Khela Hobe Day: ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ​​ଜୋରଦାର ପ୍ରଚାର କରୁଥିବା ବିଜେପି ବିରୋଧରେ ଟିଏମସି ଏକ ସ୍ଲୋଗାନ ଦେଇଥିଲେ ଯାହା ଅତ୍ୟନ୍ତ ପ୍ରସିଦ୍ଧ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିଏମସି ପକ୍ଷରୁ ଦିଆଯାଇଥିବା ସ୍ଲୋଗାନ 'ଖେଲା ହୋବ'। ବିଜେପି ବିରୋଧିରେ ହେଉଥିବା  ନିର୍ବାଚନ ପ୍ରଚାର ବେଳେ ଟିଏମସି ଏହାର ଏହି ଦଳୀୟ ସ୍ଲୋଗାନକୁ ଜୋରଦାର ବ୍ୟବହାର କରିଥିଲା। ଏହି ନିର୍ବାଚନରେ ଟିଏମସି ବିପୁଳ ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିଥିଲା। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାର ଖେଲା ହୋବ ଦିବସ ପାଳନ କରୁଛି। ଟିଏମସି ଯୁବ ମୁଖପାତ୍ର ଦେବାଂଶୁ ଭଟ୍ଟାଚାର୍ଯ୍ୟ 'ଖେଲୋ ହୋବ' ଗୀତ ଲେଖିବା ସହ ଏହାକୁ ବିଭିନ୍ନ ରାଲିରେ ଗାଇଥିଲେ। ଯାହା ଖୁବ ପ୍ରସିଦ୍ଧ କରିଥିଲେ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଏହାକୁ ପାଳନ କରିବା ପାଇଁ ବିଭିନ୍ନ ଫୁଟବଲ ପଡିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସର୍ବାଧିକ ସଂଖ୍ୟକ ଯୁବକ ଅଂଶଗ୍ରହଣ କରିବାକୁ ଚାହୁଁଥିବା କହିଛନ୍ତି ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ (Mamata Banerjee)।


Also Read: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'


ଏହି ଅବସରରେ ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି, "ମୁଁ ଖେଲା ହୋବେ ଦିବସରେ ମୋର ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ଗତ ବର୍ଷର କାର୍ଯ୍ୟକ୍ରମର ଅଦ୍ଭୁତପୂର୍ବ ସଫଳତା ପରେ ଆଜି ଆମେ ଯୁବପିଢିଙ୍କ ଅଧିକ ଭାଗିଦାରିତା ଆଶା କରୁଛୁ। ଆସନ୍ତୁ ଏହି ଦିନକୁ ଆମର ଯୁବକଙ୍କ ପାଇଁ ଉତ୍ସାହର ପ୍ରତୀକ କରିବା। ଯୁବପିଢି ହେଉଛନ୍ତି ବିକାଶର ସବୁଠାରୁ ପ୍ରାମାଣିକ ଅଗ୍ରଦୂତ।" ଖେଲା ହୋବେ ଦିବସ ଅବସରରେ ଟିଏମସି ନେତାଙ୍କୁ ଏକ ବାର୍ତ୍ତା ଦିଆଯାଇଛି ଯେ ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ବ୍ଲକରେ ପାଳନ କରାଯିବା ଆବଶ୍ୟକ।


ଗତ ବର୍ଷ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଜୁଲାଇରେ ଘୋଷଣା କରିଥିଲେ ଯେ ଅଗଷ୍ଟ ୧୬ ତାରିଖରେ ଖେଲା ହୋବେ ଦିବସ ଭାବେ ପାଳନ କରାଯିବ। ଅଗଷ୍ଟ ୧୬ ତାରିଖରେ ଖେଲା ହୋବେ ଦିବସ ପାଳନ କରିବା ପଛରେ ଏକ ବିଶେଷ କାରଣ ରହିଛି।
 
ଗତ ୧୯୭୦ ଅଗଷ୍ଟ ୧୬ ତାରିଖରେ ପଶ୍ଚିମବଙ୍ଗରେ ଏକ ଫୁଟବଲ ମ୍ୟାଚ୍ ସମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ସ୍ମୃତିରେ ମମତା ବାନାର୍ଜୀ ପ୍ରତିବର୍ଷ ୧୬ ଅଗଷ୍ଟରେ ଖେଲା ହୋବେ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ହେଲେ ତାଙ୍କର ଉଦ୍ଦେଶ୍ୟ କେବଳ କ୍ରୀଡା ସହ ଜଡିତ ନୁହେଁ ବରଂ ବହୁ ପରିମାଣରେ ରାଜନୀତି ସହ ସମ୍ପୃକ୍ତ ରହିଛି। ଗତ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଟିଏମସି ହାସଲ କରିଥିବା ବିଜୟକୁ ଜନମାନସରେ ରଖିବା ପାଇଁ ଖୋଲା ହୋବେ ଦିବସ ପାଳନ କରାଯାଉଛି।


Also Read: SP କର୍ମକର୍ତ୍ତାଙ୍କ ଆଡ଼କୁ ବଲ ଫିଙ୍ଗି ଦିଦି କହିଲେ 'ଖେଲା ହୋବେ'


 


ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପରେ ଯେତେବେଳେ ଚଳିତ ବର୍ଷ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଆଦି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଖେଲା ହୋବେ ସ୍ଲୋଗାନ ଦେଇଥିଲେ ମଧ୍ୟ ଏହାର ଫାଇଦା ସେମାନଙ୍କୁ ମିଳିନଥିଲା ।