Narendra Modi Stadium Ahmedabad: ଭାରତରେ କ୍ରିକେଟ୍ ବୋର୍ଡର ସେକ୍ରେଟେରୀ ଜୟ ଶାହା (Jai Shah) ନଭେମ୍ବର ୨୭ (ରବିବାର) କହିଛନ୍ତି ଯେ ୨୦୨୨ ଆଇପିଏଲ ଫାଇନାଲରେ ଦର୍ଶକଙ୍କ ସର୍ବାଧିକ ଉପସ୍ଥାନ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium) ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ (Guinness World Record) ପ୍ରବେଶ କରିଛି । ବର୍ତ୍ତମାନ ଏହା ହେଉଛି ବିଶ୍ୱର ଏକମାତ୍ର କ୍ରିକେଟ୍ ଗ୍ରାଉଣ୍ଡ ଯେଉଁଠାରେ ଟି-୨୦ ମ୍ୟାଚ୍ ସମୟରେ ସର୍ବାଧିକ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ । ଗତ ବର୍ଷ ମେ' ୨୯ ରେ ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍ ଫାଇନାଲ (IPL final) ଅହମ୍ମଦାବାଦର ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା । ଗୁଜୁରାଟ ଟାଇଟାନ୍ସ ଟାଇଟଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା । ଗୁଜୁରାଟ ଦଳ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଥିଲା ।


COMMERCIAL BREAK
SCROLL TO CONTINUE READING

ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି । ବୋର୍ଡ ଏହାର ଅଫିସିଆଲ୍ ଟ୍ୱିଟରେ କହିଛି ଯେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଭାରତ ଏହାର ନାମ ପଞ୍ଜିକରଣ କରିଛି । ଏହା ଆମର ପ୍ରଶଂସକଙ୍କ ଅଦମ୍ୟ ସମର୍ଥନ ପାଇଁ । ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ମୋଟେରା ଓ ଆଇପିଏଲ୍ କୁ ବିସିସିଆଇ ଏହି ଟୁଇଟ୍ ଟାଗ କରିଛି । ଏହାକୁ ରିଟ୍ୱିଟ କରି ବିସିସିଆଇ ସଚିବ ଜୟ ଶାହା ଲେଖିଛନ୍ତି ଯେ ୨୯ ମଇରେ ଆଇପିଏଲ୍ ଫାଇନାଲ୍ ପାଇଁ ୧,୦୧,୫୬୬ ଜଣଙ୍କ ଦର୍ଶକ ଉପସ୍ଥିତି ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଥିବାରୁ ଆମେ ବହୁତ ଖୁସି ଓ ଗର୍ବିତ । ଏହା ସମ୍ଭବ କରିଥିବାରୁ ପ୍ରଶଂସକମାନଙ୍କୁ ଅନେକ ଅନେକ ଧନ୍ୟବାଦ ।'



ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ପୂର୍ବରୁ ଗୁଜୁରାଟ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମ ଭାବରେ ଏହା ଜଣାଶୁଣା ଥିଲା । ମୋଟେରାରେ ଅବସ୍ଥିତ ଏହି ଷ୍ଟାଡିୟମର 1 ଲକ୍ଷ ୧୦ ହଜାର ଦର୍ଶକଙ୍କ ବସିବା କ୍ଷମତା ରହିଛି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରୁ ଏଠାରେ ଅଧିକ ୧୦,୦୦୦ ଲୋକ ବସି ମ୍ୟାଚ୍ ଉପଭୋଗ କରିପାରିବେ । MCG ର କ୍ଷମତା ହେଉଛି ୧ ଲକ୍ଷ ୨୪ ଜଣ । ନରେନ୍ଦ୍ର ମୋଦି ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଗ୍ରାଉଣ୍ଡ ।


ଏହା ବି ପଢ଼ନ୍ତୁ: FIFA World Cup 2022ରେ ୱେଲ୍ସ-ଇରାନ ମ୍ୟାଚରେ ଘଟିଲା ବଡ଼ ଅଘଟଣ, ଶୋକରେ ସାରା ଦୁନିଆ


ଏହା ବି ପଢ଼ନ୍ତୁ: IND vs PAK: ପାକିସ୍ତାନର ଧମକ ପରେ ଗମ୍ଭୀର ଦେଲେ ଏହି ବଡ ବୟାନ


ଏହା ବି ପଢ଼ନ୍ତୁ: Cristiano Ronaldo: ଘାନାକୁ ହରାଇବା ପରେ କ୍ରିଷ୍ଟିଆନ ରୋନାଲ୍ଡୋ ନିଜ ସାଥୀକୁ ଦେଲେ ଡିନର ପାର୍ଟି, ଫଟୋ ଭାଇରଲ