ବାପୁଜୀନଗର ସାଇ ମନ୍ଦିର ନିକଟରେ ଯୁବକଙ୍କୁ ଆକ୍ରମଣ, ଜଣେ ଗୁରୁତର
Advertisement
Article Detail0/zeeodisha/odisha2264553

ବାପୁଜୀନଗର ସାଇ ମନ୍ଦିର ନିକଟରେ ଯୁବକଙ୍କୁ ଆକ୍ରମଣ, ଜଣେ ଗୁରୁତର

ଗୁରୁତର ଯୁବକ ହେଲେ ଅଞ୍ଚଳର ତାରିଣୀ ସେଠୀ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏ ନେଇ ତାରିଣୀଙ୍କ ମା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ବାପୁଜୀନଗର ସାଇ ମନ୍ଦିର ନିକଟରେ ଯୁବକଙ୍କୁ ଆକ୍ରମଣ, ଜଣେ ଗୁରୁତର

ଭୁବନେଶ୍ଵର, କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗର ସାଇ ମନ୍ଦିର ନିକଟରେ ମଦ ମାଫିଆର ଆକ୍ରମଣ ଜଣେ ଗୁରୁତର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ଅଞ୍ଚଳର ତାରିଣୀ ସେଠୀ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏ ନେଇ ତାରିଣୀଙ୍କ ମା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ବୃତ୍ତ ମାନେ ଫେରାର ଥିବା ବେଳେ ପୁଲିସ ବିଭିନ୍ନ ଆଡେ ଖୋଜୁଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ବାପୁଜୀନଗର ସାଇ ମନ୍ଦିର ନିକଟରେ ମଦ ମାଫିଆ ମାନେ ଚୋରାରେ ଦେଶୀ ମଦ ବିକ୍ରି କରୁଥିଲେ। ତାରିଣୀ ସେହି ରାସ୍ତାରେ ଯାଉଥିବା ବେଳେ ଏଥର ପଦ୍ମ ଫୁଟିବ ବୋଲି ଜୋରରେ ପାଟି କରି କହିଥିଲା। ଏହା ଶୁଣି ଦୁର୍ବୃତ୍ତ ମାନେ ତାରିଣୀକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତାରିଣୀ ବିରୋଧ କରିବାରୁ ତାକୁ କେ ଶଙ୍କର ଓ ତାର ତିନି ପୁଅ ମିଶି ଭୁଜାଲିରେ ଆକ୍ରମଣ କରିବା ସହ ମୁଁହ, ନାକ ଓ ପେଟକୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାରିଣୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡ଼ିଛି। ପୁଲିସ ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ସୂଚନା ମିଳିଛି।

Also Read- Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର