ପୁରୀ: ମେ ୨୧ ତାରିଖ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ଜିଲ୍ଲାର କୋଭିଡ କେୟାର ହସପିଟାଲ। ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲାର କୋଭିଡ କେୟାର ହସପିଟାଲକୁ ଭିଡିଓ କନଫେରନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।


COMMERCIAL BREAK
SCROLL TO CONTINUE READING

ଏହି ହସ୍ପିଟାଲରେ ୯୦ ସାଧାରଣ ଶଯ୍ୟା, ୨୦ ଆଇସିୟୁ, ୪୦ HDU ଶଯ୍ୟା ରହିଛି। ଯାହା ଭୁବନେଶ୍ବର (Bhuabaneswar) ଏବଂ କଟକ (Cuttack) ଠାରେ ଅବସ୍ଥିତ ଚିକିତ୍ସାଳୟ ଭଳି ଉନ୍ନତ ଚିକିତ୍ସା ସେବା ପ୍ରଦାନ କରିବାରେ ସହାୟକ ହେବ। ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ପାଇପ ଲାଇନ ମାଧ୍ୟମରେ ଅମ୍ଲଜାନ ଯୋଗାଣ (Pipe Line Oxygen Support) ସଂଯୋଗ କରାଯାଇଛି ଏବଂ ଅତ୍ୟାଧୁନିକ ପରୀକ୍ଷଣର ବ୍ୟବସ୍ଥା ରହିଛି। 


Also Read: Corona Pandmic: ମୁକାବିଲା ପାଇଁ କାର୍ଯ୍ୟକାରୀ ହେବ Modern Covid Hospital


ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CM Relief Fund) ଏବଂ ସମ୍ ହସପିଟାଲ (Bhubaneswar SUM Hospital) ସହଯୋଗରେ ଏହି ମେଡିକାଲ ପ୍ରତିଷ୍ଠା କରାଯାଇଛି। କୋରୋନା ମହାମାରୀ ସମୟରେ ଏହି କୋଭିଡ ହସ୍ପିଟାଲ ଜିଲ୍ଲାବାସୀଙ୍କ ପାଇଁ ସହାୟକ ହେବ ବୋଲି ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ। ମେଡିକାଲ ଉଦଘାଟନ ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।


Also Read: କୋରୋନା ମୁକାବିଲା: ପିପିପି ମୋଡରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ


ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଇ- ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୂଷ ଚକ୍ରବର୍ତ୍ତୀ ଭିଡିଓ କନଫରେନ୍ସି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।