Advertisement
Photo Details/zeeodisha/odisha1836402
photoDetails0hindi

Asia Cup 2023: ଏହି ସବୁ ଅଧିନାୟକଙ୍କ ନେତୃତ୍ୱରେ ଭାରତ ଜିତିଛି ଏସିଆ କପ୍ ଟ୍ରଫି, ଦେଖନ୍ତୁ ପୂରା ଲିଷ୍ଟ

Asia Cup Records: ଭାରତୀୟ ଦଳ ଏସିଆ କପ୍ ଇତିହାସରେ ସର୍ବାଧିକ ଥର ଏହି ଟାଇଟଲ୍ ଜିତିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ୨୦୧୮ ମସିହାରେ ଟ୍ରଫି ଜିତିଥିଲା ​​।

 

1/6

ଭାରତୀୟ ଦଳ ଏସିଆ କପ୍ ସଂସ୍କରଣରେ ୭ ଥର ଏହି ଟ୍ରଫି ଜିତିବାରେ ସଫଳ ହୋଇଛି । ଏଥିମଧ୍ୟରୁ ୫ଟି ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ଦଳ ଟାଇଟଲ୍ ଜିତିଛି, ଯେଉଁଥିରେ ୨ ଜଣ ଅଧିନାୟକ ଏପରି ଅଛନ୍ତି ଯେଉଁମାନେ ୨ଥର ଲେଖାଁଏ ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି ।

 

2/6

୧୯୮୪ ମସିହାରେ ଖେଳାଯାଇଥିବା ପ୍ରଥମ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ମହାନ ଖେଳାଳି ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଖେଳିବାକୁ ଯାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୫୪ ରନରେ ପରାସ୍ତ କରି ଟାଇଟଲ ଜିତିଥିଲା ।

 

3/6

୧୯୮୮ମସିହାରେ ଦିଲ୍ଲୀପ ଭେଙ୍ଗସରକରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାର ୧୭୭ ରନ୍‌ର ଟାର୍ଗେଟକୁ ପିଛକରି ୬ ୱିକେଟରେ ମ୍ୟାଚ୍ ଜିତିଥିଲା ।

 

4/6

ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ମହମ୍ମଦ ଅଜାହରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ଦୁଇଥର ଏସିଆ କପ୍ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ୧୯୯୧ ଓ ୧୯୯୫ ମସିହାରେ, ଯେତେବେଳେ ଆଜହରୁଦ୍ଦିନଙ୍କ ଅଧିନାୟକତ୍ୱରେ ଭାରତ ଏସିଆ କପ୍ ଟାଇଟଲ୍ ଜିତିଥିଲା, ଉଭୟ ଥର ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ​​।

 

5/6

କ୍ରିକେଟ୍ ଇତିହାସର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଥର ଏସିଆ କପ୍ ଜିତିଥିଲା । ୨୦୧୦ ମସିହାରେ ଧୋନିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଫାଇନାଲରେ ଶ୍ରୀଲଙ୍କାକୁ ୮୧ ରନରେ ପରାସ୍ତ କରି ଭାରତ ଟାଇଟଲ୍ ଜିତିଥିଲା ​​। ଅନ୍ୟପକ୍ଷରେ, ୨୦୧୬ ମସିହାରେ ଟିମ୍ ଇଣ୍ଡିଆ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଟାଇଟଲ୍ ଜିତିଥିଲା ।

 

6/6

ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ୨୦୧୮ ମସିହାରେ ଏସିଆ କପ୍ ଟାଇଟଲ୍ ଜିତିଥିଲା ​​। ସେତେବେଳେ କେବଳ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକତ୍ୱ ସମ୍ଭାଳୁଥିଲେ । ଏହାର ଫାଇନାଲରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଥିଲା ।