ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର
Advertisement
Article Detail0/zeeodisha/odisha805305

ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର

ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର (Srimandir) ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବ। କିନ୍ତୁ ପ୍ରଥମେ ପୁରୀବାସୀ ଦର୍ଶନ କରିବା ପରେ ଅନ୍ୟମାନଙ୍କୁ ଅନୁମତି ଦିଆଯିବ।

  • ଡିସେମ୍ବର ୨୦ରୁ ଖୋଲିବ ଶ୍ରୀମନ୍ଦିର
  • ଦର୍ଶନ ପାଇଁ ସେବାୟତଙ୍କ ପରିବାର ଓ ପୁରୀବାସୀଙ୍କୁ ଅଗ୍ରାଧିକାର
  • ପ୍ରଥମ ସପ୍ତାହରେ ୫୦୦୦ ଭକ୍ତଙ୍କୁ ଅନୁମତି
  • ଜାନୁଆରୀ ୧ ଓ ୨ରେ ଦର୍ଶନ ମନା
  • ୩ ତାରିଖରୁ ସାଧାରଣ ଦର୍ଶନ
  • କୋରୋନା ଗାଇଡଲାଇନ ବାଧ୍ୟତାମୂଳକ
  • କୋରୋନା ନେଗେଟିଭ୍ ରିପୋର୍ଟ ଦେଖାଇବେ ଭକ୍ତ
  • ଜାରି ହେବେ SOP
  •  
  •  

Trending Photos

ଫାଇଲ ଫଟୋ

ପୁରୀ: ନୂଆବର୍ଷରୁ ଖୋଲିପାରେ ବଡ ଦେଉଳ। ଶନିବାର ଛତିଶା ନିଯୋଗ ବୈଠକରେ ବଡଦେଉଳ ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟ ସରକାର (Odisha Govt)ଙ୍କୁ ସୁପାରିଶ କରାଯିବ। ତେବେ ଜଗା ଦର୍ଶନର ପ୍ରଥମରୁ ହିଁ ପାତର ଅନ୍ତର ଦେଖିବାକୁ ମିଳିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ଦୀର୍ଘ ଦିନରୁ ବଡ ଠାକୁର (Lord Jagannath) ଙ୍କ ଦର୍ଶନରୁ ବଞ୍ଛିତ ଥିବା ଭକ୍ତଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। କାରଣ ନୂଆବର୍ଷରେ ବଡଦେଉଳ ଖୋଲିବା ନିଷ୍ପତ୍ତି ଚୂଡାନ୍ତ ହୋଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର (Srimandir) ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବ। କିନ୍ତୁ ପ୍ରଥମେ ପୁରୀବାସୀ ଦର୍ଶନ କରିବା ପରେ ଅନ୍ୟମାନଙ୍କୁ ଅନୁମତି ଦିଆଯିବ। 

Also Read: ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ

 

ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଡିସେମ୍ବର ୨୦ ଏବଂ ୨୧ରେ ସେବାୟତଙ୍କ ପରିବାର ଲୋକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ। ଏହା ପରେ ୨୫ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ମିଳିବ। ଏହା ପରୀକ୍ଷାମୂଳକ ଭାବେ ଚାଲିବ। ଜାନୁଆରୀ ୧ ଓ ୨ ତାରିଖ ଦିନ ମନ୍ଦିର ଦର୍ଶନ ବନ୍ଦ ରହିବ। କିନ୍ତୁ ଜାନୁଆରୀ ୩ ତାରିଖରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଯେଉଁଠି ପୁରୀ (Puri) ବ୍ୟତୀତ ଅନ୍ୟ ଅଞ୍ଚଳର ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମିଳିବ। 

Also Read: ଅଠରନଳା ସହ ମୂଷା ନଦୀର ଫେରିବ ଚମକ

 

ସେହିପରି ମନ୍ଦିର ଖୋଲିବାର ପ୍ରଥମ ସପ୍ତାହରେ କେବଳ ୫୦୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ପରେ ପରିସ୍ଥିତି ଦେଖି ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଦର୍ଶନ ପାଇଁ ଭିତରେ କାଠର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ପାଇଁ ପରିଚୟ ପତ୍ର ଏବ ଭକ୍ତଙ୍କ ପାଇଁ କୋଭିଡ୍‌ (Corona) ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ। ବୟସ୍କ ଏବଂ ୧୦ ବର୍ଷରୁ କମ ବୟସ୍କ ଭାକ୍ତଙ୍କ ପାଇଁ ଜଗା ଦର୍ଶନ ନାହିଁ। ରାତି ୧୧ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ମହାପ୍ରସାଦ ପାଇବାରେ ଅସୁବିଧା ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି। 

ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିରେ ସମସ୍ତ ଜଗନ୍ନାଥପ୍ରେମୀ ଆନନ୍ଦିତ ହୋଇଛନ୍ତି। କିନ୍ତୁ ଦର୍ଶନରେ ଯେଉଁଭଳି ଭାବେ ପାତର ଅନ୍ତରେ ଦେଖିବାକୁ ମିଳୁଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରାକାଶ ପାଇଛି। ଜଗନ୍ନାଥ ସମସ୍ତ ମାନବଜାତିର ହୋଇଥିବା ବେଳେ ପ୍ରଥମେ କାହିଁକି ସେବାୟତ ଓ ପୁରୀବାସୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।