ବାତ୍ୟାର ପ୍ରକୋପକୁ ନଜରରେ ନେଇ ବେଳାଭୂମିରେ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଜାଲ ପ୍ରଭୃତିକୁ ସମୁଦ୍ରକୂଳରୁ ରାସ୍ତା ଉପରକୁ ଆଣୁଥିବା ବେଳେ ଉଠା ଦୋକାନୀ ନିଜ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି।
Trending Photos
ପୁରୀ: ବଙ୍ଗୋପ ସାଗରରେ ସୃଷ୍ଟ "ୟାସ" ସାମୁଦ୍ରିକ ଝଡ଼ କାରଣରୁ ଯଦିଓ ପୁରୀ ପ୍ରତି ବିଶେଷ ବିପଦ ନାହିଁ ତଥାପି ହେଲେ ସମ୍ଭାବ୍ଯ ବାତ୍ଯାକୁ ନେଇ ଆଗୁଆ ସତର୍କ ହୋଇଉଠିଛି ଜିଲ୍ଲା ପ୍ରଶାସନ। ସୋମବାର ଏନେଇ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ କରିଛନ୍ତି।
ବାତ୍ୟା ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଳବନ୍ଦୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପଦକ୍ଷପ ଗ୍ରହଣ କରାଯାଇଛି। ଏହା ସହ କୋଭିଡ ହସ୍ପିଟାଲ କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଅକ୍ସିଜେନ ସେବା ଯେଭଳି ବାଧାପ୍ରାପ୍ତ ନହୁଏ ତାହା ଉପରେ ବେଶ ଗୁରୁତ୍ୱ ଦିଆଯାଇଛି। ସେପଟେ ରଥ ଖଳା ପାଇଁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) କରାଯାଇ ରଥ ନିର୍ମାଣ ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପାଇଁ ରଥ ନିର୍ମାଣ ସେବକଙ୍କ ସହ ଆଲୋଚନା କରାଯାଇଛି।
Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ବାତ୍ୟାର ପ୍ରକୋପକୁ ନଜରରେ ନେଇ ବେଳାଭୂମିରେ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଜାଲ ପ୍ରଭୃତିକୁ ସମୁଦ୍ରକୂଳରୁ ରାସ୍ତା ଉପରକୁ ଆଣୁଥିବା ବେଳେ ଉଠା ଦୋକାନୀ ନିଜ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି। ବାତ୍ୟାର ପ୍ରଭାବ ପୁରୀରେ ଦେଖିବାକୁ ମିଳିନାହିଁ। ମେଘୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ସହ ଅଶାନ୍ତ ହୋଇଉଠିଛି ସମୁଦ୍ର (Turbulent Sea)। ପବନ ବେଗ (Wind Speed) ବଢିଥିବା ବେଳେ ଜୁଆରିଆ ସମୁଦ୍ରକୁ ନେଇ ଆଶଙ୍କାରେ ମତ୍ସ୍ୟଜୀବୀ (Fisherman)।
ବଙ୍ଗୋପ ସାଗର (Bay of Bengal) ଏବଂ ଚିଲିକା ହ୍ରଦ (Chilika Lake) ପ୍ରଭାବରେ ପ୍ରଭାବିତ ହେବାକୁ ଯାଉଥିବା ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ପ୍ରଭୃତି ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହିତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ପୁରୀକୁ ଆସିଥିବା ଗୋଟିଏ ୟୁନିଟ୍ ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ-ଓଡ୍ରାଫ୍ (Odisha Disaster Rapid Action Force-ODRAF) ଟିମ ଗୋପ, ଅସ୍ତରଙ୍ଗ ଅଞ୍ଚଳକୁ ପଠାଯାଇଛି। ସହରରେ ଜଳବନ୍ଦୀ ସମସ୍ୟା ଯେପରି ନଉପୁଜେ ସେଥିପାଇଁ ୨୦ ପମ୍ପସେଟ ପ୍ରସ୍ତୁତ ରଖାଯାଇଛି।
Also Read: ବାତ୍ୟା ପୂର୍ବରୁ ମାଛ ମଡ଼କ; ଦୁର୍ଗନ୍ଧରେ ଫାଟିପଡୁଛି ବେଳାଭୂମି
ବାତ୍ଯାକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସହରରେ ବିଦ୍ଯୁତ ସେବାକୁ ନିରବଚ୍ଛିନ୍ନ କରିବା ପାଇଁ ବିଦ୍ଯୁତ ତାରକୁ ଲାଗି ରହିଥିବା ଗଛ, ଡାଳକୁ କଟାଯାଉଛି। ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦିରୁ ଗଛ ଡାଳକୁ ସଫା କରାଯାଉଛି। ସେପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳ ବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖାଯାଇଛି। ବଡାଦାଣ୍ଡ ସହ ରଥଖଳାକୁ ବର୍ଷାଜଳ ସମସ୍ଯାରୁ ଦୁରେଇ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି।
Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି
ସେପଟେ କୋରୋନା ସଂକ୍ରମିତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡ ହସ୍ପିଟାଲ କେନ୍ଦ୍ରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଏବଂ ଅକ୍ସିଜେନ ସେବା ଯେଭଳି ବଧାପ୍ରାପ୍ତ ନହୁଏ ତାହା ଉପରେ ସ୍ୱତନ୍ତ୍ର ପଦକ୍ଷପ ଗ୍ରହଣ କରାଯାଇଛି। ରଥଖଳାରେ ରଥ ନିର୍ମାଣ ସେବକଙ୍କୁ ବାତ୍ୟା ସମୟରେ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ଯେଭଳି ପାଣି ନରହେ ସେନେଇ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି। ବାତ୍ୟାର ସ୍ଥିତିକୁ ଦେଖିବା ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ କିମ୍ବା ଚାଲିବ ସେ ନେଇ ନିଷ୍ପତ୍ତି ନିଆଯିବ।