IND vs AUS 2nd Test playing XI: ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର (WTC) ଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏହି ସିରିଜ୍ (Australia Test Series) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚର ସିରିଜ୍ ସ୍ଥିର କରିବା ଯେ ଟିମ୍ ଇଣ୍ଡିଆକୁ (Team India) ଫାଇନାଲ୍ ଟିକେଟ୍ ମିଳିବ କିମ୍ବା ନାହିଁ । ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୧୩୨ ରନ୍ ଜିତି ନେଇଥିଲା । ଦଳକୁ ନିଜର ବିଜୟ ଯାତ୍ରା ଜାରି ରଖିବାକୁ ପଡିବ । ସେଥିପାଇଁ ଶୁକ୍ରବାର ଦିନ ଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ (IND vs AUS 2nd Test) ମ୍ୟାଚ୍ ଉପରେ ଦଳର ନଜର ରହିଛି ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟରେ ଭାରତର ପ୍ଲେଇଂ ଇଲେଭେନ (Team India playing XI) କ'ଣ ହେବ ତାକୁ ନେଇ ଚର୍ଚ୍ଚା ଜାରି ଜୋର ଧରିଛି, କାରଣ ଅଷ୍ଟ୍ରେଲିଆ ଦଳର କେତେବେଳେ ଦୃଢ ପ୍ରତ୍ୟାବର୍ତ୍ତନ କରିପାରେ । ଯଦିଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ହାରିଛି, ତଥାପି ସେ ନିଶ୍ଚୟ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ବର୍ତ୍ତମାନ ଦଳରେ କେ.ଏଲ୍ ରାହୁଲ ଦଳର ମୁଣ୍ଡବିନ୍ଧା ହୋଇ ରହିଛନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ ସେ ମାତ୍ର ୨୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏଭଳି ପରିସ୍ଥିତିରେ ଦିଲ୍ଲୀ ଟେଷ୍ଟରେ ରୋହିତଙ୍କ ଓପନର ପାର୍ଟନର ଶୁବମନ ଗିଲ ହୋଇପାରନ୍ତି ।


ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବେ ଶ୍ରେୟସ୍ ଆୟର
ପ୍ରଥମ ଟେଷ୍ଟରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବଡ ନାମ ମଧ୍ୟ ସୁପର ଫ୍ଲପ୍ ଥିଲା । ଏଭଳି ପରିସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଭାରତର ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳେ । ଦ୍ୱିତୀୟ ମ୍ୟାଚରେ ଶ୍ରେୟସ୍ ଆୟରଙ୍କୁ ପ୍ଲେଇଂ ଇଲେଭେନରେ ଦେଖିବାକୁ ମିଳିପାରେ । ତାଙ୍କର ଏଣ୍ଟ୍ରି ହେଲେ ସୂର୍ଯ୍ୟକୁମାରଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।


ବୋଲିଂ ବିଷୟରେ କହିବାକୁ ଗଲେ ଭାରତ ବୋଲରଙ୍କ ଭଲ ବୋଲିଂ ଆଧାରରେ ଭାରତ ପ୍ରଥମ ମ୍ୟାଚ୍ ଜିତିଥିଲା । ଏଭଳି ପରିସ୍ଥିତିରେ ଭାରତ କେବଳ ସମାନ ବୋଲିଂ କ୍ରମ ବଜାୟ ରଖିବାକୁ ଚାହିଁବ । ଏହାର ଅର୍ଥ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ୍ ପୁଣି ଥରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିବ । ଅର୍ଥାତ କୁଲଦୀପ ଯାଦବଙ୍କୁ ବେଞ୍ଚରେ ଆହୁରି ଅପେକ୍ଷା କରିବାକୁ ପଡିପାରେ । ପ୍ରଥମ ଟେଷ୍ଟରେ ଜାଡେଜା ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆକୁ ଫେରୁଥିବା ବେଳେ ହଇଚଇ ସୃଷ୍ଟି କରିଥିଲେ । ସେ ଉଭୟ ଇନିଂସରେ ମୋଟ ୭ ୱିକେଟ୍ ନେଇଥିଲେ ଓ ଏହା ସମତେ ୭୦ ରନ୍ ମଧ୍ୟ କରିଥିଲେ । ନାଗପୁର ଟେଷ୍ଟରେ ଜାଡେଜା ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।


ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭାରତ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ ।


ଏହା ବି ପଢ଼ନ୍ତୁ: IND Vs AUS: ଦିଲ୍ଲୀ ଟେଷ୍ଟ ପୂର୍ବରୁ ପୁଣି ଆରମ୍ଭ ହେଲା ପିଚ୍ ବିବାଦ, ଅଷ୍ଟ୍ରେଲିଆ ଗଣମାଧ୍ୟମ ଲଗାଇଲେ ଏହି ସାଙ୍ଘାତିକ ଅଭିଯୋଗ


ଏହା ବି ପଢ଼ନ୍ତୁ: Prithvi Shaw Attacked: ପୃଥ୍ଵୀ ଶ' ଓ ଜଣେ ଝିଅ ମଧ୍ୟରେ ରାସ୍ତା ମଝିରେ ମାଡପିଟ୍, ଦେଖନ୍ତୁ ଭିଡିଓ