ କର । ଜେଡିୟୁ ଅପେକ୍ଷା ଅଧିକ ଆସନରେ ଏଲଜେପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ନୀତୀଶଙ୍କ ଅପେକ୍ଷା ଅଧିକ ଆସନ ଜିତି ରାଜ୍ୟରେ ବିଜେପି-ଏଲଜେପି ସରକାର ଗଠିତ ହେବ।