ସେବାୟତଙ୍କ ପାଇଁ ସ୍ୱର ଉଠାଇଲେ ଶଙ୍କରାଚାର୍ଯ୍ଯ
Advertisement

ସେବାୟତଙ୍କ ପାଇଁ ସ୍ୱର ଉଠାଇଲେ ଶଙ୍କରାଚାର୍ଯ୍ଯ

ରାଜ୍ୟ ସରକାର ତୁରନ୍ତ ସେବକଙ୍କ ଜୀବିକାକୁ ନେଇ ଉଚିତ୍ ପ୍ରକଳ୍ପ ପ୍ରସ୍ତୁତ କରି ସେବକଙ୍କ ସହ ସେମାନଙ୍କ ପରିବାରର ଜୀବନ ରକ୍ଷା କରନ୍ତୁ ବୋଲି ସରକାରଙ୍କୁ ପରାମର୍ଶ ଦେଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ।

ସେବାୟତଙ୍କ ପାଇଁ ସ୍ୱର ଉଠାଇଲେ ଶଙ୍କରାଚାର୍ଯ୍ଯ

ସଞ୍ଜୟ ମହାପାତ୍ର,ପୁରୀ: କୋଭିଡ୍୧୯ (Covid19)ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରୀମନ୍ଦିର (Srimandir)ସହ ବିଭିନ୍ନ ମନ୍ଦିରର ହଜାର ହଜାର ସେବକ। ସେମାନଙ୍କ ପକ୍ଷେ କେବଳ ମନ୍ଦିରରେ ପୂଜାର୍ଚ୍ଚନା ବ୍ଯତିତ ଆଉ କୌଣସି ବିକଳ୍ପ ନାହିଁ। ଶ୍ରୀମନ୍ଦିର ଓ ବିଭିନ୍ନ ମନ୍ଦିର ସାତମାସ ଧରି ବନ୍ଦ ରହିବା କାରଣରୁ ସେମାନଙ୍କର ସାମାଜିକ ଓ ଅର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପନ୍ନ ହୋଇପଡିଛି। 

ଯାହା ଫଳରେ ଜୀବନ ଜୀବିକାକୁ ନେଇ ଉଠିଛି ପ୍ରଶ୍ନ। ମନ୍ଦିର ଖୋଲିବା ଦାବିରେ ସେବକ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଘଣ୍ଟା ବାଡେଇ ପ୍ରତିବାଦ କରୁଛନ୍ତି। ଶ୍ରୀମନ୍ଦିର ଆଗରେ ମଧ୍ୟ ଘଣ୍ଟା ବାଡେଇ ପ୍ରତିବାଦ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ (Srimandir)ପକ୍ଷରୁ କରାଯାଇଥିବା ଭର୍ଚ୍ଯୁଆଲ ବୈଠକରେ (Virtual Meet)ମଧ୍ୟ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ସହ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଥିଲା।

ସେପଟେ ସେବକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠ (Govardhan Math) ଶଙ୍କରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ (Shankaracharya Nischalananda Saraswati)। ସୋସିଆଲ ମିଡିଆ (Social Media)ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି ପରାମର୍ଶ। ଶ୍ରୀମନ୍ଦିର ସହିତ ଓ ବିଭିନ୍ନ ମନ୍ଦିରର ସେବକଙ୍କ ସାମାଜିକ ଓ ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡିଛି। 

 

ସେମାନେ କେବଳ ମନ୍ଦିରରେ ପୂଜାର୍ଚ୍ଚନା କରି ଜୀବିକା ନିର୍ବାହ କରିବା ବ୍ଯତିତ ସେମାନଙ୍କ ପାଖରେ ଅନ୍ଯ କୌଣସି ବିକଳ୍ପ ପନ୍ଥା ନାହିଁ। ସେମାନଙ୍କ ପରିବାର କିଭଳି ପ୍ରତିପୋଷଣ ହେବ ସେନେଇ ରାଜ୍ୟ ସରକାର ଧ୍ଯାନ ଦିଅନ୍ତୁ। ରାଜ୍ୟ ସରକାର ତୁରନ୍ତ ସେବକଙ୍କ ଜୀବିକାକୁ ନେଇ ଉଚିତ୍ ପ୍ରକଳ୍ପ ପ୍ରସ୍ତୁତ କରି ସେବକଙ୍କ ସହ ସେମାନଙ୍କ ପରିବାରର ଜୀବନ ରକ୍ଷା କରନ୍ତୁ ବୋଲି ସରକାରଙ୍କୁ ପରାମର୍ଶ ଦେଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ।