ସମ୍ବଲପୁର: ସହରର ଧନୁପାଲି ଥାନା ଅଧିନସ୍ଥ ସାକ୍ଷୀପଡା ନ୍ୟୁ ବ୍ୟାଙ୍କ କଲୋନୀ ଅଞ୍ଚଳରୁ ଏକ ସେକ୍ସ ରାକେଟକୁ ଠାବ କରିଛି ସମ୍ବଲପୁର ପୋଲିସ। ସୋମବାର ଦ୍ବିପ୍ରହର ସମୟରେ ଏହି ଅଞ୍ଚଳରେ ଥିବା ଏକ ଘରୁ ରାଣୀ ମହୁମାଛି ସହ ୨ ଯୁବତୀ ଏବଂ ୩ ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରାଯାଇଛି। ଏକ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଏହି ଘର ଉପରେ ଚଢ଼ାଉ କରିଥିଲା ପୋଲିସ। 


COMMERCIAL BREAK
SCROLL TO CONTINUE READING

ଘର ଭିତରୁ ସେମାନଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରିଥିଲା ପୋଲିସ। ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଏଭଳି ଆପତ୍ତିଜନକ କାର୍ଯ୍ୟକଳାପ ଚାଲୁଥିବାର ଜଣାପଡିଛି। କିଛିଦିନ ଆଗରୁ ପୁଟିବନ୍ଧ ଏବଂ ମୋତିଝରଣସ୍ଥିତ ସୋନାପାଲି ଅଞ୍ଚଳରେ ଅନ୍ୟ ଏକ ସେକ୍ସ ରାକେଟକୁ ଠାବ କରିଥିଲା ଧନୁପାଲି ପୋଲିସ। ସମ୍ବଲପୁର ସହରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଚିନ୍ତା ବଢିଯାଇଛି।