ନୂଆଖାଇ ପାଇଁ ଚୁଡାନ୍ତ ପର୍ଯ୍ୟାୟରେ ନବାନ୍ନ ପ୍ରସ୍ତୁତି
ଆସନ୍ତାକାଲି ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ।
ସମ୍ବଲପୁର: ମାଆ ସମଲେଶ୍ୱରୀଙ୍କ ନବାନ୍ନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି। ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁଯାୟୀ ଶନିବାର ୧୧ ତାରିଖ ଦିନ ୧୦ଟା ୧୫ ମିନିଟରୁ ୧୦ଟା ୨୫ ମିନିଟ ମଧ୍ୟେ ହେବ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି। ଆସନ୍ତାକାଲି ମଧ୍ୟାନ୍ନ ସାଢେ ୧୨ଟାରୁ ସାଢ଼େ ୫ଟା ମଧ୍ୟରେ ସାଧାରଣ ଭକ୍ତ ମାଆଙ୍କ ଦର୍ଶନ କରିପାରିବେ। ଏହି ଅବସରରେ ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ମଧ୍ୟ ଉଦଘାଟିତ ହେବ। ଏ ବାବଦରେ ଜଣାଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଏବଂ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାଏ।
ଆସନ୍ତାକାଲି ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି।ମାଆଙ୍କ ମନ୍ଦିର ରଙ୍ଗ ସହ ଅଳଙ୍କାର ମଧ୍ୟ ସଫା ହୋଇସାରିଛି। ବଲବସପୁରରୁ ସରିଆ ଧାନ ମଧ୍ୟ ଆସି ଯାଇଛି। ୧୧୫ ପାର୍ଶ୍ଵ ଦେବଦେବୀଙ୍କ ସହ ଗମ୍ଭୀରା ଭିତର ମଧ୍ୟ ରଙ୍ଗ କରାଯାଇଛି। ମୁଖ୍ୟ ପୂଜକଙ୍କ ସହ ଆଉ ତିନି ଜଣ ପୂଜକଙ୍କ ଘର ମଧ୍ୟ ସଫା ସୁତୁରା ହୋଇସାରିଛି। ଅପେକ୍ଷା କେବଳ ଆସନ୍ତାକାଲିର ସେଇ ମହାର୍ଘ ମୁହୂର୍ତ୍ତକୁ।
Also Read: Nuakhai 2021: ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଲା ନବାନ୍ନ ପାଇଁ ନୂଆ ଧାନ
ଶୁକ୍ରବାର ରାତି ୮ଟାରୁ ମହା ଆଳତି ପରେ ମାଆଙ୍କୁ ମାଜଣା କରାଯିବ। ଆସନ୍ତା କାଲି ବଡ଼ି ସକାଳୁ ମାଆଙ୍କ ବେଶ କରାଯାଇ ନବାନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ଠିକ ଦିନ ୧୦ଟା ୧୫ ମିନିଟରୁ ୧୦ଟା ୨୫ ମିନି ମଧ୍ୟରେ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏହା ପରେ ସମସ୍ତେ ନିଜ ନିଜ ଘରେ ନିଜ ଇଷ୍ଟଙ୍କ ପାଖରେ ନୂଆ ଚାଉଳ ଭୋଗ ଲଗାଇ ନୂଆ ଖାଇବେ। ଏଥର କୋଭିଡ ଗାଇଡ଼ ଲାଇନ ଅନୁପାଳନ କରାଯାଇ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ମଧ୍ୟାନ୍ନ ସାଢେ ୧୨ଟାରୁ ସାଢ଼େ ୫ଟା ମଧ୍ୟରେ ସାଧାରଣ ଭକ୍ତ ମାଆଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Also Read: ଆସନ୍ତାକାଲି ଆସିବ ନୂଆଖାଇ ନବାନ୍ନ ଲାଗି ନୂଆ ଧାନ
ସନ୍ଧ୍ୟାରେ ମନ୍ଦିରରେ ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁକ୍ରବାର ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନାଙ୍କ ସହ ଏସପି ବାତୁଲା ଗଙ୍ଗାଧର ମନ୍ଦିରର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଉଭୟଙ୍କ ସହ ଅନ୍ୟାନ୍ୟ ସରକାରୀ ଅଧିକାରୀ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ, ମନ୍ଦିର ପୂଜକ ମଧ୍ୟ ଉପସ୍ଥିତ ରହି ଏ ବାବଦରେ ଆଲୋଚନା କରିଥିଲେ।