ଖୋଲିବ ବଡ ଦେଉଳ; ଦର୍ଶନ ପାଇଁ ପୁରୀବାସୀଙ୍କୁ ଅଗ୍ରାଧିକାର
କୋଭିଡ୧୯ ପ୍ରଭାବକୁ ଦୃଷ୍ଟିରେ ରଖି ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଏହା ସହିତ ୬୫ ବର୍ଷରୁ ବୃଦ୍ଧ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସଞ୍ଜୟ ମହାପାତ୍ର,ପୁରୀ: କୋରୋନା ମହାମାରୀ (Corona Pandemic) କାରଣରୁ ପ୍ରାୟ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର (Srimandir)। ଚଳିତ ମାସ ୨୩ ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ (Jagannath) ମନ୍ଦିର। ଡିସେମ୍ବର ୧୨ ତାରିଖ ଶନିବାର ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି। ଡିସେମ୍ବର ୨୦-୨୫ ମଧ୍ୟରେ କୌଣସି ଏକ ଦିନ ଧାର୍ଯ୍ୟ କରି ଶ୍ରୀମନ୍ଦିର ଖୋଲାଯିବ।
ଆଉ ଏଥିପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇ ତାହାକୁ ୨ ଦିନ ଭିତରେ ରାଜ୍ୟ ସରକାରଙ୍କ ସୁପାରିଶ କରିବା ପାଇଁ ପଠାଯିବ। ବିଶେଷ କରି ପ୍ରଥମେ ୫ ହଜାର ଭକ୍ତ ଦୈନିକ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଜାନୁଆରୀ ୩ ତାରିଖ ପରେ ବାହାର ଭକ୍ତ ଦର୍ଶନର ସୁବିଧା ପାଇପାରିବେ।
କୋଭିଡ୧୯ ପ୍ରଭାବକୁ ଦୃଷ୍ଟିରେ ରଖି ବିନା ମାସ୍କରେ (Mask) କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ। ଏହା ସହିତ ୬୫ ବର୍ଷରୁ ବୃଦ୍ଧ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ କରାଯିବା ସହ ଭିତର କାଠ ପାଖରୁ ଦର୍ଶନ କରିବେ। ସେବାୟତ ଭକ୍ତଙ୍କ ଠାରୁ ଦୁରତ୍ୱ ରକ୍ଷା କରିବେ। କୌଣସି ଶ୍ରଦ୍ଧାଳୁ ପାର୍ଶ୍ୱ ଦେବାଦେବୀ ମନ୍ଦିର ଭିତରକୁ ନଯାଇ ବାହାରୁ ଦର୍ଶନ କରି ଯିବା ନେଇ କରାଯାଇଛି ବ୍ୟବସ୍ଥା।
Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର
ମହାପ୍ରସାଦ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ। ଡିସେମ୍ବର ୨୦-୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର। ଚଳିତ ମାସ ୨୦ ତାରିଖରୁ ୨ ଦିନ ଧରି ସେବାୟତଙ୍କ ପରିବାର ସଦସ୍ୟ ଦର୍ଶନ କରିବେ। ୨୨-୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନର ସୁବିଧା ଦିଆଯିବ।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧-୨ ତାରିଖରେ ଦର୍ଶନ ବନ୍ଦ ରହିବ। ଜାନୁଆରୀ ୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ପୁରୀ ବାସୀଙ୍କ ସହ ବାହାର ଭକ୍ତ କରିବେ ଦର୍ଶନ। ଜାନୁଆରୀ ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତ ଦର୍ଶନ କରିବାର ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ଏକ ଏସଓପି ପ୍ରସ୍ତୁତ କରି ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିଶ ପାଇଁ ପଠାଯିବ।
Also Read: କେବେ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ହେବ ଧାର୍ଯ୍ୟ
ଶ୍ରୀମନ୍ଦିର ଖୋଲିବା ନେଇ ଖାଲି ସେବାୟତ ନୁହେଁ ଭକ୍ତ ମହଲରେ ବେଶ ଖୁସି ଦେଖିବାକୁ ମିଳିଛି। ସେବାୟଙ୍କ ଜୀବନଜୀବିକା ଏଥିରେ ଯୋଡି ହୋଇଥିବାରୁ ଏଭଳି ନିଷ୍ପତ୍ତି ବେଶ ସ୍ୱାଗତଯୋଗ୍ୟ। ଭକ୍ତ ଶ୍ରୀମନ୍ଦିର ଭିତରେ ଭିତର କାଠ ପାଖରେ ଦର୍ଶନ କରିବାର ଥିବା ବେଳେ କିଭଳି ଭାବେ ଅଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ସେବାୟତ ସହଯୋଗ କରିବେ। ଏହା ସହିତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ସହ ୩ ଦ୍ୱାରରେ ପ୍ରସ୍ଥାନ କରିବେ।
Also Read: ଅଠରନଳା ସହ ମୁଷା ନଦୀର ଫେରିବ ଚମକ
କୋଭିଡ କଟକଣା ଅନୁସାରେ ବିନା ଗହଳିରେ କିଭଳି ଭକ୍ତ ପ୍ରସାଦ ପାଇବେ ସେ ନେଇ ପଦକ୍ଷେପ ନିଆଯାଇଛି। ସେପଟେ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ କରାଯିବା ସହ ଭିତର କାଠ ପାଖରୁ ଦର୍ଶନ କରିବେ। ସେବାୟତ ଭକ୍ତଙ୍କ ଠାରୁ ଦୂରତ୍ୱ ରକ୍ଷା କରିବେ। କୌଣସି ଭକ୍ତ ପାର୍ଶ୍ୱ ଦେବାଦେବୀ ମନ୍ଦିର ଭିତରକୁ ନଯାଇ ବାହାରୁ ଦର୍ଶନ କରିଯିବା ନେଇ କରାଯାଇଛି ବ୍ୟବସ୍ଥା। ମହାପ୍ରସାଦ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ। ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ଭକ୍ତ ମହଲରେ ଖେଳିଯାଇଛି ଆନନ୍ଦର ଲହରୀ। କିଭଳି କାଳିଆକୁ ଦର୍ଶନ କରିବ ସେ ନେଇ ଏବେ ଅପେକ୍ଷା କରିଛନ୍ତି ଭକ୍ତ।