WTC Final 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ସମୟରେ ଏକ ବହୁତ ଖରାପ ଖବର ସାମ୍ନାକୁ ଆସୁଛି । ପ୍ରକୃତରେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କ ଭଳି କ୍ରିକେଟରମାନେ IPL 2023 ଟୁର୍ଣ୍ଣାମେଣ୍ଟ ମଧ୍ୟ ଭାଗରେ ଛାଡିପାରନ୍ତି, ଯେଉଁଥିପାଇଁ ସେମାନଙ୍କ ପ୍ରଶଂସକମାନଙ୍କ ଜୋରଦାର ଝଟକା ଲାଗିବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ (World Test Championship Final) ଜୁନ୍ ୭ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଫାଇନାଲ ମ୍ୟାଚ୍ (WTC Final) ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ । ଶିବ ସୁନ୍ଦର ଦାସ (Shiv Sunder Das) ଙ୍କ ନେତୃତ୍ୱରେ ଚୟନ କମିଟି ଖୁବ୍ ଶୀଘ୍ର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC Final) ର ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆ ଚୟନ କରିବ ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ (Team India Head Coach) ରାହୁଲ ଦ୍ରାବିଡ (Rahul Dravid) ମେ ୨୩ କିମ୍ବା ମେ ୨୪ରେ ଟିମ୍ ଇଣ୍ଡିଆର କିଛି ଟେଷ୍ଟ କ୍ରିକେଟରଙ୍କ ସହ ଲଣ୍ଡନ ଯାଇପାରନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ର ଜଣେ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, "ରାହୁଲ ଦ୍ରାବିଡ ମେ ମାସର ଶେଷ ସପ୍ତାହରେ ଅର୍ଥାତ ମେ ୨୩ କିମ୍ବା ୨୪ରେ ଲଣ୍ଡନ ଯିବେ । କିଛି ଟେଷ୍ଟ କ୍ରିକେଟର ସେମାନଙ୍କର ଆଇପିଏଲ୍ ଦଳର କମିଟମେଣ୍ଟ ପୂରଣ କରିବା ପରେ ବିଦାୟ ନେବେ । କେତେକ ଟେଷ୍ଟ କ୍ରିକେଟର ସେମାନଙ୍କର ଆଇପିଏଲ ଅଭିଯାନ ଶେଷ ହେବାପରେ ରାହୁଲ ଦ୍ରାବିଡ଼ଙ୍କ ସହିତ ଯିବେ । ଯଦି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ଆଇପିଏଲ ୨୦୨୩ର ପ୍ଲେ ଅଫରେ ପହଞ୍ଚି ନ ପାରନ୍ତି, ତେବେ ଏହି ତାଲିକାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡ଼ି ହେବ ।"



ଏଠାରେ କହି ରଖୁଛୁ ଯେ, ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କ ପିଠିରେ ଆଘାତ ଟିମ୍ ଇଣ୍ଡିଆର ଅସୁବିଧାକୁ ବଢ଼ାଇ ଦେଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ  (WTC Final) ରେ ସ୍ଥାନ ପାଇବା ପାଇଁ ଅଜିଙ୍କ୍ୟ ରାହାଣେ (Ajinkya Rahane) ଙ୍କ ରାସ୍ତା ଖୋଲା ରହିଛି । ଇଂଲଣ୍ଡରେ ଟେଷ୍ଟ ଖେଳିବା ପାଇଁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ପାଖରେ ପର୍ଯ୍ୟାପ୍ତ ଅଭିଜ୍ଞତା ନ ଥିବାରୁ ଚୟନକର୍ତ୍ତାମାନେ WTC ଫାଇନାଲ ପାଇଁ ଅଜିଙ୍କ୍ୟ ରାହାଣେଙ୍କୁ ପୁଣି ଦଳକୁ ଫେରାଇ ପାରନ୍ତି । ରୋହିତ ଶର୍ମା (Rohit Sharma) ଙ୍କ ସହ କେ.ଏଲ୍ ରାହୁଲ (KL Rahul) ଓପେନିଂ କରିବାକୁ ଯାଉଛନ୍ତି, ଯାହା ଶୁଭମାନ ଗିଲ (Shubman Gill) ଙ୍କୁ ମଧ୍ୟମ କ୍ରମରେ ଏକ ସ୍ଲଟ୍ ଖୋଜିବାକୁ ବାଧ୍ୟ କରିପାରେ । ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମିଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ମଧ୍ୟ ଦଳର ଅଂଶ ହୋଇପାରନ୍ତି ।


ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ


ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ


ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!


ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଏପରି ହୋଇପାରେ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କେ.ଏସ୍ ଭରତ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଉମ୍ରାନ ମଲ୍ଲିକ ।