କୋଭିଡ୍ କଟକଣା ଭିତରେ ସୋମବାର ଠାରୁ ରଥ ଖଳାରେ ସାମିଲ ହୋଇଛନ୍ତି ମାନସିକଧାରୀ ରଥନିର୍ମାଣ ସେବକ।
Trending Photos
ପୁରୀ: ରଥଖଳାରେ କୋଭିଡ୍ ସଂକ୍ରମଣ ରୋକିବାରେ ସଫଳ ହୋଇଛି ଜୈବ ବଳୟ ବ୍ଯବସ୍ଥା ଅର୍ଥାତ ବାୟୋ ବବଲ୍ ସିଷ୍ଟମ। ତିନି ଦିନ ଧରି ଆଉ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ ସଂକ୍ରମଣ ଜନିତ ମାମଲା। ପୂର୍ବରୁ ଚିହ୍ନଟ ହୋଇଥିବା ୨୬ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ କାର୍ଯ୍ଯରେ ଯୋଗଦେଇଛନ୍ତି।
ବାକି ସେବକ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାର୍ଯ୍ଯରେ ଯୋଗ ଦେବେ। ସେପଟେ ସ୍ନାନଯାତ୍ରା (Snan Yatra 2021), ରଥଯାତ୍ରା (Rathyatra 2021) ସମୟରେ ସେବାୟତଙ୍କୁ ଜୈବ ବଳୟ ବ୍ଯବସ୍ଥା ଅର୍ଥାତ ବାୟୋ ବବଲ୍ ସିଷ୍ଟମ (Bio Bubble System) ମଧ୍ୟରେ ରଖି ନୀତିକାନ୍ତି କରିବାକୁ ଅନୁରୋଧ କରିଛନ୍ତି ସେବାୟତ। କୋଭିଡ୍ କଟକଣା ମାନି ରଥ ଖଳାରେ (Chariot Mill) ସାମିଲ ହୋଇଛନ୍ତି ମାନସିକଧାରୀ ରଥ ନିର୍ମାଣ ସେବକ।
Also Read: Corona Alert: ରଥଖଳାରେ ଲାଗୁ ହେଲା Bio Bubble ସୁରକ୍ଷା ବ୍ୟବସ୍ଥା
ରଥ ନିର୍ମାଣ ସେବକଙ୍କୁ ସୁରକ୍ଷିତ ରଖିବା ସହ ଏହି କାର୍ଯ୍ଯରେ ଯେପରି ବାଧା ସୃଷ୍ଟି ନହୁଏ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିଲା ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)। କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ରଥଖଳାରେ କାର୍ଯ୍ୟକାରୀ କରାଯାଇଥିଲା ଜୈବ ବଳୟ ବ୍ଯବସ୍ଥା। ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସେଠାରେ ବଢିନାହିଁ ସଂକ୍ରମଣ ଏବଂ ଆକ୍ରାନ୍ତଙ୍କ ହାର ଶୂନ ରହିଛି।
Also Read: Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ
ଏବେ ଦୈନିକ ରଥଖଳାରେ ୧୭୪ ଜଣ ରଥନିର୍ମାଣ ସେବକ ନିୟୋଜିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୮ ମହାରଣା, ୬୪ ଭୋଇ ସେବକ, ୧୬ଜଣ କମାର ଏବଂ ୧୮ ଜଣ ରୂପକାର ସେବକ। ମାତ୍ର ପୂର୍ବରୁ ସେବକଙ୍କ ମଧ୍ୟରୁ ୨୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧୮ ଜଣ ସୁସ୍ଥ ହୋଇ ପୁନର୍ବାର ନିର୍ମାଣ କାର୍ଯ୍ଯରେ ଯୋଗ ଦେଇଛନ୍ତି। କୋଭିଡ ଆକ୍ରାନ୍ତ ହୋଇଥିବା ବାକି ସେବକ ଦୁଇ ତିନି ମଧ୍ୟରେ ନିର୍ମାଣ କାର୍ଯ୍ଯରେ ଯୋଗ ଦେବେ ବୋଲି ଜଣାଇଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ସେପଟେ ବାୟୋ ବବଲ୍ ବ୍ଯବସ୍ଥା ଯେଭଳି ସଫଳ ହୋଇଛି ସ୍ନାନଯାତ୍ରା ସହିତ ରଥଯାତ୍ରା ସମୟରେ ମଧ୍ୟ ଏହି ବ୍ଯବସ୍ଥା ଲାଗୁ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତ (Srimandir Sevayat) ବିନାୟକ ଦାସମହାପାତ୍ର।
Also Read: ଆଗକୁ ରଥଯାତ୍ରା; ଟିକାକରଣ ନୀତିକୁ କୋହଳ କରିବାକୁ ଅନୁରୋଧ ଜଣାଇଲା ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି
କୋଭିଡ୍ କଟକଣା ଭିତରେ ସୋମବାର ଠାରୁ ରଥ ଖଳାରେ ସାମିଲ ହୋଇଛନ୍ତି ମାନସିକଧାରୀ ରଥନିର୍ମାଣ ସେବକ। ସେମାମେ ବିନା ପାରିଶ୍ରମିକରେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି। ହେଲେ ପ୍ରଶାସନର କଟକଣାକୁ ଅନୁପାଳନ କରି କୋରୋନା ପରୀକ୍ଷା କରାଇ ସଙ୍ଗରୋଧରେ ରହି କାର୍ଯ୍ଯରେ ଲାଗିଛନ୍ତି ବୋଲି କହିଛନ୍ତି ମାନସିକ ଧାରୀ ରଥନିର୍ମାଣ ସେବକ ଦୀନବନ୍ଧୁ ମହାରଣା। ଚଳିତ ମାସ ୩ ତାରିଖ ଗୁରୁବାର ଭଉଁରୀ ଉତ୍ସବ ଥିବାରୁ ଏହି ଅବସରରେ ୩ ରଥର ନାହାକା ଅଖ-ଚକ ସଂଯୋଗ କରାଯିବ। ସେନେଇ ରଥଖଳାରେ ୩ ଅଖ ସହ ୬ ଚକ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ତାଳଧ୍ଵଜ ରଥର (Taladhwaja) ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର।
Also Read: ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ; ତିନିରଥର କରାଯିବ ନାହାକା ଅଖ ଚକ ସଂଯୋଗ
ଚଳିତ ମାସ ୨୪ରେ ଦେବସ୍ନାନ ପୂର୍ଣ୍ଣିମା। ବିନା ଭକ୍ତରେ ଏହାକୁ ପାଳନ କରିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ପ୍ରସ୍ତୁତି। ସେହି ସମୟରେ ଲକଲାଉନ ନିୟମକୁ କିଭଳି କାର୍ଯ୍ୟକାରୀ କରାଯିବ ତାହାକୁ ନେଇ ଚାଲିଛି ବିଚାରବିମର୍ଶ।