Team India Squad for IND vs NZ T20 Series: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ (IND vs NZ T20 Series) ପାଇଁ ଟିମ୍ ଇଣ୍ଡିଆ (Team India) ର ଘୋଷଣା କରିଛି । ଏହି ସିରିଜରେ ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲି (Virat Kohli) ଙ୍କୁ ଚୟନ କରାଯାଇ ନାହିଁ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟି-20 ଦଳର ଅଧିନାୟକ ହେବେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ (KL Rahul) ଓ ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲ (Axar Patel) ଙ୍କୁ ବି ଚୟନ କରାଯାଇ ନାହିଁ । ବିସିସିଆଇ ଏକ ବୟାନ ଜାରି କରି କହିଛି ଯେ, ପାରିବାରିକ ପ୍ରସଙ୍ଗ ହେତୁ ଏହି ଦୁଇ ଖେଳାଳି ଉପଲବ୍ଧ ନଥିବେ ।


COMMERCIAL BREAK
SCROLL TO CONTINUE READING

୨୯ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା (Jitesh Sharma) ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଟିମ୍ ଇଣ୍ଡିଆର ରିଜର୍ଭ ୱିକେଟ୍ କିପର ହେବେ । ଏହାପୂର୍ବରୁ ସଞ୍ଜୁ ସାମସନ (Sanju Samson) ଆହତ ହେବା ପରେ ସେ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ମଧ୍ୟ ସୁଯୋଗ ପାଇଥିଲେ । ଏଥି ସହିତ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଉପରେ ପ୍ରୟାସ କରୁଥିବା ଓପନର୍  ପୃଥ୍ୱୀ ଶ' (Prithvi Shaw) ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ସୁଯୋଗ ପାଇଛନ୍ତି ।


ସେପଟେ ବୋର୍ଡ ପୁଣି ଥରେ ଟି-20 ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଚୟନ କରିନାହିଁ । ତେବେ ବିସିସିଆଇ ଏହି ଦୁଇ ଭେଟେରାନଙ୍କୁ ଚୟନ ନକରିବାର କାରଣ ଦେଇନାହିଁ । ଏଥି ସହିତ ରବିନ୍ଦ୍ର ଜାଡେଜା ଫିଟ୍ ନଥିଲେ । ଏହି କାରଣରୁ ସେ ଦଳରେ ସ୍ଥାନ ପାଇନାହାଁନ୍ତି ।


ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ 


ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମରନ ମଲିକ, ଶିବମ ମାଭି, ପୃଥ୍ୱୀ ଶ' ଏବଂ ମୁକେଶ କୁମାର ।


ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଅଧିନାୟକ କରାଯାଇଥିବାବେଳେ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କମାଣ ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିଛି ।


ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ


ଅଧିକ ପଢ଼ନ୍ତୁ:-କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର


ଅଧିକ ପଢ଼ନ୍ତୁ:-OMG! ଯଦି ଏହି ଦିନ ନ ଗାଧୋଇବେ ତ ଆପଣ ସାତ ଜନ୍ମ ପର୍ଯ୍ୟନ୍ତ ରହିବେ ଦରିଦ୍ର


ନ୍ୟୁଜିଲ୍ୟାଣ୍ଡ ଦଳର ଭାରତ ଗସ୍ତ ଓ ଟି-20 ସିରିଜ


ଅନ୍ୟପଟେ ଜାନୁଆରୀ ୨୭ରେ ପ୍ରଥମ ଟି-20 ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ଜାନୁଆରୀ ୨୯ରେ ଦ୍ୱିତୀୟ ଟି-20 ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ ଓ ଫେବୃଆରୀ ୧ରେ ତୃତୀୟ ତଥା ଶେଷ ଟି-20 ଅହମ୍ମଦାବାଦରେ ଖେଳାଯିବ ।