Congress President Election: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର। କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଦଳର ଅନେକ ନେତା ସାମିଲ ହୋଇଛନ୍ତି। ସେମାନେ ହେଉଛନନ୍ତି ଦଳର ଲୋକସଭା ସାଂସଦ ଶଶୀ ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଏପରିକି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧି ଦଳ ନେତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାଁ ସାମିଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ (Congress President Election) ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ (Former Rajasthan Deputy Chief Minister) ତଥା ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ (Former Rajasthan Congress President) ସଚିନ ପାଇଲଟ (Sachin Pilot)। ଏନେଇ ସେ କହିଛନ୍ତି ଆସନ୍ତା ଅକ୍ଟୋବର ମାସରେ ସ୍ପଷ୍ଟ ହୋଇଯିବ ଯେ କଂଗ୍ରେସ ଅଧ୍ୟକ୍ଷ (Congress President) କିଏ ହେବ। ରାଜନୀତିରେ ଯାହା ଦେଖାଯାଏ ତାହା ହୁଏ ନାହିଁ। ଦଳର ସଭାପତି କିଏ ହେବ ଆସନ୍ତା ଅକ୍ଟୋବର ମାସରେ ସବୁକିଛି ସ୍ପଷ୍ଟ ହୋଇଯିବ। ଗୁଲାମ ନବୀ ଆଜାଦଙ୍କ ସମେତ ଅନ୍ୟ ଅନେକ ନେତାଙ୍କ କଂଗ୍ରେସ ଛାଡିବା ପ୍ରଶ୍ନରେ ଉତ୍ତର ରଖି ସେ କହିଛନ୍ତି ଯେ ସେମାନଙ୍କ ନିଷ୍ପତ୍ତି ଠିକ ନା ଭୁଲ ତାହା ଜନସାଧାରଣ ତଥା ସମୟ ସ୍ଥିର କରିବ। 


କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜନୀତିରେ ଯାହା ଦେଖାଯାଏ ତାହା ଘଟେ ନାହିଁ। ଯାହା ଘଟେ ତାହା ଦୃଶ୍ୟମାନ ହୁଏ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ହେବ। ପରେ  ସବୁକିଛି ସାମ୍ନାକୁ ଆସିଯିବ। ଦଳୀୟ ନିଷ୍ପତ୍ତି ଦଳର ସମସ୍ତ ନେତାଙ୍କ ପାଇଁ ସର୍ବମାନ୍ୟ। 


Also Read: Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର


କଂଗ୍ରେସରେ ଖୋଲା ପରିବେଶରେ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବାର ଇତିହାସ ରହିଛି ଏବଂ ଆମେ ଏହାକୁ ବଜାୟ ରଖିଛୁ। ଅନ୍ୟ କୌଣସି ରାଜନୈତିକ ଦଳ ବିଶେଷ କରି ବିଜେପି ଯିଏ ନିଜକୁ ନିଜକୁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବୋଲି ଦାବି କରୁଛି, ମୁଁ ପଚାରିବାକୁ ଚାହେଁ ଯେ ନିଯୁକ୍ତି କିପରି ହୋଇଥାଏ? ବିଜେପି ଅଧ୍ୟକ୍ଷଙ୍କୁ କିଏ ନିର୍ବାଚିତ କରିଥାଏ? ଅଧ୍ୟକ୍ଷ ନିର୍ବାଚନ ଲାଗି କିଏ ନାମାଙ୍କନପତ୍ର ଦାଖଲ କରିଥାନ୍ତି? ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଦେଖି ନାହିଁ ଯେ ସେଠାରେ କେହି ଜଣେ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ବର୍ତ୍ତମାନ କଂଗ୍ରେସରେ ନିର୍ବାଚନ ଚାଲିଛି। ଆଗାମୀ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ତାହା ଅକ୍ଟୋବର ମାସରେ ସ୍ପଷ୍ଟ ହୋଇଯିବ।


ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସଚିନ ପାଇଲଟ କହିଛନ୍ତି ଯେ ବର୍ତ୍ତମାନ ସମୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ବିରୋଧରେ ଚାଲିଥିବା ଅଭିଯାନରେ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବାର ଆବଶ୍ୟକତା ଥିଲା। ହେଲେ ଦଳର ନେତା ସେମାନଙ୍କ ନିଜ ଦାୟିତ୍ୱରୁ ଦୂରେଇ ଯାଇଥିଲେ। ସୋନିଆ ଗାନ୍ଧୀ ନିଜେ କହିଛନ୍ତି ଯେ ଦଳ ଯେଉଁ ଲୋକଙ୍କୁ ଏତେ କିଛି ଦେଇଛି, ବର୍ତ୍ତମାନ ସେମାନ ଦଳକୁ ଫେରାଇବାର ସମୟ ଆସିଯାଇଛି। ଏହା କରିବା ପରିବର୍ତ୍ତେ ଯଦି କୌଣସି ଦଳୀୟ ନେତା ଦଳ ଛାଡନ୍ତି ତାହେଲେ ଏହି ନିଷ୍ପତ୍ତି କେତେ ଭୁଲ ଏବଂ କେତେ ଠିକ ତାହା ଜନସାଧାରଣ ଏବଂ ସମୟ ସ୍ଥିର କରିବ।