Nuakhai 2021: ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଲା ନବାନ୍ନ ପାଇଁ ନୂଆ ଧାନ
Advertisement
Article Detail0/zeeodisha/odisha981337

Nuakhai 2021: ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଲା ନବାନ୍ନ ପାଇଁ ନୂଆ ଧାନ

ଏହି ଧାନକୁ ପ୍ରଥମେ ସୁଖା ଯାଏ, ଗାଈ ଘିଅରେ ପାଗ କରାଯାଏ ଏବଂ ଏହା ପରେ ମାଆଙ୍କ ନବାନ୍ନ ପାଇଁ ପ୍ରସ୍ତୁତ କରାଯାଏ।

Nuakhai 2021: ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଲା ନବାନ୍ନ ପାଇଁ ନୂଆ ଧାନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ସରିଆ ଧାନ। ଏହି ଧାନ ୬୦ ଦିନରେ ବାହାରୁଥିବାରୁ ଏହି ଧାନର ଏପରି ନାମ ରଖାଯାଇଛି। ଯାହାକୁ ସମ୍ବଲପୁର ବଲବସପୁରର ସୁବାଷ ବେହେରା ନାମକ ଜଣେ ଚାଷୀ ବିଗତ ୩-୪ ବର୍ଷ ହେବ ନିଜ ଜମିରେ ଚାଷ କରି ମାଆଙ୍କ ନବାନ୍ନ ପାଇଁ ଯୋଗାଉଛନ୍ତି।

ଏହି କ୍ରମରେ ଚଳିତ ବର୍ଷର ନୂଆଖାଇ ପାଇଁ ମଙ୍ଗଳବାର ଦିନ ୧୦ଟା ସମୟରେ ବଲବସପୁରରୁ ଏହି ନୂଆଧାନ ସମ୍ବଲପୁର ଠାରେ ଆସି ପହଞ୍ଚିଥିବାବେଳେ ମାଆ ସମଲେଶ୍ବରୀଙ୍କ ମନ୍ଦିରର ମୂଖ୍ୟ ପୂଜକଙ୍କୁ ଏହି ସରିଆ ଧାନ ହସ୍ତାନ୍ତର କରାଯାଇଛି। ମାଆଙ୍କ ନିକଟରେ ଏହି ସରିଆ ଧାନ ନୂଆଖାଇ ନବାନ୍ନ ଭାବେ ଲଗାଇବାର ପରମ୍ପରା ରହିଛି। ବଲବସପୁରର ଚାଷୀ ସୁବାସ ତାଙ୍କ ଜମିରେ ଏହି ସରିଆ ଧାନ ଚାଷ କରି ୬୦ ଦିନରେ ଅମଳ କରି ମାଆଙ୍କ ନବାନ୍ନ ପାଇଁ ପ୍ରଦାନ କରିଥାନ୍ତି।

ଏହି ଧାନକୁ ପ୍ରଥମେ ସୁଖା ଯାଏ, ଗାଈ ଘିଅରେ ପାଗ କରାଯାଏ ଏବଂ ଏହା ପରେ ମାଆଙ୍କ ନବାନ୍ନ ପାଇଁ ପ୍ରସ୍ତୁତ କରାଯାଏ। ପ୍ରଥମ ଅମଳ ଧାନ ନୂଆଖାଇ ଦିନ ପ୍ରଥମେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ଲାଗି କରାଯିବା ପରେ ସମସ୍ତେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରି ନବାନ୍ନ ଖାଇଥାନ୍ତି। ଏହା ମଧ୍ୟରେ ୧୧୫ ପାର୍ଶ୍ଵ ଦେବଦେବୀଙ୍କ ସହ ସମସ୍ତ ମନ୍ଦିର ପରିସରକୁ ସଫାସୁତୁରା କରାଯିବା ସହ ଅନ୍ୟାନ୍ୟ କାମ ଆଗେଇଚାଲିଛି। 

Also Read: ଆସନ୍ତାକାଲି ଆସିବ ନୂଆଖାଇ ନବାନ୍ନ ଲାଗି ନୂଆ ଧାନ

ମଙ୍ଗଳବାର ଏହି ସରିଆ ଧାନ ସମଲେଶ୍ବରୀ ମନ୍ଦିରରେ ଆସି ପହଞ୍ଚିଛି। ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ କାର୍ଯ୍ୟ ନୀତିକାନ୍ତି ସହ ଚାଲିବ। ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଦ୍ୱାରା ନିର୍ଦ୍ଧାରିତ ସମୟ ୧୧ ତାରିଖ ଦିନ ୧୦ଟା ୧୫ ମିନିଟରୁ ୧୦ଟା ୨୫ ମିନିଟ ମଧ୍ୟରେ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ। ସେହିଭଳି ଭାବରେ ଚଳିତ ବର୍ଷ ନୂଆଖାଇ ଲାଗି ଠିକ ସମୟରେ ସରିଆ ଧାନ ମାଆଙ୍କ ମନ୍ଦିରରେ ପହଞ୍ଚାଇ ପାରିଥିବାରୁ ବେଶ ଖୁସି ଅନୁଭବ ଚାଷୀ ସୁବାଷ ବେହେରା।