ସମ୍ବଲପୁର: ଗ୍ରାମାଞ୍ଚଳରେ କୋରୋନା ପରୀକ୍ଷା କରୁଛି ସୋଲାର ପାୱାର କୋଭିଡ ଟେଷ୍ଟିଂ ଗାଡି। ଗାଁ ଗାଁ ବୁଲି ବୁଲି ସ୍ୱାବ ସଂଗ୍ରହ କରିବା ସହ କୋରୋନା ପରୀକ୍ଷା କରୁଛି ସୋଲାର ମୋବାଇଲ ଭ୍ୟାନ। ଦିନକୁ ଦିନ କୋଭିଡ ସଂକ୍ରମଣ ଗ୍ରାମାଞ୍ଚଳରେ ବେଶୀ ବ୍ୟାପୁଥିବା କାରଣରୁ ଲୋକେ ସ୍ୱାବ ଟେଷ୍ଟ ପାଇଁ ଯାଉନଥିବା କାରଣରୁ ସେମାନଙ୍କ ନିକଟକୁ ଟେଷ୍ଟିଂ ଭ୍ୟାନ ପଠାଯାଇ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଏହି ଦାୟିତ୍ବ ନେଇଛନ୍ତି ସେଲକୋ ଫାଉଣ୍ଡେସନ (SELCO Foundation) ସହ ରେଢାଖୋଲ ବିଧାୟକ (Rairakhol MLA) ରୋହିତ ପୂଜାରୀ (Rohit Pujari)। ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ କୋରୋନା ପରୀକ୍ଷା (Corona Testing) ଉପରେ ଗୁରୁତ୍ବ ଦିଆଯାଉଛି। ସୋଲାର ପାୱାର କୋଭିଡ ଟେଷ୍ଟିଂ ଭ୍ୟାନ (Solar Power Covid Testing Van) ସାହଯ୍ୟରେ ପ୍ରତ୍ୟେକ ଦିନ ଗାଁକୁ ଗାଁ ଯାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହାୟତାରେ କୋଭିଡ ପରୀକ୍ଷା କରାଯାଇଛି।


Also Read: ଆସନ୍ତା ମାସରେ କାର୍ଯ୍ୟକ୍ଷମ ହେବ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ


ଏହାକୁ ଦୃଷ୍ଟିରେ ରଖି ବିଧାୟକ ରୋହିତ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ସେଲକୋ ଫାଉଣ୍ଡେସନ ପକ୍ଷରୁ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର (Rairakhol Assembly Constituency) ଉପାନ୍ତ ଅଞ୍ଚଳର ଅବସ୍ଥିତ ଗ୍ରାମରେ କୋଭିଡ ପରୀକ୍ଷଣ କରାଯାଉଛି। ଏହି ଭ୍ରାମ୍ୟମାଣ ଗାଡି ଗ୍ରାମାଞ୍ଚଳରେ ବୁଲିବା ଦ୍ଵାରା ଲୋକେ ନିଜ ଅଞ୍ଚଳରେ କୋଭିଡ ପରୀକ୍ଷା କରାଇବା ସହ ସଚେତନ ମଧ୍ୟ ହୋଇପାରିବେ।


କେତେକ ଗାଁରେ ସଚେତନତାର ଅଭାଵ ତଥା ମନରେ ଭୟ ରହିବା କାରଣରୁ ସେଠାକାର ସ୍ଥାନୀୟ ଲୋକ କୋରୋନା ପରୀକ୍ଷା କରିବାକୁ ଅସୁନଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିକୁ ଦେଖି ବର୍ତ୍ତମାନ ଗ୍ରାମଞ୍ଚଳରେ କୋରୋନା ପରୀକ୍ଷା ନେଇ ଲୋକଙ୍କ ମନ ଭିତରେ ଥିବା ଡର ଦୂର କରିବାକୁ ସଚେତନତା ମଧ୍ୟ କରାଯାଉଛି। ଏନେଇ ରେଢାଖୋଲ ବିଧାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ନିଜେ ଆସି ଏହି ଭ୍ରାମ୍ୟମାଣ ଗାଡିରେ ହେଉଥିବା କୋରୋନା ପରୀକ୍ଷାର ଫାଇଦା ନିଅନ୍ତୁ। ଯାହା ଦ୍ଵାରା କୋଭିଡ ସଂକ୍ରମିତ ଚିହ୍ନଟ ହେବା ସହ ଏହା ଦ୍ୱାରା ହେଉଥିବା ସଂକ୍ରମଣକୁ ରୋକାଯାଇପାରିବ।


Also Read: ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂତନ କୋଭିଡ ହସ୍ପିଟାଲ


ଦିନକୁ ଦିନ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏବେ ସେଲକୋ ଫାଉଣ୍ଡେସନ ଦ୍ଵାରା ଭ୍ରାମ୍ୟମାଣ ଗାଡିର ସୁବିଧା ମିଳିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଗ୍ରାମାଞ୍ଚଳବାସୀ।