Rathyatra 2021: ଆୟୋଜନ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି Srimandir Administration
ଚଳିତ ବର୍ଷର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରସ୍ତୁତି।
ପୁରୀ: ଚଳିତ ମାସ ୨୪ ତାରିଖରେ ପାଳିତ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର ପୁରୀ ଏସପି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ଭଉଁରୀ ଯାତ୍ରା ଏବଂ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଏସପିଙ୍କ ପକ୍ଷରୁ କରାଯାଇଛି ସୁରକ୍ଷା ସମୀକ୍ଷା ବୈଠକ। ରଥଖଳାରେ ବିଧି ମୁତାବକ ନାହାକା ଅଖଚକ ଡେରା ନୀତି ପାଇଁ ସରିଛି ସମସ୍ତ ପ୍ରସ୍ତୁତି।
ଚଳିତ ରଥଯାତ୍ରା (Rathyatra 2021) ପାଇଁ ଓଡ଼ିଶା କତା ଶିଳ୍ପ ନିଗମ (Odisha Coir Corporation) ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ (Srimandir Administration) ୧୪ ରଥ ଦଉଡି (Chariot Rope) ସହ ୬ ଘେର ଦଉଡି (Cordon Rope) ପ୍ରଦାନ କରାଯାଇଛି।
Also Read: IPL ପରେ ରଥ ଖଳାରେ ମଧ୍ୟ ସଫଳ ହେଲା Bio Bubble System
ଆସନ୍ତାକାଲି ଶ୍ରୀକ୍ଷେତ୍ରେ (Shreekhetra) ଭଉଁରୀ। ରଥ ସଂହିତା ମୁତାବକ ରଥଖଳା (Chariot Mill) ଠାରେ ହେବ ନାହାକା ଚକ ଅଖ ଡେରା ନିତି। ଏନେଇ ୩ ରଥର ୩ ନାହାକା ଅଖ (Axle) ଏବଂ ୬ ଚକକୁ (Wheel) ପ୍ରସ୍ତୁତ କରାଯାଇଛି। ସେପଟେ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରର ୩ ବାଡରୁ ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ପରେ ହେବ ଚକଡେରା ନୀତି। ପ୍ରଥମେ ତାଳଧ୍ଵଜ (Taladhwaja) ଏହା ପରେ ନନ୍ଦିଘୋଷ (Nandighosha) ଏବଂ ଶେଷରେ ଦର୍ପଦଳନ (Darpadalana) ରଥର ଅଖ ଚକ ସଂଯୋଗ ନୀତି କରାଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା କୃଷ୍ଣଚନ୍ଦ୍ର ମହାରଣା।
ଭଉଁରୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ଭଉଁରୀ ଏବଂ ଦେବସ୍ନାନ ପୂର୍ଣ୍ଣିମାକୁ (Deva Snana Purnima 2021) ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପୋଲିସ ପ୍ରଶାସନ (Puri Police Administration)। ପୁରୀ ଏସପି ଏନେଇ କରିଛନ୍ତି ପ୍ରାରମ୍ଭିକ ସୁରକ୍ଷା ବୈଠକ। ଶ୍ରୀମନ୍ଦିର ପ୍ରଶାସନ (Srimandir Administration) ପକ୍ଷରୁ ଯାହା ଏସଓପି (SOP) ଆସିବ ସେହି ଅନୁସାରେ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି ଜଣାଇଛି ପୁରୀ ପୋଲିସ।
Also Read: ଜୋରସୋରରେ ଚାଲିଛି ରଥ ନିର୍ମାଣ; ବିନା ବିନାଭକ୍ତରେ ପାଳିତ ହେବ ଦେବସ୍ନାନ ପୂର୍ଣ୍ଣିମା
ସେପଟେ ଭଉଁରୀ ଯାତ୍ରା ପାଇଁ ମୁତୟନ ହେବେ ୬ ପ୍ଲାଟୁନ ଫୋର୍ସ। ସ୍ନାନ ପୂର୍ଣ୍ଣିମା ପାଇଁ ଏସଓପି ଆସିବା ପରେ ଚୁଡାନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଏସପି (Puri SP) ଡ.କନୱାର ବିଶାଲ ସିଂହ (Dr.Kanwar Vishal Singh)। କୋଭିଡ୍ ନିୟମକୁ ଅନୁପାଳନ କରି ଦେବସ୍ନାନ ପୂର୍ଣ୍ଣିମା ହେଉ ଅଥବା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (Srimandir Chief Administrator) କ୍ରୀଶନ କୁମାର (Krishan Kumar)।
ସେପଟେ ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡି। କତା ନିଗମ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ରଥ ଦଉଡି। ୧୪ ରଥଟଣା ଏବଂ ୬ ଘେର ଦଉଡିକୁ ମିଶାଇ ମୋଟ ୨୦ ଦଉଡି ଆସିଛି। ଏହି ଦଉଡିରେ ୧୨୦ କେଜି ରସି ଲାଗିଥିବା ବେଳେ ଦଉଡିର ଲମ୍ବ ହେଉଛି ୬୭ ମିଟର ଅର୍ଥାତ ପାଖାପାଖି ୨୨୦ ଫୁଟ ରହିଛି। ସେପଟେ ୩ ଭିତର ଘେର ଦଉଡିକୁ ୩ ରଙ୍ଗରେ ରଙ୍ଗାୟିତ କରାଯାଇଛି। ଅବଶିଷ୍ଟ ୩ ବାହାର ଘେର ଦଉଡି ଏହା ମଧ୍ୟରେ ରହିଛି।
Also Read: Rathyatra 2021: ପୂର୍ଣ୍ଣାଙ୍ଗ ଟିକାକରଣ ପାଇଁ ଦାବି ଜଣାଇଲେ ଶ୍ରୀମନ୍ଦିର ସେବାୟତ
ଘେର ଦଉଡିର ଲମ୍ବ ହେଉଛି ୧୦୦ ମିଟର। ଓଡିଶା କତା ନିଗମକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ୨୦ ଦଉଡି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା ବୋଲି କହିଛନ୍ତି ଓଡ଼ିଶା କତା ନିଗମ ଅଧିକାରୀ ଶଙ୍କର ଜେନା। ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ସହ ରଥ ନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି। କିପରି ଭାବେ କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଭାବେ ଯାତ୍ରା କରାଯିବା ସେ ନେଇ ଏବେ ଠାରୁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ।