ନୂଆଖାଇ ଦିନ ନବାନ୍ନ ନୂଆ ଚାଉଳର ଭୋଗ ମାଆଙ୍କ ଠାରେ ପ୍ରଥମେ ଲାଗି କରାଯାଏ।
Trending Photos
ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ଆସିବ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ନୂଆ ଧାନ। ପରମ୍ପରା ଅନୁଯାୟୀ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ବଲବସପୁରରୁ ଧାନ ଆସିଥାଏ। ପ୍ରତ୍ୟେକ ବର୍ଷର ପ୍ରଥମ ଫସଲ ମାଆଙ୍କ ଠାରେ ଲାଗି ହୁଏ। ଏହି ଧାନ ବଲବସପୁରର ସୁବାସ ବେହେରା ନିଜ ପକ୍ଷରୁ ମାଆଙ୍କ ଠାରେ ନବାନ୍ନ ଲାଗି ପାଇଁ ଧାନ ଦେଇଥାନ୍ତି।
କିଛି ବର୍ଷ ହେବ ସୁବାସ ନିଜେ ମାଆଙ୍କ ପାଇଁ ସ୍ୱତନ୍ତ୍ର ଚାଷ କରି ନବାନ୍ନ ପାଇଁ ନୂଆ ଧାନ ଦେଇଥାନ୍ତି। ଆସନ୍ତାକାଲି ଏହି ଧାନ ଧରି ସେ ବଲବସପୁରରୁ ଆସି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକଙ୍କୁ ଅର୍ପଣ କରିବେ। ସେହି ଧାନକୁ ସୁଖା ଯିବାଇ ପରେ ଗାଈ ଘିଅରେ ନବାନ୍ନ ପାଇଁ ପ୍ରସ୍ତୁତ କରିଥାନ୍ତି ପୂଜକ ପରିବାର। ନୂଆଖାଇ ଦିନ ସେହି ନବାନ୍ନ ନୂଆ ଚାଉଳର ଭୋଗ ମାଆଙ୍କ ଠାରେ ପ୍ରଥମେ ଲାଗି କରାଯାଏ।
Also Read: ମଙ୍ଗଳବାର ବାହାରିବ ନୂଆଖାଇ ଲଗ୍ନ
ଏହା ପରେ ସମସ୍ତେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି କରିଥାନ୍ତି। ଏଥର ନୂଆଖାଇର ନବାନ୍ନ ମାଆ ସମଲେଶ୍ବରୀଙ୍କ ଠାରେ ଆସନ୍ତା ୧୧ ତାରିଖ ଶନିବାର ଦିନ ୧୧ଟା ୧୫ ମିନିଟରୁ ୧୧ଟା ୨୫ ମିନିଟ ମଧ୍ୟରେ ଲାଗି ହେବ ବୋଲି ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି। ନୂଆଖାଇର ୮-୧୦ଦିନ ପୂର୍ବରୁ ସମଲେଶ୍ୱରୀ ମନ୍ଦିରକୁ ସଫା ସୁତୁରା କରାଯିବା ସହ ନୂଆ ରଙ୍ଗରେ ରଙ୍ଗାୟିତ କରାଯାଇଥାଏ। ଆସନ୍ତା ଶୁକ୍ରବାର ଦିନ ମାଆଙ୍କ ଅଳଙ୍କାର ସଫା ହେବାର କାର୍ଯ୍ୟକ୍ରମ ରହିଛି।