IND Vs AUS: ଦିଲ୍ଲୀ ଟେଷ୍ଟ ପୂର୍ବରୁ ପୁଣି ଆରମ୍ଭ ହେଲା ପିଚ୍ ବିବାଦ, ଅଷ୍ଟ୍ରେଲିଆ ଗଣମାଧ୍ୟମ ଲଗାଇଲେ ଏହି ସାଙ୍ଘାତିକ ଅଭିଯୋଗ
Advertisement

IND Vs AUS: ଦିଲ୍ଲୀ ଟେଷ୍ଟ ପୂର୍ବରୁ ପୁଣି ଆରମ୍ଭ ହେଲା ପିଚ୍ ବିବାଦ, ଅଷ୍ଟ୍ରେଲିଆ ଗଣମାଧ୍ୟମ ଲଗାଇଲେ ଏହି ସାଙ୍ଘାତିକ ଅଭିଯୋଗ

IND Vs AUS: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଦିନଠାରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ପୁଣିଥରେ ପିଚ୍କୁ ନେଇ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଦିଲ୍ଲୀ ପିଚ୍ କ୍ୟୁରେଟରଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସାଙ୍କେତିକ ଛବି

India vs Australia 2nd Test: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସହଜରେ ବିଜୟ ହାସଲ କରିବା ପରେ ଭାରତୀୟ ଦଳ (Team India) ଦ୍ୱିତୀୟ ଟେଷ୍ଟ ପାଇଁ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ଚାରି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର (India in Australia Test Series) ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧୭ ତାରିଖରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ (Arun Jaitley Stadium) ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ପୁଣି ଥରେ ପିଚ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ବର୍ତ୍ତମାନ ଅଷ୍ଟ୍ରେଲୀୟ ଗଣମାଧ୍ୟମ (Australian media) ଭାରତର ପିଚ୍ କ୍ୟୁରେଟରଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛି ।

'ଦି ଏଜ'ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କିଛି ଅଷ୍ଟ୍ରେଲୀୟ ସାମ୍ବାଦିକଙ୍କୁ ଏହି ଗ୍ରାଉଣ୍ଡରେ ଫଟୋ ଉଠାଇବାକୁ ବାରଣ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାଉଣ୍ଡ କର୍ମଚାରୀମାନେ ପ୍ରଥମେ ଅଷ୍ଟ୍ରେଲୀୟ ସାମ୍ବାଦିକମାନଙ୍କୁ ପିଚ୍‌ରୁ ଅତି କମରେ ୩୦ ମିଟର ଦୂରରେ ରହିବାକୁ କହିଥିଲେ । ଓ ଏହା ପରେ ସେମାନଙ୍କୁ ବାଉଣ୍ଡ୍ରି ବାହାରକୁ ଯିବାକୁ କୁହାଯାଇଥିଲା । ଯେଉଁଠାରେ ତାଙ୍କୁ କୁହାଯାଇଥିଲା ଯେ ସେ କୌଣସି ଫଟୋ ଉଠାଇ ପାରିବେ ନାହିଁ ।

fallback

ଏହାପୂର୍ବରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ବେଳେ ପିଚ୍କୁ ନେଇ ଅନେକ ହଙ୍ଗାମା ଦେଖା ଦେଇଥିଲା । ଅଷ୍ଟ୍ରେଲୀୟ ଗଣମାଧ୍ୟମ ଓ ବହୁ ପୂର୍ବତନ କ୍ରିକେଟର ଖେଳାଳି ମଧ୍ୟ ନାଗପୁର ପିଚକହ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ଜବାବ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଉପଯୁକ୍ତ ଶୈଳୀରେ ଦେଇଥିଲେ ।

ମ୍ୟାଚ୍ ପରେ ଷ୍ଟାର୍ ସ୍ପୋର୍ଟସ୍ ସହିତ କଥାବାର୍ତ୍ତା କରି ରବିନ୍ଦ୍ର ଜାଡେଜା କହିଥିଲେ ଯେ, 'ସେ ନିଜେ ବିମାନରୁ ପିଚ୍କୁ ଦେଖୁଥିଲେ । ସେମାନେ ଯେଉଁ ବାତାବରଣ ସୃଷ୍ଟି କରିଥିଲେ ଯେ ପିଚରେ ବହୁତ ଟର୍ଣ୍ଣ ଦେଖିବାକୁ ମିଳିବ, କିନ୍ତୁ ସେତେ ଟର୍ଣ୍ଣ ଦେଖିବାକୁ ମିଳିନଥିଲା । ଯଦି ଆମେ ଦେଖିବା, ସେ ସିଧା ବଲରେ ଅଧିକ ଆଉଟ୍ ହୋଇଥିଲେ । ଆମର ଖେଳାଳିମାନେ ମଧ୍ୟ ସିଧା ବଲରେ ଅଧିକ LBW ହୋଇଥିଲେ । ଏହା ଭାରତରେ ଘଟିଥାଏ । କାରଣ ଏହା ସ୍ପଷ୍ଟ, ଆମେ କେବଳ ଆମର ଶକ୍ତି ଉପରେ ଖେଳିବୁ । ଆମର ଦ୍ରୁତ ବୋଲରମାନେ ମଧ୍ୟ ଭଲ, କିନ୍ତୁ ଭାରତରେ ସ୍ପିନରମାନେ ଅଧିକ ମ୍ୟାଚ୍ ଜିତାନ୍ତି ଓ ୱିକେଟ୍ ନେଇଥାନ୍ତି । ଆମେ କାହିଁକି ଆମର ଶକ୍ତି ଅନୁସାରେ ନ ଖେଳିବୁ?'

ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ କହିଛନ୍ତି ଯେ ଉଭୟ ଦଳ ପାଇଁ ପିଚ୍ ସମାନ । କିନ୍ତୁ ଏପର୍ଯ୍ୟନ୍ତ ଜାଣିପାରୁନି କାହିଁକି ଏହା ବିଷୟରେ ଏତେ କଥାବାର୍ତ୍ତା ହେଉଛି । ସେ କହିଥିଲେ 'ଏହା ସମାନ ପିଚ୍, ଯେଉଁଥିରେ ସମସ୍ତେ ବ୍ୟାଟିଂ କରିଛନ୍ତି । ଏହା ଆପଣଙ୍କ ଦକ୍ଷତା ଉପରେ ନିର୍ଭର କରେ, ଆପଣ ପିଚରେ କିପରି ଖେଳିବ । ପିଚ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ । ପିଚ୍ ବିଷୟରେ କାହିଁକି ଏତେ କଥାବାର୍ତ୍ତା ହେଉଛି, ମୁଁ ବୁଝିପାରୁ ନାହିଁ । ମୁଁ ଖରାପ ଅନୁଭବ କରୁଛି ଯେ ବ୍ୟାଟ୍ସମ୍ୟାନ୍ କିମ୍ବା ବୋଲରଙ୍କ ସ୍କିଲ୍ ବିଷୟରେ ଆଲୋଚନା ହେଉନାହିଁ, କିନ୍ତୁ ଆମକହ ଏସବୁ ବିଷୟରେ କୌଣସି ଫରକ ପଡେ ନାହିଁ ।

ଏହା ବି ପଢ଼ନ୍ତୁ: Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ