ଆଇପିଏଲ୍ ଫାଇନାଲକୁ ନେଇ ଉତ୍ସାହ, ଡୁଡଲରେ କ୍ରିକେଟକୁ ସ୍ଥାନ ଦେଲା ଗୁଗଲ୍
Advertisement
Article Detail0/zeeodisha/odisha2264586

ଆଇପିଏଲ୍ ଫାଇନାଲକୁ ନେଇ ଉତ୍ସାହ, ଡୁଡଲରେ କ୍ରିକେଟକୁ ସ୍ଥାନ ଦେଲା ଗୁଗଲ୍

ଆଇପିଏଲର ଫାଇନାଲ୍ ମ୍ୟାଚକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିବା ବେଳେ ଏହି ଖୁସିକୁ ଆହୁରି ଦ୍ୱିଗୁଣିତ କରିଛି ଗୁଗଲ୍ । ବିଶ୍ୱର ସର୍ବ ବୃହତ୍ତ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ମଧ୍ୟ ଆଇପିଏଲ୍-୨୦୨୪ ଫାଇନାଲ୍ ମ୍ୟାଚକୁ ନେଇ ଥିବା ଉତ୍କଣ୍ଠାକୁ ପ୍ରକାଶ କରିଛି । ଡୁଡଲ୍ ଜରିଆରେ ଏହାକୁ ଦର୍ଶାଇଛି ଗୁଗଲ୍ । 

ଆଇପିଏଲ୍ ଫାଇନାଲକୁ ନେଇ ଉତ୍ସାହ, ଡୁଡଲରେ କ୍ରିକେଟକୁ ସ୍ଥାନ ଦେଲା ଗୁଗଲ୍

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୪ । ଆଇପିଏଲର ଚଳିତ ସଂସ୍କରଣରେ ୭୩ଟି ମ୍ୟାଚ୍ ସରିବା ପରେ ଆଜି ରବିବାର ଚେନ୍ନାଇର ଚିପକରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ଟ୍ରଫି ପାଇଁ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ ହେବ । ଏହି ମୁକାବିଲା ରାତି ସାଢ଼େ ୭ଟାରେ ଆରମ୍ଭ ହେବ । ଏଥିପାଇଁ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି ।

ଆଇପିଏଲର ଫାଇନାଲ୍ ମ୍ୟାଚକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିବା ବେଳେ ଏହି ଖୁସିକୁ ଆହୁରି ଦ୍ୱିଗୁଣିତ କରିଛି ଗୁଗଲ୍ । ବିଶ୍ୱର ସର୍ବ ବୃହତ୍ତ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ମଧ୍ୟ ଆଇପିଏଲ୍-୨୦୨୪ ଫାଇନାଲ୍ ମ୍ୟାଚକୁ ନେଇ ଥିବା ଉତ୍କଣ୍ଠାକୁ ପ୍ରକାଶ କରିଛି । ଡୁଡଲ୍ ଜରିଆରେ ଏହାକୁ ଦର୍ଶାଇଛି ଗୁଗଲ୍ । ଚେନ୍ନାଇରେ ଥିବା ଆଇପିଏଲ୍ ମ୍ୟାଚକୁ ନେଇ ହୋଇଥିବା ଡୁଡଲରେ କ୍ରିଜ୍ ସହ ବ୍ୟାଟ୍, ବଲ୍ ଓ ୱିକେଟ୍ ଦେଖିବାକୁ ମିଳୁଛି ।

ଚଳିତ ଆଇପିଏଲ୍ ସଂସ୍କରଣରେ ଏହି ୨ ଟିମ୍ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୧ ଖେଳା ଯାଇଥିଲା । ଯେଉଁଥିରେ କୋଲକାତା ୮ ୱିକଟରେ ମ୍ୟାଚ୍ ଜିତି ନେଇଥିଲା । ଆଜି ପ୍ରଥମଥର ପାଇଁ ଆଇପିଏଲ୍ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଚତୁର୍ଥ ଥର ଲାଗି କୋଲକାତା ଫାଇନାଲରେ ପହଞ୍ଚିଥିବା ବେଳେ ହାଇଦ୍ରାବାଦ ତୃତୀୟ ଥର ଲାଗି ଟ୍ରଫି ପାଇଁ ଖେଳିବାକୁ ଯାଉଛି । ୨ ବର୍ଷ ପରେ କୋଲକାତା ଓ ୫ ବର୍ଷ ପରେ ହାଇଦ୍ରାବାଦ ଟିମ୍ ଫାଇନାଲ୍ ଖେଳୁଛି ।

୨୦୨୪ ଆଇପିଏଲରେ ୧୦ଟି ଟିମ୍ ରହିଥିବା ବେଳେ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା । ପ୍ରତିଟି ଦଳ ୭ଟି ଘରୋଇ ଓ ୭ଟି ମ୍ୟାଚ୍ ଅନ୍ୟ ସହରରେ ମୋଟ ୧୪ଟି ମୁକାବିଲା ଖେଳିଛନ୍ତି । ଗ୍ରୁପ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ୪ଟି ଦଳ କ୍ୱାଲିଫାୟର୍ ଓ ଏଲିମିନେଟରରେ ପହଞ୍ଚିଥିଲେ । ଶେଷରେ ଫାଇନାଲରେ ଟ୍ରଫି ପାଇଁ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି

Also Read- Chardham Yatra 2024: ଦେବଭୂମୀରେ ଧନବର୍ଷା, ମାତ୍ର ୧୫ ଦିନରେ ୨୦୦ କୋଟି କାରବାର