IND vs AUS 3rd ODI: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଲ ଆରମ୍ଭ ଭାରତକୁ ବିଜୟ ଆଡକୁ ନେଇପାରି ନଥିଲା । ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ୬୬ ରନରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି । ତେବେ ରୋହିତ ବ୍ରିଗେଡ ଏହି ସିରିଜକୁ ୨-୧ ରେ ଜିତି ନେଇଛି । ଆକାଶ ଛୁଆଁ ଛକା ସହାୟତାରେ ରୋହିତ ୮୧ ରନର ଏକ ଇନିଂସ ଖେଳିଥିଲେ । କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଭାରତୀୟ ବୋଲରମାନଙ୍କୁ ମାରି ଝାଳ ବୁହାଇ ଦେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୫୨ ରନ୍ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ଦଳର ମିଚେଲ ମାର୍ଶ ୯୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଜସପ୍ରୀତ ବୁମରା ଭାରତ ପାଇଁ ସର୍ବାଧିକ ୩ ୱିକେଟ୍ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

୨୦୨୩ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଏହି ସିରିଜ୍ ଜିତିଛି, କିନ୍ତୁ ରାଜକୋଟରେ ପରାଜୟ ହଜମ ହେବା ସହଜ ହେବ ନାହିଁ । ଏହି ମ୍ୟାଚରେ ଭାରତର ମଧ୍ୟମ ଅର୍ଡରର ଦୁର୍ବଳତା ପୁଣି ସାମ୍ନାକୁ ଆସିଛି । ଯଦି ଆମେ ରୋହିତ, କୋହଲି ଓ ଆୟରଙ୍କ ଇନିଂସକୁ ଛାଡିଦେଉ, ତେବେ କୌ ଣସି ବ୍ୟାଟ୍ସମ୍ୟାନ୍ ସନ୍ତୋଷଜନକ ପ୍ରଦର୍ଶନ କରିପାରି ନଥିଲେ । ୨୬ ରନ୍ ସ୍କୋର କରିବା ପରେ କେ.ଏଲ୍ ରାହୁଲ ଆଉଟ୍ ହୋଇଥିଲେ । ୮ ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ପାଭିଲିୟନକୁ ଫେରିଥିଲେ । ରବିନ୍ଦ୍ର ଜାଡେଜା ମାତ୍ର ୩୫ ରନ୍ ସ୍କୋର କରିପାରିଥିଲେ । ୱାଶିଂଟନ୍ ସୁନ୍ଦର ଓପନିଂ କରିବାର ସୁଯୋଗ ପାଇଥିଲେ ମଧ୍ୟ ସେ ମାତ୍ର ୧୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ ।


ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ କରିଥିଲେ । ସେ ୫୭ ବଲ ସମ୍ମୁଖୀନ ହୋଇ ୮୧ ରନ ସ୍କୋର କରିଥିଲେ । ରୋହିତଙ୍କ ଏହି ଇନିଂସରେ ୫ଟି ଚୌକା ଓ ୬ଟି ଛକା ଅନ୍ତର୍ଭୁକ୍ତ ଥିଲା । ସେ କୋହଲିଙ୍କ ସହ ମିଶି ଅର୍ଦ୍ଧ ଶତକୀଯ ପାର୍ଟନସିପ୍ କରିଥିଲେ । କୋହଲି ୬୧ ବଲରେ ୫୬ ରନ୍ ସ୍କୋର କରିଥିଲେ । କୋହଲି ନିଜର ଏହି ଇନିଂସରେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଶ୍ରେୟସ୍ ଆୟର ୪୩ ବଲରେ ୪୮ ରନ୍ ସଂଗ୍ରହ କରିଥିଲେ । ସେ ୨ଟି ଛକା ଓ ଗୋଟିଏ ଚାରି ଛକା ମାରିଥିଲେ । ୮ ରନ୍ ସ୍କୋର କରିବା ପରେ ସୂର୍ଯ୍ୟ ଆଉଟ ହୋଇଥିଲେ । ୨ରନ୍ ସ୍କୋର କରିବା ପରେ କୁଲଦୀପ ଆଉଟ୍ ହୋଇଥିଲେ ଓ ୫ ରନ୍ ସ୍କୋର କରିବା ପରେ ବୁମରା ଆଉଟ୍ ହୋଇଥିଲେ । ଏହି ପରି ଭାବରେ ପୂରା ଭାରତୀୟ ଦଳ ୪୯.୪ ଓଭରରେ ୨୮୬ ରନ୍ ସ୍କୋର କରି ଆଉଟ୍ ହୋଇ ଯାଇଥିଲା ।


ଅଷ୍ଟ୍ରେଲିଆ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲ ଚମତ୍କାର ବୋଲିଂ କରିଥିଲେ । ମ୍ୟାକ୍ସୱେଲ ୧୦ ଓଭରରେ ୪୦ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ୮ ଓଭରରେ ୪୨ ରନ୍ ଦେଇ ହାଜଲେଉଡ୍ ୨ ୱିକେଟ୍ ନେଇଥିଲେ । ଷ୍ଟାର୍କ, କମିନ୍ସ, ଗ୍ରୀନ୍ ଓ ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


ଏହା ବି ପଢ଼ନ୍ତୁ: Naveen Ul Haq Retirement: କୋହଲିଙ୍କ ବିରାଟ 'ଶତ୍ରୁ' ମାତ୍ର ୨୪ ବର୍ଷ ବୟସରେ କଲେ ଅବସର ଘୋଷଣା