Cyclone Yaas ପୂର୍ବରୁ ବେଳାଭୂମିରେ Jellyfish ମଡ଼କ; ଚିନ୍ତାରେ ସମୁଦ୍ର ବିଜ୍ଞାନୀ
ବିପୁଳ ପରିମାଣର ମୃତ ଜେଲିଫିସ ମାଛଙ୍କ ମୃତଦେହ ପୁରୀ ସମୁଦ୍ରରେ କୂଳରେ ପଡିରହିଛି।
ପୁରୀ: ସମୁଦ୍ରକୂଳରେ ପଡିଛି କୁଢକୁଢ ବିରଳ ଜେଲିଫିସ୍ ମାଛଙ୍କ ମୃତଦେହ। ଗତ ରବିବାର ପୁରୀ ପେଣ୍ଠକଟାସ୍ଥିତ ବେଳାଭୂମିରେ ମାଛ ମଡକ ଦୃଶ୍ୟମାନ ହେବା ପରେ ସୋମବାର ଜେଲିଫିସ୍ ମଡକ। ପୁରୀ ବେଳାଭୂମିରେ ସୃଷ୍ଟି କରିଛି ଆତଙ୍କ। "ୟାସ୍" ବାତ୍ଯା କାରଣରୁ ବିଗିଡି ଯାଇଛି ସାମୁଦ୍ରିକ ପରିବେଶ। ଏଭଳି ସାମୁଦ୍ରିକ ବିରଳ ଜୀବର ମୃତ୍ୟୁକୁ ନେଇ ଗବେଷଣା ଆରମ୍ଭ କରିଛନ୍ତି ସାମୁଦ୍ରିକ ମତ୍ସ୍ଯ ବିଜ୍ଞାନୀ।
ଲାଇଟହାଉସ (Light House) ବେଳାଭୂମିରେ ପଡିଥିବା କିଛି ମୃତ ଜେଲିଫିସ (Jellyfish) ମାଛଙ୍କ ମୃତଦେହ ଏବଂ ସେଠାକାର ସମୁଦ୍ର ଜଳର ନମୁନା ସଂଗ୍ରହ କରିଛନ୍ତି। ବଙ୍ଗୋପ ସାଗରରେ (Bay of Bengal) ସୃଷ୍ଟ "ୟାସ" ବାତ୍ଯା (Cyclone Yass) କାରଣରୁ ବଦଳୁଛି ସାମୁଦ୍ରିକ ପରିବେଶ (Marine Environment)। ବିଗତ ୨ ଦିନ ଧରି ପୁରୀ ସମୁଦ୍ର କୂଳରେ (Puri Beach) ମାଛ ମଡକ ପରେ ଏବେ ଦେଖିବାକୁ ମିଳିଛି ଏଭଳି ସାମୁଦ୍ରିକ ଜୀବଙ୍କ କୁଢକୁଢ ମୃତଦେହ।
Also Read: ବାତ୍ୟା ପୂର୍ବରୁ ମାଛ ମଡ଼କ; ଦୁର୍ଗନ୍ଧରେ ଫାଟିପଡୁଛି ବେଳାଭୂମି
ଲାଇଟହାଉସ ବେଳାଭୂମିରୁ ଆରମ୍ଭ କରି ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ ପଡିରହିଛି ଜେଲିଫିସ୍। ବାତ୍ଯା ପ୍ରଭାବରେ ସମୁଦ୍ର ଯେଭଳି ଜୁଆରିଆ ହେବା ଅଶାନ୍ତ ହୋଇଉଠିଛି ତାହାର ପ୍ରଭାବରେ ଏଭଳି ସାମୁଦ୍ରିକ ମାଛ ମରିଯାଉଥିବା କହିଛନ୍ତି ମତ୍ସ୍ୟଜୀବୀ। ଏହି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଥିବା ବେଳେ ଏହାକୁ କେରଳ (Kerala), ଚୀନ (China) ପ୍ରଭୃତି ସ୍ଥାନକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହାର ଦର କିଲୋପ୍ରତି ୭ ହଜାର ଟଙ୍କାରୁ ଅଧିକ।
ଶୀତ ଦିନେ ଏହି ମାଛ ବହୁଳ ମାତ୍ରାରେ ଜାଲରେ ପଡିଥାନ୍ତି। ହେଲେ ଏବେ ବାତ୍ଯାର ପ୍ରଭାବ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ହଜାର ହଜାର ସଂଖ୍ୟାରେ ଜେଲିଫିସ୍ ସମୁଦ୍ର ଭିତରେ ପ୍ରାଣ ହରାଇବା ପରେ ପାଣିରେ ଭାସୁଥିବା ବେଳେ ଆଉ କିଛି ମୃତ ଦେହ ସମୁଦ୍ର କୂଳରେ ପଡିଛି। ରାଜ୍ୟରେ ଏଭଳି ମାଛର ଚାହିଦା ନଥିବାରୁ ଏହା ଉପରେ ଗୁରୁତ୍ୱ ଦେଉନାହୁଁ ବୋଲି କହିଛନ୍ତି ମତ୍ସ୍ୟଜୀବୀ।
Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ସେପଟେ ପୁରୀ ସମୁଦ୍ରକୂଳରେ ଶହ ଶହ ଜେଲିଫିସ୍ ମାଛଙ୍କ ମୃତଦେହ ପଡିଥିବା ନଜରକୁ ଆସିବା ପରେ ଏହା ଉପରେ ଅଧିକ ଗବେଷଣା କରିବାକୁ ବେଳାଭୂମିରେ ପହଞ୍ଚିଛନ୍ତି ସାମୁଦ୍ରିକ ମତ୍ସ୍ଯ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଦଳ। କୂଳରେ ପଡିଥିବା କିଛି ମୃତ ମାଛର ନମୁନା ସଂଗ୍ରହ କରିଛନ୍ତି। ଏମିତିକି ସମୁଦ୍ର ଜଳର ନମୁନା ମଧ୍ୟ ସଂଗ୍ରହ କରିଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଏଭଳି ସାମୁଦ୍ରିକ ମାଛଙ୍କ ମୃତ୍ୟୁ ଘଟିଛି ତାହା ଉପରେ ଗବେଷଣା କରାଯିବ। ବାତ୍ୟା କାରଣରୁ ସାମୁଦ୍ରିକ ପରିବେଶ ଅସନ୍ତୁଳିତ ରହିବା କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରିଛନ୍ତି ସାମୁଦ୍ରିକ ବୈଜ୍ଞାନିକ।
Also Read: Cyclone Yass: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି Puri Admin
ବିଗତ ୨ ଦିନ ଧରି ପୁରୀ ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଥିବା ବେଳେ ସୋମବାର ଜେଲିଫିସ୍ ମଡକ ମତ୍ସ୍ୟ ବିଜ୍ଞାନୀଙ୍କ ଚିନ୍ତା ବଢାଇଛି। କେଉଁ କାରଣରୁ ଏଭଳି ବିରଳ ମାଛର ମୃତ୍ୟୁ ହୋଇଛି ତାହା ଗବେଷଣା ପରେ ସ୍ପଷ୍ଟ ହେବ।