Sri Lingaraj Temple Door Change, ଭୂବନେଶ୍ୱର: ଭାରତର ପ୍ରମୁଖ ଶୈବକ୍ଷେତ୍ର ମଧ୍ୟରେ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏହା କେବଳ ଧାର୍ମୀକ ସ୍ଥଳି ନୁହଁ, ଲିଙ୍ଗରାଜ ମନ୍ଦିର ଏକ ଐତିହ୍ୟ ମଧ୍ୟ। ଏକାଦଶ ଶତାବ୍ଦିରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ବ୍ରହ୍ମପୁରାଣରେ ଶ୍ରୀଲିଙ୍ଗରାଜ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ବର୍ତ୍ତମାନ ଓଡିଶାର ଏହି ଗୌରବ ଏବେ ଅବହେଳିତ ଅବସ୍ଥାରେ ଅଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ASIର ଛତ୍ରଛାୟା ତଳେ ଥିବା ଲିଙ୍ଗରାଜ ମନ୍ଦିରର କେବଳ କବାଟ ବଦଳାଇବା ପାଇଁ ପ୍ରଶାସନକୁ ୪୨ ମାସ ସମୟ ଲାଗିଛି। ତେବେ ବର୍ତ୍ତମାନ ମଧ୍ୟ ଏହାର କାମ ଆରମ୍ଭ ହୋଇନାହିଁ। 
 ଉତ୍ତରଦ୍ବାର ପଟେ ଯିବେ ଭକ୍ତ।


COMMERCIAL BREAK
SCROLL TO CONTINUE READING

ଖୁବଶୀଘ୍ର ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଏକ ନୂଆ କବାଟ ଲାଗିବାକୁ ଯାଉଛି। ପଞ୍ଚୁକ ପରେ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ନୂଆ କବାଟ ଖଞ୍ଜାଯିବ। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏହି କାମ ପାଇଁ ପ୍ରାୟ ୧୫ ଦିନ ପାଇଁ ସିଂହଦ୍ବାରକୁ ପୂରା ବନ୍ଦ ରଖାଯିବ। ତେଣୁ ସେବାୟତସମୂହ ଓ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ମନ୍ଦିରର ଉତ୍ତରଦ୍ବାର ଖୋଲାରହିବ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍‌ଆଇ ପକ୍ଷରୁ ଚିଠି ଲେଖାଯାଇଛି। କବାଟ ପରିବର୍ତ୍ତନ ମନ୍ଦିର ବାହାର ଓ ଭିତରେ ଥିବା କିଛି ଭୋଗ ଦୋକାନକୁ ସ୍ଥାନାନ୍ତର କରାଯାଇପାରେ। 


Also Read: Prathamastami: ଓଡିଆ ସଂସ୍କୃତି ଓ ପରମ୍ପରାରେ ବିଜ୍ଞାନ, ଏଣ୍ତୁରୀ ପିଠା ଖାଇଲେ ମିଳେ ଏହି ସବୁ ଲା


ମନ୍ଦିର ଭିତରେ ହିଁ ମୁଖ୍ୟ କବାଟ ନିର୍ମାଣ କରାଯାଇଛି। ଏଏସଆଇର ତତ୍ୱାବଧାନରେ ୧୫ଫୁଟ୍‌ ଲମ୍ବ ଓ ୫ ଫୁଟ୍‌ ଚଉଡ଼ାର କବାଟ ତିଆରି ହୋଇଛି। ଏଥିରେ ୮୨ ଘନଫୁଟ ଶାଗୁଆନ୍‌ କାଠ ଲାଗିଛି। କବାଟକୁ ଲଗାଇବା ପାଇଁ ସ୍ବତନ୍ତ୍ର କବ୍‌ଜା ମଧ୍ୟ ନିର୍ମାଣ କରାଯାଇଛି। ୨୦୧୯ ଏପ୍ରିଲରେ ଓଡିଶାରେ ବାତ୍ୟା ଫନି ମାଡ ହୋଇଥିଲା। ଆଉ ଏହାର ପ୍ରଭାବରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିଥିବା ମୁଖ୍ୟ କବାଟ ଦୁର୍ବଳ ହୋଇ ଦୋହଲୁଛି। ତେଣୁ ନୂଆ କବାଟ ଲଗାଇବାକୁ ପ୍ରଶାସନ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।


ତେବେ କବାଟ ଲାଗିବା ପୂର୍ବରୁ ବିଏମସି କମିସନର, ସେବାୟତ ଓ ଏଏସଆଇ କର୍ତ୍ତୃପକ୍ଷ ଲିଙ୍ଗରାଜ ମନ୍ଦିର ସର୍ବେକ୍ଷଣ କରିଛନ୍ତି। ବିଏମସି କମିସନର ସଞ୍ଜୟ ସିଂ କହିଛନ୍ତି, ମନ୍ଦିର ଓ ପ୍ରଭୁଙ୍କ ସୁରକ୍ଷା ସବୁଠାରୁ ଗୁରୁ ଦାୟିତ୍ୱ। ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି। କବାଟରେ ରୁପା ଟ୍ୟାଗିଙ୍ଗ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି, ଏହାକୁ ଅନୁଧ୍ୟାନ କରାଯାଉଛି। ଏଏସଆଇର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଏବେ ମନ୍ଦିର ସିଂହଦ୍ୱାରର କାର୍ଯ୍ୟ ଚାଲିଛି। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ।


Also Read: Lord Jagannath: ଆଜିଠୁ ପବିତ୍ର ପଞ୍ଚୁକ ବ୍ରତର ଅୟମାରମ୍ଭ, ପାଞ୍ଚ ଦିନ ଏହି ସବୁ ବେଶରେ ଦର୍ଶନ ଦେ


ସୂଚନାଯୋଗ୍ୟ, ଗତ ୨୦୨୧ ଅଗଷ୍ଟରେ ବିଏମସି କମିସନର, ସେବାୟତ ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ଏକ ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରର କବାଟ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ପୂର୍ବ କବାଟରେ ପିତ୍ତଳ ପରତ ଖଚିତକବାଟ ଲାଗିଥିଲା। କିନ୍ତୁ ନୂଆ କବାଟରେ ରୁପା ଲଗାଇବାକୁ ୨୦୨୧ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ବଡୁ ସେବାୟତଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିଏମସି ଓ ଏଏସ୍ଆଇ ଗ୍ରହଣ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କବାଟରେ କେତେ ରୁପା ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ।