IPL 2023 Retention Mayank Agarwal: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସଂସ୍କରଣ ପୂର୍ବରୁ କିଛି ଦଳ ପରିବର୍ତ୍ତନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଏହି ତାଲିକାରେ ପଞ୍ଜାବ କିଙ୍ଗ୍ସ (Punjab Kings) ର ନାମ ମଧ୍ୟ ସାମିଲ ରହିଛି । ପଞ୍ଜାବ ଦଳ କେବଳ ନିଜର ଅଧିନାୟକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇନାହିଁ ବରଂ ରିଟେନ୍ କରାଯାଇଥିବା ଖେଳାଳିଙ୍କ ମାଧ୍ୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି । ମିନି ନିଲାମର ଠିକ୍ ପୂର୍ବରୁ କ୍ରିକେଟ୍ ପଡ଼ିଆରେ ଟ୍ରିପଲ୍ ଶତକ ଲଗାଇଥିବା ଜଣେ ଖେଳାଳିଙ୍କୁ ରିଲିଜ୍ କରିଦିଆଯାଇଛି । କେବଳ ଏତିକି ନୁହେଁ ଏହି ବ୍ୟାଟ୍ସମ୍ୟାନ୍ ଭାରତୀୟ ଟେଷ୍ଟ ଦଳ ପାଇଁ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ଆଇପିଏଲ ଇତିହାସରେ ପଞ୍ଜାବ କିଙ୍ଗ୍ସ ଦଳ ଥରେ ବି ଟାଇଟଲ ଜିତିପାରି ନାହିଁ । ଫଳରେ ଦଳ ଆଇପିଏଲ (IPL 2023) ର ପରବର୍ତ୍ତୀ ସିଜନରେ ପ୍ରବେଶ କରିବା ପୂର୍ବରୁ ଏକ ବଡ଼ ପରିବର୍ତ୍ତନ କରିଛି ।


COMMERCIAL BREAK
SCROLL TO CONTINUE READING

 ମିନି ନିଲାମୀର ଠିକ୍ ପୂର୍ବରୁ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କୁ ପଞ୍ଜାବ କିଙ୍ଗ୍ସ (Punjab Kings) ର ଅଧିନାୟକତ୍ୱ ପଦରୁ ହଟାଇ ଶିଖର ଧୱନ (Shikhar Dhawan) ଙ୍କୁ ଦଳର କମାଣ ହସ୍ତାନ୍ତର କରାଯାଇଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ବୋଧହୁଏ ଦଳ ମୟଙ୍କ ଅଗ୍ରୱାଲଙ୍କୁ ରିଟେନ କରିବାକୁ ମଧ୍ୟ ଯାଉନାହିଁ ଓ ଏପରି ମଧ୍ୟ ଘଟିଛି । ଯେତେବେଳେ ମଙ୍ଗଳବାର ସନ୍ଧ୍ୟାରେ ଦଳ ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି, ସେତେବେଳେ ମୟଙ୍କ ଅଗ୍ରୱାଲଙ୍କ ନାମ ଏଥିରେ ସାମିଲ ନଥିଲା । ପଞ୍ଜାବ କିଙ୍ଗ୍ସ ଦଳ ବର୍ତ୍ତମାନ ନୂଆ ଅଧିନାୟକଙ୍କ ସହ ନୂଆ ସିଜନରେ ଏଣ୍ଟ୍ରି କରିବ । କ୍ରିକେଟ୍ ପଡ଼ିଆରେ ଗବ୍ବର ପାଇଁ ପ୍ରସିଦ୍ଧ ଶିଖର ଧୱନ ଏହି ପଞ୍ଜାବ କିଙ୍ଗ୍ସର କମାଣ ସମ୍ଭାଳିବେ । 


ପଞ୍ଜାବ କିଙ୍ଗ୍ସ ଆଇପିଏଲ ମିନି ନିଲାମ ପୂର୍ବରୁ ନିଜର ପୂର୍ବତନ ଅଧିନାୟକ ମୟଙ୍କ ଅଗ୍ରୱାଲ ସମେତ ମୋଟ ୯ ଖେଳାଳିଙ୍କୁ ରିଲିଜ୍ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏହାସହ ପଞ୍ଜାବ କିଙ୍ଗ୍ସ ୧୬ ଜଣ ଖେଳାଳିଙ୍କୁ ନିଜ ପାଖରେ ରହିଛି । ବର୍ତ୍ତମାନ ଚଳିତ ବର୍ଷ ଡିସେମ୍ବର ଶେଷରେ ହେବାକୁ ଥିବା ମିନି ନିଲାମରେ ଦଳ ୩୨.୨ କୋଟି ଟଙ୍କା ସହ ଓହ୍ଲାଇ ପାରିବ । ବର୍ତ୍ତମାନ ଏହି ଦଳର ମୋଟ ୧୬ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଏହି ଟିମରେ ୯ ଖେଳାଳିଙ୍କ ସ୍ଥାନ ବାକି ଅଛି, ଯେଉଁଥିରେ ୩ ଜଣ ବିଦେଶୀଙ୍କୁ ସାମିଲ କରାଯାଇପାରିବ ।


ଅଧିକ ପଢ଼ନ୍ତୁ:-ଶୋଏବ କହିଲେ-ଗୋଡ଼ ଭାଙ୍ଗିଲେ ବି ଶାହିନ୍ ଆଫ୍ରିଦିଙ୍କୁ ଖେଳିବାର ଥିଲା, ସମାଲୋଚକଙ୍କ ଦ୍ୱାରା ଷ୍ଟାର୍ ପେସରଙ୍କ ଅପମାନ ପରେ ମୁହଁତୋଡ଼ ଜବାବ ଦେଲେ ୱାସିମ ଆକ୍ରମ 


ଅଧିକ ପଢ଼ନ୍ତୁ:-ପୁରୁଷ ଓ ମହିଳାଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ୍ ଏହି ୫ଟି କଥା


ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର


ବାଙ୍ଗାଲୋରରେ ଜନ୍ମ ହୋଇଥିବା ମୟଙ୍କ ଅଗ୍ରୱାଲ ତାଙ୍କ କ୍ୟାରିୟରରେ ଭାରତ ପାଇଁ ୨୧ଟି ଟେଷ୍ଟ ଓ ୫ଟି ଏକ ଦିବସୀୟ (ODI) ଖେଳିଛନ୍ତି । ସେ ଟେଷ୍ଟ କ୍ୟାରିୟରରେ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ଏଥି ସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଅପରାଜିତ ୩୦୪ ରନର ସର୍ବାଧିକ ସ୍କୋର ରେକର୍ଡ ରହିଛି । ମୟଙ୍କ ଅଗ୍ରୱାଲ ଟେଷ୍ଟରେ ୧,୪୮୮ ରନ୍ ଓ ODI ରେ ୮୬ ରନ୍ ସ୍କୋର କରିଛନ୍ତି । ସେ ଶେଷ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଜର୍ସିରେ ନଜରକୁ ଆସିଥିଲେ ।