'ଆପଣ କରୁଛନ୍ତି ରାମଲୀଳା, ମୁଁ କରିଲେ Character ଢିଲା'
Advertisement

'ଆପଣ କରୁଛନ୍ତି ରାମଲୀଳା, ମୁଁ କରିଲେ Character ଢିଲା'

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟିଏମସିକୁ ଟାର୍ଗେଟ କରି ଆସୁଥିଲେ ବିରୋଧି।

'ଆପଣ କରୁଛନ୍ତି ରାମଲୀଳା, ମୁଁ କରିଲେ Character ଢିଲା'

କୋଲକାତା: ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିଲାଗି ଦିନ ପାଖେଇ ଆସୁଥିବାରୁ ଆରମ୍ଭ ହୋଇଗଲାଣି ସମୟ ଗଣନା। ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜ୍ୟନୀତି।     

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ଟାର୍ଗେଟ କରି ଆସୁଥିଲା ବିରୋଧି ବିଜେପି। ଆଉ ଏବେ ବିପକ୍ଷ ଗୋଷ୍ଠୀକୁ ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀଙ୍କ (Mamata Banerjee) ପୁତୁରା ତଥା ଦଳୀୟ ଲୋକସଭା ସାଂସଦ (TMC Loksabha MP) ଅଭିଷେକ ବାନାର୍ଜୀ (Abhishek Banerjee)।   

Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

 

ରାଜ୍ୟର ଠାକୁରନଗର ଠାର ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯଦି ଏଠାର ବସବାସ କରୁଥିବା ମତ୍ତୁଆ ସମ୍ପ୍ରଦାୟର ଲୋକ ହେଉଛନ୍ତି ଅବୈଧ ନାଗରିକ ତାହେଲେ ତାହେଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅବୈଧ। ବିଜେପିର ଉଦ୍ଦେଶ୍ୟ ହେଉଛି ପଶ୍ଚିମବଙ୍ଗରେ ବାହାର ଲୋକଙ୍କୁ କ୍ଷମତାସୀନ କରିବା ହେଲେ ଟିଏମସି ଚାହୁଁଛି ବାହାର ଲୋକଙ୍କୁ ପଶ୍ଚିମବଙ୍ଗ ରାଜନୀତିରୁ   ବାହାର କରିବା। 

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

 

ଏହା ସହିତ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ବିଜେପି କହୁଛି ସୁନାର ବଙ୍ଗଳା ନିର୍ମାଣ କରିବେ। ହେଲେ ଏହି ସ୍ଲୋଗାନ କେଉଁଠାରେ ଅଛି? ଯେତେବେଳେ ଆମେ ଜୟ ବଙ୍ଗଳା କହିଥାଉ ସେତେବେଳେ ଏହା ବାଂଲାଦେଶ ସ୍ଲୋଗାନରେ କିପରି ହୋଇଥାଏ? 

Also Read: 'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'

ଯଦି ସେମାନେ କିଛି କାମ ତାହେଲେ ଏହା ରାମଲୀଳା କରିବା ସହ ସମାନ। ହେଲେ ଯଦି ମୁଁ କିଛି କାମ କରେ ତାହାଲେ ଏହାକୁ ମୋ ଚରିତ୍ର (Character) ଢିଲା ଭାବେ ଦର୍ଶାଯାଏ। ସେମାନେ କ'ଣ ସୁନାର ବଙ୍ଗଳା ନିର୍ମାଣ କରିବେ। ପ୍ରଥମେ ସେମାନେ ସୁନାର ଗୁଜୁରାଟ, ସୁନାର ହରିୟାଣା, ସୁନାର ତ୍ରିପୁରା, ସୁନାର ଉତ୍ତରପ୍ରଦେଶ ନିର୍ମାଣ କରନ୍ତୁ।

Also Read: 'ମୋଦି-ଶାହ ହେଉଛନ୍ତି ରାବଣ-ଦାନବ'

 

ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବା ପାଇଁ ବିଜେପି ପକ୍ଷରୁ ହୋଇଥିବା ଘୋଷଣା ଉପରେ ପ୍ରତିକ୍ରିୟା ରଖି ଟିଏମସି ସାଂସଦ କହିଛନ୍ତି ଚୀନ୍ ସହିତ ଯୁଦ୍ଧ କରିବାକୁ ସାହସ କର ନାହିଁ ହେଲେ ଏଠାକୁ ଆସି କହୁଛନ୍ତି  ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇ ଦେବ। ମୋ ପଛରେ ସିବିଆଇ, ଇଡି, ଆୟୟକର ବିଭାଗ ଯାହାକୁ ଲଗାଉଛ ଲଗାଅ ହେଲେ ମୁଁ କାହାକୁ ଡରିବି ନାହିଁ।