IND vs IRE 3rd T20, Team India Playing 11: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ବୁଧବାର, ୨୩ ଅଗଷ୍ଟ ଡବଲିନ୍ ସ୍ଥିତ ଦି ଭିଲେଜରେ ଖେଳାଯିବ । ପ୍ରଥମ ଦୁଇଟି ଟି-୨୦ ରେ ଜିତିଥିବା ଟିମ୍ ଇଣ୍ଡିଆ (Team India) ଏକ କ୍ଲିନ୍ ସ୍ୱିପ୍ ଉଦ୍ଦେଶ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ତେବେ ଅଧିନାୟକ ଜସପ୍ରୀତ ବୁମ୍ରା (Jasprit Bumrah) ତୃତୀୟ ଟି-୨୦ ରେ ପ୍ଲେଇଂ ଇଲେଭେନରେ ବେଞ୍ଚରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେଇପାରିନ୍ତି ।


COMMERCIAL BREAK
SCROLL TO CONTINUE READING

ଡେବ୍ୟୁ କରିବେ ଜିତେଶ ଶର୍ମା!
ରିପୋର୍ଟ ଅନୁଯାୟୀ, ୨୯ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମାଙ୍କୁ ତୃତୀୟ ଟି-୨୦ ରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଇପାରେ । ସେ ଦଳରେ ସଞ୍ଜୁ ସାମସନଙ୍କ ବଦଳରେ ଖେଳି ପାରିନ୍ତି । ଏହା ବ୍ୟତୀତ ଶାହବାଜ ଅହମ୍ମଦ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନର୍ ସ୍ଥାନ ପାଇପାରିନ୍ତି । ଫାଷ୍ଟ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପ୍ରସିଦ୍ଧ କ୍ରୀଷ୍ଣା କିମ୍ବା ଅର୍ଶଦୀପଙ୍କୁ ବିଶ୍ରାମ ଦେଇ ମୁକେଶ କୁମାରଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇପାରେ ।


ତୃତୀୟ ଟି-୨୦ ରେ ଏହିପରି ହୋଇପାରେ ବୋଲିଂ ବିଭାଗ 
ତୃତୀୟ ଟି-୨୦ ପାଇଁ ବାମହାତୀ ସ୍ପିନର ଶାହବାଜ ଅହମ୍ମଦଙ୍କୁ ଦଳରେ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଶାହାବାଜ ବୋଲିଂ ସହିତ ମଧ୍ୟ ବ୍ୟାଟିଂ କରିପାରିବେ । ଏଥି ସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ବୋଲିଂ କରିଥିବା ମୁକେଶ କୁମାର ମଧ୍ୟ ତୃତୀୟ ଟି-୨୦ରେ ପ୍ଲେଇଂ ଇଲେଭେନରେ ଅଂଶ ହୋଇପାରନ୍ତି । ତେବେ ଆବେଶ ଖାନ ମଧ୍ୟ ବେଞ୍ଚରେ ବସିଛନ୍ତି । ଏବେ ଏହା ମଧ୍ୟ ଦେଖିବାକୁ ବାକି ଯେ ତାଙ୍କୁ ମଧ୍ୟ ସୁଯୋଗ ଦିଆଯିବ କି ନାହିଁ ।


ତୃତୀୟ ଟି-୨୦ ରେ ଭାରତର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍- ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଇକୱାଡ, ତିଲକ ଭର୍ମା, ଜିତେଶ ଶର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା ଓ ମୁକେଶ କୁମାର ।


ଆୟର୍ଲାଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ - ଯଶସ୍ୱୀ ଜୈ ସୱାଲ, ରୁତୁରାଜ ଗାଇକୱାଡ, ତିଲକ ଭର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା (କ୍ୟାପଟେନ), ରବି ବିଷ୍ଣୋଇ, ମୁକେଶ କୁମାର, ଶାହାବାଜ ଅହମ୍ମଦ, ଜିତେଶ ଶର୍ମା ଓ ଆବେଶ ଖାନ ।


ଏହା ବି ପଢ଼ନ୍ତୁ: Tilak Varma Viral Video: ଏସିଆ କପ୍ ଦଳରେ ସ୍ଥାନ ପାଇବା ପରେ ଭାବପ୍ରବଣ ହେଲେ ତିଲକ ଭର୍ମା, ରୋହିତ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ


ଏହା ବି ପଢ଼ନ୍ତୁ: Asia Cup 2023: ଏହି ସବୁ ଅଧିନାୟକଙ୍କ ନେତୃତ୍ୱରେ ଭାରତ ଜିତିଛି ଏସିଆ କପ୍ ଟ୍ରଫି, ଦେଖନ୍ତୁ ପୂରା ଲିଷ୍ଟ