SP କର୍ମକର୍ତ୍ତାଙ୍କ ଆଡ଼କୁ ବଲ ଫିଙ୍ଗି ଦିଦି କହିଲେ 'ଖେଲା ହୋବେ'
Advertisement
Article Detail0/zeeodisha/odisha1092267

SP କର୍ମକର୍ତ୍ତାଙ୍କ ଆଡ଼କୁ ବଲ ଫିଙ୍ଗି ଦିଦି କହିଲେ 'ଖେଲା ହୋବେ'

ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଆଡ଼କୁ ବଲ୍ ଫିଙ୍ଗି ଦିଦି କହିଛନ୍ତି "ଖେଲା ହୋବେ" ନାରା ଲଗାଇଛନ୍ତି।   

SP କର୍ମକର୍ତ୍ତାଙ୍କ ଆଡ଼କୁ ବଲ ଫିଙ୍ଗି ଦିଦି କହିଲେ 'ଖେଲା ହୋବେ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜନସମର୍ଥନ ହାତେଇବା ଲାଗି ଦଳୀୟ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି କ୍ରମରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସମର୍ଥନରେ ମଙ୍ଗଳବାର ଲକ୍ଷ୍ନୌ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ।

ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (Trinamool Congress) ଟିଏମସି ଅଧ୍ୟକ୍ଷ (TMC President) ମମତା ବାନାର୍ଜୀ (Mamata Banerjee) କହିଛନ୍ତି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ୩ ଶହରୁ ଅଧିକ ଆସନ ଜିତିବ। ଦେଶ ପାଇଁ ବିଜେପି ଏକ ବିପଦ। ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ (Samajwadi Party Worker) ଆଡ଼କୁ ବଲ୍ ଫିଙ୍ଗି ମମତା ବାନାର୍ଜୀ କହିଛନ୍ତି "ଖେଲା ହୋବେ" ନାରା ଲଗାଇଛନ୍ତି।   

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ ଏନଆରସି ସମୟରେ ରାଜ୍ୟରେ ଏନକାଉଣ୍ଟର ନାମରେ କେତେ ଜଣଙ୍କୁ ମାରି ଦିଆଯାଇଛି ତାହା ଆମେ ଦେଖିଛୁ। ଇତିହାସ ବଦଳାଇବା ପାଇଁ ବିଜେପି କାର୍ଯ୍ୟ କରିଛି। ବିଜେପି ଶହୀଦ ଜ୍ୟୋତି ନଷ୍ଟ କରିଦେଇଛି। ଦେଶର ସମ୍ବିଧାନ ନିର୍ମାଣ କରିଥିବା ବାବାସାହେବ ଆମ୍ବେଦକରଙ୍କ ସହ ବିଜେପି ଖେଳୁଛି।  

ନକଲି ଏନକାଉଣ୍ଟର କରି ଲୋକଙ୍କୁ ହତ୍ୟା କରିବାର ଆବଶ୍ୟକତା କ’ଣ? ଆପଣ ଆଇନ ସହିତ କାମ କରିବା ଉଚିତ୍। ମଙ୍ଗଳବାର ସକାଳେ ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ମୋତେ ଭେଟିବାକୁ ଆସିଥିଲେ। ସେମାନେ ମୋତେ କହିଥିଲେ ଆପଣ ଆସିଥିବାରୁଆମେ ଅଖିଳେଶ ଯାଦବଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ।

Also Read: UP Election 2022: Samajwadi Party କୁ ମିଳିଲା ଏହି ଦଳର ସମର୍ଥନ, ପ୍ରଚାର କରିବେ ଦଳୀୟ ସୁପ୍ରିମୋ

କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦେଶର କୃଷକ ଆନ୍ଦୋଳନ କରୁଥିବା ବେଳେ ବିଜେପି ମନ୍ତ୍ରୀଙ୍କ ପୁଅ ସେମାନଙ୍କୁ ଗାଡି଼ ଚଢାଇ ମାରି ଦେଇଥିଲା। ଏହି କାମ ପାଇଁ ସେମାନେ କ୍ଷମା ମାଗନ୍ତୁ। ଯେତେବେଳେ କୋଭିଡ ସଂକ୍ରମଣରେ ଲୋକେ ମରୁଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କେଉଁଠାରେ ଥିଲେ? ଆପଣ ସେହି ଲୋକଙ୍କ ପରିବାରକୁ କ୍ଷମା ମାଗିବା ଆବଶ୍ୟକ ଯାହାର ମୃତଦେହ ଗଙ୍ଗା ନଦୀରେ ଭସାଇବାକୁ ବାଧ୍ୟ କରିଥିଲ। ଆପଣ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ। ପିଏମ ମୋଦି କହୁଛନ୍ତି ଯେ ଆମେ ଉତ୍ତର ପ୍ରଦେଶକୁ ଟଙ୍କା ଦେଇଛୁ। ଆପଣ ଆପଣଙ୍କ ପକେଟରୁ ଟଙ୍କା ଦେଇଛନ୍ତି? ଏହି ସମସ୍ତ ଟଙ୍କା ରାଜ୍ୟରୁ ଆସିଥାଏ। ଏହା ସର୍ବସାଧାରଣଙ୍କ ଟଙ୍କା।

ଅନ୍ୟପଟେ ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ ମମତା ବାନାର୍ଜୀ ସତ୍ୟମେବ ଜୟତେ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ସମସ୍ତ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରିବାକୁ କାର୍ଯ୍ୟ କରିଛନ୍ତି। ବଙ୍ଗଳାରେ ଐତିହାସିକ ଯୁଦ୍ଧ ପାଇଁ ମୁଁ ବଙ୍ଗଳାବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଆମର ଗଙ୍ଗା-ଜମୁନି ତହଜିବ ରହିଛି। ଏହାକୁ ଆଗକୁ ନେବା ପାଇଁ ବଙ୍ଗବାସୀ କାର୍ଯ୍ୟ କରିଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ଟିଏମସି ବ୍ୟତୀତ  ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଏନସିପି (NCP), ଆରଜେଡି (RJD) ପ୍ରଭୃତି ଆଞ୍ଚଳିକ ଦଳ ସମର୍ଥନ ଘୋଷଣା କରିଛନ୍ତି। ଯଦିଓ ଟିଏମସି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ବିଧାନସଭା ନିର୍ବାଚନ ଲଢିବ ନାହିଁ। ଏପରି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ସମର୍ଥନ ନିଶ୍ଚିତ ଭାବେ ଅଖିଲେଶ ଯାଦବଙ୍କ ଶକ୍ତି ବୃଦ୍ଧି କରିପାରିବ।